Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଆଖି ବୁଜିଲେ ‘ମହାଭାରତ’ର ଭୀମ ଏବଂ ପୂର୍ବତନ ଆଥଲେଟ୍ ପ୍ରବୀଣ କୁମାର ସୋବତୀ
ଖେଳ

ଆଖି ବୁଜିଲେ ‘ମହାଭାରତ’ର ଭୀମ ଏବଂ ପୂର୍ବତନ ଆଥଲେଟ୍ ପ୍ରବୀଣ କୁମାର ସୋବତୀ

February 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବି.ଆର ଚୋପ୍ରାଙ୍କ ‘ମହାଭାରତ’ର ଭୀମ ପ୍ରବୀଣ କୁମାରଙ୍କ ଗତକାଲି ଦେହାନ୍ତ ହୋଇଯାଇଛି। ଦିଲ୍ଲୀର ଅଶୋକ ବିହାର ସ୍ଥିତ ଘରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରବୀଣଙ୍କ ବୟସ ୭୬ ବର୍ଷ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ପ୍ରବୀଣ କୁମାରଙ୍କ ଅପରେସନ୍ ମଧ୍ୟ କିଛି ମାସ ପୂର୍ବରୁ କରାଯାଇଥିଲା। କିନ୍ତୁ ସେ ଚାଲିବାକୁ ଅସମର୍ଥ ହୋଇଥିଲେ। ଉଲ୍ଲେଖଥାଉ କି, ପ୍ରବୀଣ କୁମାର ସୋବତୀ ପଞ୍ଜାବର ତରଣତାରଣର ମୂଳ ବାସିନ୍ଦା ଥିଲେ।

ବି.ଆର ଚୋପ୍ରାଙ୍କ ‘ମହାଭାରତ’ରେ ଭୀମଙ୍କ ଭୂମିକାରେ ଅଭିନୟ କରି ପ୍ରବୀଣ କୁମାର ସୋବତୀ ସର୍ବାଧିକ ଲୋକପ୍ରିୟତା ପାଇଥିଲେ। ପ୍ରବୀଣ କୁମାର ସୋବତୀ ତାଙ୍କର ଉଚ୍ଚତା (୬.୬ ଇଞ୍ଚ) ପାଇଁ ଜଣାଶୁଣା। ଏହି କାରଣରୁ ସେ ଅଧିକାଂଶ ଚଳଚ୍ଚିତ୍ରରେ ଗୁଣ୍ଡା ଏବଂ ଅଙ୍ଗରକ୍ଷୀଙ୍କ ଭୂମିକା ଗ୍ରହଣ କରୁଥିଲେ।

ତାଙ୍କର ଉଚ୍ଚତା ହେତୁ ତାଙ୍କୁ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରାଯାଇଥିଲା। ସେ ୩୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ଏକ ଡିସ୍କସ୍ ଥ୍ରୋ ଆଥଲେଟ୍ ଥିଲେ। ଏଥିସହ ସେ ଏସୀୟ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ୧୯୬୮ ରେ ମେକ୍ସିକୋ ଅଲିମ୍ପିକ୍ସ ଏବଂ ୧୯୭୨ରେ ମ୍ୟୁନିଖ ଅଲିମ୍ପିକ୍ସରେ ସେ ଦୁଇଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଅଭିନୟ କରିବା ପୂର୍ବରୁ ସେ ଜଣେ ବିଏସ୍ଏଫ୍ ଜୱାନ୍ ଥିଲେ।

ପ୍ରବୀଣ କୁମାର ସୋବତୀ ହୁଏତ ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିଥିବେ। କିନ୍ତୁ ସେ ଖୁବ୍ ଶୀଘ୍ର ଜୀବନର ଯୁଦ୍ଧରେ ହାରିଗଲେ। ସୂଚନା ଯୋଗ୍ୟ ଯେ, ପ୍ରବୀଣ କୁମାର ସୋବତୀ ମଧ୍ୟ ତାଙ୍କ ମୃତ୍ୟୁ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ସେ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ଗତ ଡିସେମ୍ବରରୁ ପ୍ରବୀଣ ବହୁତ ଅସୁସ୍ଥ ଥିଲେ। ଏହି କାରଣରୁ ସେ ଘରେ ରହୁଥିଲେ। ଘରେ ତାଙ୍କ ପତ୍ନୀ ବୀଣା ଯତ୍ନ ନେଉଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପାୱେଲ ପାୱଲିକୋୱସ୍କିଙ୍କ ‘ଫାଦରଲ୍ୟାଣ୍ଡ’ର ଭାରତୀୟ ପ୍ରିମିୟର୍ ସହ ୫୭ତମ ଇଫିର ଶୁଭାରମ୍ଭ

November 21, 2026

୩୦୬ ରନ୍ ରେ ଜିତିଲା ଟିମ୍ ଇଣ୍ଡିଆ: ମାତ୍ର ୨୬ ରନ୍ ରେ ଅଲଆଉଟ୍ ହେଲା ନେପାଳ

November 21, 2026

ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 20, 2026

ବାତ୍ୟା ପରେ ସ୍ଥିତି ସମୀକ୍ଷା, କାଲିଠୁ ସ୍ୱାଭାବିକ ଆଶା

November 20, 2026
Latest News

ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାରଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା FBI: ଶ୍ରେଷ୍ଠ ୧୦ରେ ସାମିଲ

November 21, 2026

ସାତକୋଶିଆ ବନଖଣ୍ଡ ସିନିୟର ଆସିଷ୍ଟାଣ୍ଟ ଅଜୟ ନାଏକ ଗିରଫ

November 21, 2026

Huaweiର ନୂଆ ସ୍ମାର୍ଟୱାଚ୍‌କୁ ନେଇ ବଢ଼ିଲା ଉତ୍ସୁକତା, କେତେ ରହିବ ଦାମ୍?

November 21, 2026

ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସ୍ଥଗିତ

November 21, 2026

ଆୟୁଷ୍ମାନ କାର୍ଡଧାରୀ ସାବଧାନ! ଏହି ଚିକିତ୍ସା ପାଇଁ ମିଳିବନି ଟଙ୍କା

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.