Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍‌ସ
ଆଜିର ଖବର

ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍‌ସ

April 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ
କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଭାରତ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ର ଅପେକ୍ଷା କରୁଛି। ତେଣୁ ଖେଳରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଖବର ଯେ ଡିଡି ସ୍ପୋର୍ଟସ ଏପ୍ରିଲ୍ ୨୪ ତାରିଖ ୨୦୨୨ ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସମସ୍ତ ଟିଭି ଓ ମୋବାଇଲରେ ଲାଇଭ ଦେଖାଇବ।

ଭାରତରେ ଖେଳ ସଂସ୍କୃତିକୁ ପୁନର୍ଜିବିତ କରିବା ପାଇଁ ଖେଲୋ ଇଣ୍ଡିଆ ଗେମ୍‌ସର ଅଂଶ ଭାବରେ ୨୦୨୦ରେ ଆରମ୍ଭ କରାଯାଇଥିଲା, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍‌ସର ଦ୍ବିତୀୟ ଆୟୋଜନ ଏପ୍ରିଲ ୨୪ ତାରିଖରୁ ମେ ୩ ତାରିଖ ୨୦୨୨ ପର୍ଯ୍ୟନ୍ତ କରାଯାଉଛି, ଯାହାର ଉଦ୍‌ଘାଟନ ସମାରୋହ ଏପ୍ରିଲ ୨୪ ତାରିଖରେ କରାଯିବ ଏବଂ ଉଦ୍‌ଯାପନୀ ସମାରୋହ ମେ ୩ ତାରିଖରେ କରାଯିବ।

ଭାରତରେ ବିଭିନ୍ନ ଖେଳ ପାଇଁ ଏକ ସଶକ୍ତ ଭିତ୍ତିଭୂମି ସୁବିଧା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି  ଗେମ୍‌ସ ଏକ ଜାତୀୟ ସ୍ତରର ଅନେକ ଖେଳର ବାର୍ଷିକ ଆୟୋଜନ ଅଟେ ଯେଉଁଥିରେ ସାରା ଦେଶରୁ ବିଭିନ୍ନ ଖେଳର ଆଥଲେଟ୍‌ ବିଭିନ୍ନ ଖେଳରେ ପ୍ରତିଯୋଗୀତା କରିଥାନ୍ତି। ଏହା ଦେଶର ସବୁଠାରୁ ବଡ଼ ବିଶ୍ବବିଦ୍ୟାଳୟ ସ୍ତରର ଖେଳ ପ୍ରତିଯୋଗୀତା ଯାହାର ଉଦ୍ଦେଶ୍ୟ ହେଉଛି ଅଲମ୍ପିକ୍ ଏବଂ ଏସିଆ ଖେଳ ପାଇଁ ୧୮ ରୁ ୨୫ ବର୍ଷ ବୟସର ଆଥଲେଟ ମାନଙ୍କୁ ଚିହ୍ନଟ କରିବା ଏବଂ ତାଙ୍କୁ ପ୍ରଶିକ୍ଷିତ କରିବା ଅଟେ।

ଭାରତୀୟ ଖେଳ ପ୍ରାଧୀକରଣର ସହଯୋଗରେ, ଡିଡି ସ୍ପୋର୍ଟସ ଏହି ଆୟୋଜନରେ ବିଭିନ୍ନ ଖେଳର ବ୍ୟାପକ କଭରେଜ୍ ପାଇଁ ବିସ୍ତୃତ ବ୍ୟବସ୍ଥା କରିଛି ଯେଉଁଥିରେ ୧୭୫ ରୁ ଅଧିକ ବିଶ୍ବବିଦ୍ୟାଳୟର ୩୮୦୦ ରୁ ଅଧିକ ଆଥଲେଟ୍‌ ଭାଗ ନେବାର ଆଶା କରାଯାଉଛି। ଆଥଲେଟିକ୍‌ସ, ଭଲିବଲ୍, ସନ୍ତରଣ, ବାସ୍କେଟବଲ୍‌, ଭାରତ୍ତୋଳନ, କୁସ୍ତି, କବାଡ଼ି, କରାଟେ ଏବଂ ଯୋଗାସନକୁ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ କରାଯିବ। ଏହା ସହିତ ଜୁଡୋ, ଟେନିସ୍, ମଲଖମ୍ବା, ତୀରନ୍ଦାଜ, ତଲୱାରଚାଳନା, ଫୁଟବଲ, ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ, ହକି, ସୁଟିଂ ଓ ବକ୍ସିଂର ରେକର୍ଡ଼ ହୋଇଥିବା ଫର୍ମାଟକୁ ପ୍ରସାରଣ କରାଯିବ। ଏହି ଆୟୋଜନରେ ୨୦ ଟି ଖେଳକୁ ସାମିଲ୍ କରାଯାଉଛି, ଯେତେବେଳେ ଏହାର ପୂର୍ବ ଆୟୋଜନରେ ୧୮ ଟି ଖେଳକୁ ସାମିଲ୍ କରାଯାଇଥିଲା। ଏହି ଆୟୋଜନରେ ପ୍ରଥମ ଥର ଦୁଇଟି ସ୍ବଦେଶୀ ବିଷୟ – ଯୋଗାସନ ଓ ମଲଖମ୍ବ କୁ ପ୍ରଥମ ଥର ସାମିଲ୍ କରାଯାଇଛି।

