ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ବ୍ୟାଟିଂ, ୧୫୨ ବଲରେ ସଂଗ୍ରହ କଲେ ୨୪୯ ରନ୍

Published: Dec 25, 2021, 12:25 pm IST

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଡବଲ୍ ବିସ୍ଫୋରଣ କରି ଲୋକଙ୍କୁ ଚକିତ କରିଛନ୍ତି। ଏଥର ସେ ଏକ ଟୁର୍ଣ୍ଣାମେଣ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ଏହି ଉପାୟରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ନିଜର ଦାବିକୁ ମଜବୁତ କରିଛନ୍ତି।

ବାସ୍ତବରେ ମୁମ୍ବାଇରେ ଖେଳାଯାଇଥିବା ପୋଲିସ୍ ନିମନ୍ତ୍ରଣ ସିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସୂର୍ଯ୍ୟକୁମାର ଏହି ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚରେ ସୂର୍ଯ୍ୟକୁମାର ଶୀଘ୍ର ୨୪୯ ରନ୍ କରିଛନ୍ତି। ଏଥିପାଇଁ ସେ ମାତ୍ର ୧୫୨ ବଲ ଖେଳିଛନ୍ତି।

ସୁର୍ଯ୍ୟକୁମାର ମଧ୍ୟ ତାଙ୍କ ଇନିଂସରେ ୫ ଛକା ଓ ୩୭ ଚୌକା ମାରିଥିଲେ। ଏହିପରି ସେ ନିଜ ଇନିଂସରେ ଛକା ସାହାଯ୍ୟରେ ୩୦ ରନ ଏବଂ ଚୌକା ଦ୍ଵାରା ୧୪୮ ରନ କରିଥିଲେ। ବାଉଣ୍ଡରୀରୁ ସୂର୍ଯ୍ୟକୁମାର ମୋଟ ୧୭୮ ରନ୍ ସ୍କୋର କରିଥିଲେ। ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ପେଡ୍ ସ୍ପୋର୍ଟସ୍ କ୍ଲବ ବିରୋଧରେ ଟୁର୍ଣ୍ଣାମେଣ୍ଟରେ ପାର୍ସୀ ଜିମଖାନା ପାଇଁ ଖେଳିଥିଲେ। ଡିସେମ୍ବର ୨୪ ରୁ ଡିସେମ୍ବର୨୬ ତାରିଖ ପର୍ଯ୍ୟନ୍ତ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଜିମଖାନା ଦଳ ପ୍ରଥମ ଇନିଂସରେ ୯ ୱିକେଟ୍ ପାଇଁ ୫୨୪ ରନ୍ ସଂଗ୍ରହ କରିଥିଲା।

Related posts