ଟୋକିଓ ପାରାଲିମ୍ପିକ୍ସ: ବ୍ୟାଡମିଣ୍ଟନରେ ପ୍ରଥମ ବିଜୟ ହାସଲ କଲେ ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ ସୁହାସ୍

Published: Sep 2, 2021, 2:06 pm IST

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଇଭେଣ୍ଟରେ ବିଜୟ ସହ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ତଥା ନୋଏଡା ଡିଏମ ସୁହାସ ଏଲୱାଇ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ସୁହାସ୍ ଜର୍ମାନୀର ୟେନ୍ ନିକଲାସ ପୋଟଙ୍କୁ ପରାସ୍ତ କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁହାସଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ପୁରୁଷ ସିଙ୍ଗଲ୍ସର ଗ୍ରୁପ୍ ଏ ର ଏକପାଖିଆ ମ୍ୟାଚ୍ ରେ ୩୮ ବର୍ଷୀୟ ସୁହାସ୍ ମାତ୍ର ୧୯ ମିନିଟରେ ପୋଟଙ୍କୁ ୨୧-୯, ୨୧-୩ ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ମ୍ୟାଚରେ ସୁହାସ ଇଣ୍ଡୋନେସିଆର ହ୍ୟାରି ସୁସାନ୍ତୋ ଏବଂ ପରେ ଫ୍ରାନ୍ସର ଟପ୍ ସିଡ୍ ଲୁକାସ୍ ମଜୁରଙ୍କୁ ଭେଟିବେ। ଗୋଟିଏ ଗୋଡରେ ସୁହସଙ୍କର ସମସ୍ୟା ଅଛି। ସେ ଗୌତମ ବୁଦ୍ଧ ନଗର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ କୋଭିଡ -୧୯ ବିରୋଧରେ ଲଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଶୁକ୍ରବାର ଦିନ ଟପ୍ ସିଡ୍ ଏବଂ ଟାଇଟଲ୍ ଦାବିଦାର ମଜୁରଙ୍କ ବିରୋଧରେ ଖେଳିବା ପାଇଁ ଉତ୍ସାହିତ ଅଛନ୍ତି ବୋଲି ସୁହସ୍ କହିଛନ୍ତି। ସେ କହିଛନ୍ତି, “ଏହି ମ୍ୟାଚ୍ ପାଇଁ ଆମେ ଦୁହେଁ ଉତ୍ସାହିତ। ପାରାଲିମ୍ପିକ୍ସ ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଆମର କଡ଼ା ପ୍ରତିଯୋଗିତା ହୋଇଥିଲା ଏବଂ ମୁଁ ତାଙ୍କ ବିପକ୍ଷରେ କିଛି ମ୍ୟାଚ୍ ହାରିଥିବା ବେଳେ କେତୋଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ଏହା ଏକ ଭଲ ଆହ୍ଵାନ ହେବ।

Related posts