ପ୍ରତ୍ୟେକ ଥର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସମସ୍ୟା ହୋଇ ଠିଆ ହୁଅନ୍ତି ପ୍ୟାଟ୍ କମିନ୍ସ, ଏହା ହେଉଛି ରେକର୍ଡ

Published: Apr 7, 2022, 4:28 pm IST

ମୁମ୍ବାଇ: ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସ ଆଇପିଏଲ୍-୨୦୨୨ ର ପ୍ରଥମ ମ୍ୟାଚ୍ ରେ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ କମିନ୍ସ ୧୫ ଟି ବଲରେ ୫୬ ରନର ଚମତ୍କାର ଇନିଂସ ଖେଳିଛନ୍ତି। ସେ ୧୪ ଟି ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ଦ୍ଵାରା ସେ ଆଇପିଏଲରେ ଦ୍ରୁତତମ ପଚାଶ କରିଥିବା କେ.ଏଲ୍ ରାହୁଲଙ୍କ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। କମିନ୍ସଙ୍କ ଏହି ଇନିଂସ ଯୋଗୁଁ କେକେଆର ୧୬ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

ଉଲ୍ଲେଖଥାଉ କି, ପ୍ୟାଟ୍ କମିନ୍ସ କେବଳ ଗତକାଲିର ମ୍ୟାଚରେ ମୁମ୍ବାଇ ଉପରେ ବର୍ଷା କରିନାହାଁନ୍ତି, ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ସେ ଦୁଇଟି ମ୍ୟାଚରେ ମୁମ୍ବାଇ ପାଇଁ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛନ୍ତି। ମୁମ୍ବାଇ ବିପକ୍ଷ ଏହି ଦୁଇଟି ମ୍ୟାଚରେ ପ୍ୟାଟ୍ କମିନ୍ସ ସମାନ ଭାବେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଆଇପିଏଲ୍ ୨୦୨୦ର ୩୨ ତମ ମ୍ୟାଚ୍ ରେ ପ୍ୟାଟ୍ କମିନ୍ସ ମୁମ୍ବାଇ ବିପକ୍ଷରେ ୩୬ ଟି ବଲରେ ୫୩ ରନ୍ ସଂଗ୍ରହ କରିଥିଲେ। କମିନ୍ସଙ୍କ ଏହି ଇନିଂସ ଯେତେବେଳେ କେକେଆର ଦଳ ୧୧ ଓଭରରେ ମାତ୍ର ୬୧ ରନ୍ ରେ ୫ ୱିକେଟ୍ ହରାଇଥିଲା। କମିନ୍ସଙ୍କ ଇନିଂସ ଯୋଗୁଁ କେକେଆରକୁ ଏକ ସମ୍ମାନଜନକ ସ୍କୋରକୁ ନେଇଥିଲା (୧୪୮)। ଏହାପୂର୍ବରୁ, ଅନ୍ୟ ଏକ ମ୍ୟାଚରେ ସେ ମୁମ୍ବାଇ ବିପକ୍ଷରେ ମାତ୍ର ୧୨ ଟି ବଲରେ ୩୩ ରନର ଏକ ଇନିଂସ ଖେଳିଛନ୍ତି।

ଗତକାଲି ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ କେକେଆର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କେକେଆରର ବୋଲରମାନେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ମୁମ୍ବାଇର ବ୍ୟାଟ୍ସମ୍ୟାନମାନଙ୍କୁ ବାନ୍ଧି ରଖିଥିଲେ ଏବଂ ୧୧ ଓଭରରେ ମୁମ୍ବାଇର ଦଳ ମାତ୍ର ୫୫ ରନ୍ ସ୍କୋର କରିପାରିଥିଲା। ଏହି ସମୟରେ ମୁମ୍ବାଇର ୩ ୱିକେଟ୍ ମଧ୍ୟ ଖସି ଯାଇଥିଲା। ଏଠାରୁ ସୁର୍ଯ୍ୟକୁମାର ଯାଦବ (୫୨), ତିଲକ ବର୍ମା (୩୮) ଏବଂ ପୋଲାର୍ଡ (୨୨)ଙ୍କ ବଳରେ ମୁମ୍ବାଇକୁ ଏକ ସମ୍ମାନଜନକ ସ୍କୋର (୧୬୧)ମିଳିଥିଲା। ଏହାର ଜବାବରେ କେକେଆର୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା କିନ୍ତୁ ଭେଙ୍କଟେଶ ଆୟର୍ (୫୧) ଏବଂ ପ୍ୟାଟ୍ କମିନ୍ସ (୫୬) ଙ୍କ ଇନିଂସ ଯୋଗୁଁ ୧୬ ଓଭରରେ ଦଳକୁ ବିଜୟ ଦେଇଥିଲା।

Related posts