Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ହେବ ଭାରୋତ୍ତୋଳନ ଚାମ୍ପଅନସିପ୍‌: ଟାଇଟଲ୍‌ ବଜାୟ ରଖିବା ଲାଗି ପ୍ରୟାସ କରିବ ରେଳବାଇ
ଆଜିର ଖବର

ଭୁବନେଶ୍ୱରରେ ହେବ ଭାରୋତ୍ତୋଳନ ଚାମ୍ପଅନସିପ୍‌: ଟାଇଟଲ୍‌ ବଜାୟ ରଖିବା ଲାଗି ପ୍ରୟାସ କରିବ ରେଳବାଇ

March 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ (ପୁରୁଷ ଓ ମହିଳା) ୨୦୨୧-୨୨ ଆସନ୍ତା  ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାରତୀୟ ରେଳବାଇ ପକ୍ଷରୁ ଦୃଢ଼ ଦାବିଦାରମାନେ ଅଂଶଗ୍ରହଣ କରିବେ। ଭାରତୀୟ ରେଳବାଇର କ୍ରୀଡ଼ା ବିଭାଗ ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ (ଆରଏସପିବି)ର ଦକ୍ଷ ଖେଳାଳୀମାନେ ଏହି ଚାମ୍ପିଅନସିପରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତୀୟ ରେଳବାଇର ପୁରୁଷ ଦଳ ଲଗାତାର ୪ ବର୍ଷ ଧରି ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ବିଜେତା ହୋଇ ଆସୁଛି। ଅନ୍ୟପକ୍ଷରେ ଭାରତୀୟ ରେଳବାଇର ମହିଳା ଦଳ ଲଗାତାର ଦୁଇଟି ଜାତୀୟ ଚାମ୍ପିଅନସିପରେ ଟାଇଟଲ୍‌ ହାସଲ କରିଛି।

ସୂଚନାଯୋଗ୍ୟ ଯେ ଭାରତୀୟ ରେଳବାଇ ଦେଶର ସର୍ବବୃହତ ସଂସ୍ଥା ଭାବେ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଯୁକ୍ତି ଦେଇ ଆସୁଛି। ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ ନିଜର କ୍ରୀଡ଼ା ପ୍ରୋତ୍ସାହନ ଗତିବିଧି ଏବଂ ‘‘ଜାହାଁ ଖେଲ୍‌ ୱାହାଁ ରେଲ୍‌’’ (ଯେଉଁଠି ଖେଳ ସେଇଠି ରେଳ) ଲକ୍ଷ୍ୟ ନେଇ କ୍ରୀଡ଼ା ଭିତ୍ତିଭୂମି ବିକାଶ କରୁଛି। ଏହି ସଂଗଠନ କେବଳ ଭାରତୀୟ ରେଳବାଇ ନୁହେଁ ବରଂ ଦେଶର ଅନ୍ୟ କ୍ରୀଡ଼ା ପ୍ରତିଭାମାନଙ୍କୁ କ୍ରୀଡ଼ା କୌଶଳ ଶିକ୍ଷା ଦେବା ଏବଂ ସେମାନଙ୍କ ପ୍ରତିଭା ବିକଶିତ କରିବା ଲାଗି ଆବଶ୍ୟକ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଏବଂ ସୁବିଧା ଯୋଗାଇ ଦେଉଛି। ରେଳବାଇର ପ୍ରାୟ ୧୦ ହଜାର କ୍ରୀଡ଼ା କର୍ମଚାରୀମାନଙ୍କ ମଧ୍ୟରୁ ପାଖାପାଖି ୩ ହଜାର କର୍ମଚାରୀ କ୍ରୀଡ଼ା ଗତିବିଧିରେ ସକ୍ରିୟ ରହିଛନ୍ତି। ଦେଶରେ ଭାରତୀୟ ରେଳବାଇ ସର୍ବାଧିକ ସଂଖ୍ୟକ ପୁରୁଷ ଓ ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ନିଯୁକ୍ତି ଦେଇଛି।

ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଦେଶ ପାଇଁ ଗୌରବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରେଳବାଇ ଏ କ୍ଷେତ୍ରରେ ଏକ ରେକର୍ଡ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା କିମ୍ବା ଅଲିମ୍ପିକ୍ସ, ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଭାରତର ପ୍ରଦର୍ଶନରେ ବ୍ୟାପକ ଯୋଗଦାନ ଦେଇଥାନ୍ତି।

ଭାରତୀୟ ରେଳବାଇ ସୃଷ୍ଟି କରିଥିବା ତାରକା ଭାରୋତ୍ତୋଳନକାରୀମାନଙ୍କ ମଧ୍ୟରେ ରହିଛନ୍ତି ଏସ. ମୀରାବାଇ ଚାନୁ, ଯିଏକି ଟୋକିଓ ଅଲିମ୍ପିକ୍ସ ଦେଶ ପାଇଁ ରୌପ୍ୟ ପଦକ ଆଣିଥିଲେ। ସେ ଅଲିମ୍ପିକ୍ସରେ ରୌପ୍ୟ ଜିତିବାରେ ଥିଲେ ଭାରତର ପ୍ରଥମ ମହିଳା ଭାରୋତ୍ତୋଳନକାରୀ। ଅର୍ଜ୍ଜୁନ ପୁରସ୍କାର ବିଜେତା ସତୀଶ ଶିବଲିଙ୍ଗ, ରେଣୁ ବାଳା, ସୁଶ୍ରୀ ସଞ୍ଜିତା ଚାନୁ ପ୍ରମୁଖ ରେଳବାଇ ଠାରୁ ପ୍ରୋତ୍ସାହନ ପାଇ ଭାରୋତ୍ତୋଳନ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିପାରିଛନ୍ତି।

ଭାରତୀୟ ରେଳବାଇ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜୁ ଜନତା ଦଳ ପକ୍ଷରୁ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା କମିଟି ଘୋଷଣା

September 25, 2026

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026
Latest News

ବିଜୁ ଜନତା ଦଳ ପକ୍ଷରୁ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା କମିଟି ଘୋଷଣା

September 25, 2026

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.