Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋଡ଼ ସେଫ୍ଟି ୱାର୍ଲ୍ଡ ସିରିଜ୍: ଯୁବରାଜ ସିଂହ ଏବଂ ସଚିନ ତେନ୍ଦୁଲକରଙ୍କ ପୁରୁଣା ଅନ୍ଦାଜ୍, ଭାରତର ବିପୁଳ ବିଜୟ
ଆଜିର ଖବର

ରୋଡ଼ ସେଫ୍ଟି ୱାର୍ଲ୍ଡ ସିରିଜ୍: ଯୁବରାଜ ସିଂହ ଏବଂ ସଚିନ ତେନ୍ଦୁଲକରଙ୍କ ପୁରୁଣା ଅନ୍ଦାଜ୍, ଭାରତର ବିପୁଳ ବିଜୟ

March 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାୟପୁର: ଭାରତୀୟ ଦଳର ପୂର୍ବତନ ତାରକା ଅଲରାଉଣ୍ଡର ଯୁବରାଜ ସିଂହ ପୁଣି ଥରେ ପୁରୁଣା ଅନ୍ଦାଜରେ ବ୍ୟାଟିଂ କରିଛନ୍ତି। ଗତକାଲି ସେ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଯେଉଁ ଭଳି ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି, ତାହା ୨୦୦୭ ମସିହା ବିଶ୍ଵ କପର ଖେଳକୁ ମନେ ପକାଇ ଦେଇଛି। ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବିରୋଧରେ ଗତକାଲି ଯୁବରାଜ ଲଗାତର ୪ ଟି ବଲରେ ୪ ଟି ଛକା ମାରିଥିଲେ।

ଯୁବରାଜଙ୍କ ଏହି ପାଳି, ବିଶ୍ଵକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ଙ୍କୁ ୬ ଟି ବଲରେ ୬ ଟି ଛକାର ପାଳିଙ୍କୁ ମନେ ପକାଇଦେଇଛି। ଯୁବରାଜ ସିଂହ ଗତକାଲି ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବୋଲର ଜାନ୍ଦେର ଦେ ବୃଏନଙ୍କୁ ୧୮ ତମ ଓଭରରେ କ୍ରମାଗତ ୪ ଟି ଛକା ମାରିଥିଲେ। ୧୮ ତମ ଓଭରର ପ୍ରଥମ ବଲରେ ଯୁବରାଜ କୌଣସି ରନ କରିପାରିନଥିଲେ। ଏହାପରେ ପରବର୍ତ୍ତୀ ଚାରୋଟି ବଲକୁ ଯୁବରାଜ ଚକା ମାରିଥିଲେ। ମୋଟ ୨୨ ଟି ବଲ ଖେଳି ଯୁବରାଜ ଅପରାଜିତ ୫୨ ରନ ସଂଗ୍ରହ କରିଥିଲେ।

ଏହି ପାଳିରେ ସେ ଦୁଇଟି ଚୌକା ଏବଂ ୬ ଟି ଛକା ମାରିଥିଲେ। ଯୁବରାଜଙ୍କ ବ୍ଯତୀତ ସଚିନ ତେନ୍ଦୁଲକର ୩୭ ଟି ବଲରେ ୬୦ ରନ ସଂଗ୍ରହ କରିଥିଲେ। ଯୁବରାଜ ଏବଂ ସଚିନଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୨୦ ଓଭରରେ ୩ ଟି ୱିକେଟ ହରାଇ ୨୦୪ ରନ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ୧୪୮ ରନ କରିପାରିଥିଲା

ତେବେ ଭାରତୀୟ ଦଳ ୫୬ ରନରେ ଷଷ୍ଠତମ ମ୍ୟାଚକୁ ଜିତି ୨୦ ଅଙ୍କ ସହ ‘ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ’ ତାଲିକାର ଶୀର୍ଷରେ ରହିଛି। ସେହିପରି ୫ ଟି ମ୍ୟାଚ ଖେଳି ୧୬ ଅଙ୍କ ସାଥିରେ ଶ୍ରୀଲଙ୍କା ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଲିଜେଣ୍ଡ୍ସ ୪ ଟି ମ୍ୟାଚ ଖେଳି ୩ଟି ବିଜୟ ସହ ୧୨ ଅଙ୍କ ପାଇ ତୃତୀୟ, ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ୫ ଟି ମ୍ୟାଚ ଖେଳି ୩ ଟି ବିଜୟ ସହ ୧୨ ଅଙ୍କ ପାଇ ଚତୁର୍ଥ, ୱେଷ୍ଟ ଇଣ୍ଡିଜ ଲିଜେଣ୍ଡ୍ସ ୫ ଟି ମ୍ୟାଚରେ ୨ ଟି ବିଜୟ ସହ ୮ ଅଙ୍କ ପାଇ ପଞ୍ଚମ, ବାଂଲାଦେଶ ୫ ଟି ମ୍ୟାଚରେ ୧ ଟି ବିଜୟ ସହ ୪ ଅଙ୍କ ପାଇ ଷଷ୍ଠ ଏବଂ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ଖେଳିଥିବା ସମସ୍ତ ୫ ଟି ମ୍ୟାଚ ହାରି ଶୂନ୍ୟ ଅଙ୍କ ସହ ପଏଣ୍ଟ ତାଲିକାରେ ତଳେ ରହିଛି।

ଯୁବରାଜ ସିଂହ ରୋଡ଼ ସେଫ୍ଟି ୱାର୍ଲ୍ଡ ସିରିଜ୍ ସଚିନ ତେନ୍ଦୁଲକର
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026
Latest News

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.