ଟୋକିଓ ଅଲିମ୍ପିକ୍ସ ଅପଡେଟ: ମହିଳା ବକ୍ସର ଲଭଲିନା ସୁନିଶ୍ଚିତ କଲେ ପଦକ, ଧାବିକା ଦୂତୀ କଲେ ନିରାଶ

Published: Jul 30, 2021, 10:54 am IST

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ। ମହିଳା ବକ୍ସର ଲଭଲିନା ବୋରଗୋହେନ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ସେ ୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ତାଇପେଇର ନିନ୍ ଚିନ୍ ଚେନ୍ ଙ୍କୁ ୪-୧ ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଲଭଲିନା ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ତୀରନ୍ଦାଜରୁ ଭାରତ ପାଇଁ ମଧ୍ୟ ଏକ ଖୁସି ଖବର ମିଳିଛି। ଦୀପିକା କୁମାରୀ ଅନ୍ତିମ-୮ ରେ ପହଞ୍ଚିଛନ୍ତି। ସେ ଆଜି ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇପାରନ୍ତି ବୋଲି ଆଶା କରାଯାଉଛି।

ତେବେ ଧାବିକା ଦୂତୀ ଚାନ୍ଦ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେ ନିରାଶ କରିଛନ୍ତି। ସେ ମହିଳା ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନ ହାସଲ କରିଛନ୍ତି।

ଟୋକିଓ ଅଲମ୍ପିକ୍ସରେ ଭାରତର ପରବର୍ତ୍ତୀ ମ୍ୟାଚ୍:

୧- ତୀରନ୍ଦାଜ:

୧୧.୧୫– କ୍ୱାର୍ଟରଫାଇନାଲ ମ୍ୟାଚ୍

ମଧ୍ୟାହ୍ନ ୧୨.୧୫– ସେମିଫାଇନାଲ

ଅପରାହ୍ନ ୦୧.୦୦– ବ୍ରୋଞ୍ଜ ପଦକ ମ୍ୟାଚ୍

ଅପରାହ୍ନ ୦୧.୧୫– ସ୍ୱର୍ଣ୍ଣ ପଦକ ମ୍ୟାଚ୍

୨- ବ୍ୟାଡମିଣ୍ଟନ୍:

ଅପରାହ୍ନ ୦୧.୧୫: ପିଭି ସିନ୍ଧୁ ବନାମ ଆକାନେ ୟାମାଗୁଚି (ଜାପାନ), ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ

୩- ହକି:

ଅପରାହ୍ନ ୦୩.୦୦- ଭାରତ ବନାମ ଜାପାନ, ପୁରୁଷ ପୁଲ୍ ଏ ମ୍ୟାଚ୍

Related posts