ଆଇପିଏଲ: ଆଜି ଗୁଜୁରାଟ ଟାଇଟାନ୍ସ-ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଲଢେଇ, ଜାଣନ୍ତୁ ସବିଶେଷ ତଥ୍ୟ

Published: Mar 28, 2022, 2:54 pm IST

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ଗୁଜୁରାଟ ଟାଇଟାନ୍ସ ମୁହାଁମୁହିଁ ହେବ। ଏହା ଉଭୟ ଦଳର ପଦାର୍ପଣ ମ୍ୟାଚ୍ ହେବ। ଉଭୟ ଦଳ ପ୍ରଥମ ମ୍ୟାଚରେ ବିଜୟ ପଞ୍ଜିକରଣ କରି ଜୋରଦାର ଆଇପିଏଲ୍ ଅଭିଯାନ ଆରମ୍ଭ କରିବାକୁ ଚାହାଁନ୍ତି। ଏହି ମ୍ୟାଚ୍ କେବେ ଏବଂ କେଉଁଠାରେ ଦେଖିବେ? ଏଠାରେ ପଢନ୍ତୁ..

୧. ଗୁଜୁରାଟ ଟାଇଟାନ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମ୍ୟାଚ୍ ଆଇପିଏଲରେ କେବେ ଅନୁଷ୍ଠିତ ହେବ?:

ଏହି ମ୍ୟାଚ୍ ଆଜି (ମାର୍ଚ୍ଚ ୨୮ ତାରିଖ) ରାତି ୦୭.୩୦ ମିନିଟରେ ଅନୁଷ୍ଠିତ ହେବ।

୨. ଏହି ମ୍ୟାଚ୍ କେଉଁଠାରେ ଖେଳାଯିବ?:

ଏହି ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ।

୩- କେଉଁ ଚ୍ୟାନେଲରେ ମ୍ୟାଚ୍ ସିଧା ପ୍ରସାରଣ ହେବ?:

ଏହି ମ୍ୟାଚଟି ଷ୍ଟାର ସ୍ପୋର୍ଟସ ନେଟୱାର୍କର ଷ୍ଟାର ସ୍ପୋର୍ଟସ ୧, ଷ୍ଟାର ସ୍ପୋର୍ଟସ ୧ ଏଚଡି, ଷ୍ଟାର ସ୍ପୋର୍ଟସ ୧ ହିନ୍ଦୀ, ଷ୍ଟାର ସ୍ପୋର୍ଟସ ୨, ଷ୍ଟାର ସ୍ପୋର୍ଟସ ୨ ଏଚଡି, ଷ୍ଟାର ସ୍ପୋର୍ଟସ ୩, ଷ୍ଟାର ସ୍ପୋର୍ଟସ ୪, ଷ୍ଟାର ସ୍ପୋର୍ଟସ ୧ ତାମିଲ ଚ୍ୟାନେଲରେ ସିଧା ପ୍ରସାରଣ ହେବ।

୪. ମ୍ୟାଚ୍ ଅନଲାଇନରେ ଦେଖାଯାଇପାରିବ କି?:

ହଁ, ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଡିସ୍ନି + ହଟଷ୍ଟାର୍ ଆପ୍ ରେ ଦେଖିବାକୁ ମିଳିବ। ଏହାକୁ ଦେଖିବା ପାଇଁ ଆପଣଙ୍କୁ ଏହି ଆପକୁ ସବସ୍କ୍ରାଇବ କରିବାକୁ ପଡିବ।

ଉଭୟ ଦଳର ସ୍କ୍ବାଡ୍:

ଗୁଜୁରାଟ ଟାଇଟାନ୍ସ ସ୍କ୍ୱାଡ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ରସିଦ ଖାନ, ଶୁଭମାନ ଗିଲ, ମହମ୍ମଦ ଶାମି, ରହମାନୁଲ୍ଲା ଗୁରୁବାଜ, ଲକି ଫର୍ଗୁସନ, ଅଭିନଭ ସଦରଙ୍ଗନି, ରାହୁଲ ତେୱାତିଆ, ନୁର ଅହମ୍ମଦ, ସାଇ କିଶୋର, ବିଜୟ ଶଙ୍କର, ଜୟନ୍ତ ଯାଦବ, ଡୋମିନିକ ଡ୍ରାକସ୍, ଦର୍ଶନ ନାଲକଣ୍ଡେ, ୟଶ ଦୟାଲ, ଅଲଜାରି ଜୋସେଫ, ପ୍ରଦୀପ ସାଙ୍ଗୱାନ, ଡେଭିଡ ମିଲର, ରିଦ୍ଧିମାନ ସାହା, ମାଥ୍ୟୁ ୱେଡ, ବରୁଣ ଆରୋନ ଏବଂ ବି ସାଇ ସୁଦର୍ଶନ।

ଲକ୍ଷ୍ନୌ ସ୍କ୍ବାଡ୍: କେ.ଏଲ୍ ରାହୁଲ (କ୍ୟାପଟେନ), ମନୀଷ ପାଣ୍ଡେ, କ୍ୱିଣ୍ଟନ୍ ଡି କକ୍, ମନନ୍ ଭୋରା, ଇଭିନ୍ ଲୁଇସ୍, ମାର୍କସ୍ ଷ୍ଟୋଇନିସ୍, କୃଷ୍ଣପ୍ପା ଗୌତମ, କର୍ଣ୍ଣ ଶର୍ମା, ଜେସନ ହୋଲ୍ଡର, କାଇଲ୍ ମେୟର୍ସ, ଦୀପକ ହୁଡା, କ୍ରୁନାଲ ପାଣ୍ଡ୍ୟା, ଆୟୁଷ ବଦୋନି, ରବି ବିଶ୍ନୋଇ, ମାର୍କ ଉଡ, ଦୁଷ୍ମନ୍ତା ଚାମିରା, ଅଙ୍କିତ ରାଜପୁତ, ମୋହସିନ୍ ଖାନ୍, ଶାହାବାଜ ନଦିମ, ଆଭେଶ ଖାନ ଏବଂ ମୟଙ୍କ ଯାଦବ।

Related posts