ଟିଭି ପ୍ରସାରଣ ବ୍ୟତୀତ ଦର୍ଶକଙ୍କ ପାଇଁ ଅନେକ ଖେଳ ସିଧା ପ୍ରସାରଣ ପାଇଁ ଡିଡି ସ୍ପୋର୍ଟସ ର ୪ ଲାଇଭ୍ ଷ୍ଟ୍ରିମ୍ ପ୍ରସାର ଭାରତୀ ସ୍ପୋର୍ଟସ ୟୁଟ୍ୟୁବ ଚ୍ୟାନେଲରେ ଏକ ସଙ୍ଗରେ ଉପଲବ୍ଧ ହେବ। ଇଂରାଜୀ ଓ ହିନ୍ଦୀ କମେଣ୍ଟ୍ରି ଏବଂ ଆକର୍ଷକ ଗ୍ରାଫିକ୍‌ସ ସହିତ ଏହାକୁ ପ୍ରସାରଣ କରାଯିବ।

ଖେଳର ପ୍ରସାରଣ ଡିଡି ସ୍ପୋର୍ଟସରେ ପ୍ରତିଦିନ ସକାଳ ୯ ରୁ ସନ୍ଧ୍ୟା ୬ ଘ. ପର୍ଯ୍ୟନ୍ତ ଲାଇଭ୍/ ଡେଫରଡ୍‌ ଲାଇଭ୍ ଆଧାରରେ କରାଯିବ। ଏହାପରେ ଅଧ ଘଣ୍ଟାର ହାଇଲାଇଟ୍‌ସ / ପରିସଂଖ୍ୟାନ ଆଧାରିତ ସୋ ଏବଂ ଯୁବ ପ୍ରତିଭା ମାନଙ୍କ ଉପରେ ଆଉ ଏକ ଅଧ ଘଣ୍ଟାର ସୋ ହେବ।

ଦୈନିକ ହାଇଲାଇଟ୍‌ସ ଏବଂ ମହତ୍ତ୍ବପୂର୍ଣ୍ଣ କାର୍ଯ୍ରକ୍ରମ ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଡିଡି ସ୍ପୋର୍ଟସ ଏବଂ ଡିଡି ନ୍ୟାସନାଲ୍‌ରେ ଉଦ୍‌ଘାଟନ ଓ ଉଦ୍‌ଯାପନୀ ସମାରୋହର ସିଧା ପ୍ରସାରଣ କରାଯିବ।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍‌ସ ୨୦୨୧ ରେ ପ୍ରତିଦିନର ତାଜା ସୂଚନା ସହିତ ସମସ୍ତ ଅପଡେଟ୍ ପାଇଁ ଡିଡି ସ୍ପୋର୍ଟସ (@ddsportschannel) ଏବଂ ଅଲ୍ ଇଣ୍ଡିଆ ରେଡିଓ ସ୍ପୋର୍ଟସ (@akashvanisports) ର ଟ୍ବିଟର ହ୍ୟାଣ୍ଡେଲରେ ସାମିଲ୍ ହୁଅନ୍ତୁ।

ଉପରେ ଦର୍ଶା ଯାଇଥିବା ପ୍ରସାର ଭାରତୀ ସ୍ପୋର୍ଟସ ୟୁଟ୍ୟୁବ ଚ୍ୟାନେଲରେ ୪ ଲାଇଭ୍ ଷ୍ଟ୍ରିମ୍ ଦେଖିବା ପାଇଁ, ନିମ୍ନରେ ଦିଆ ଯାଇଥିବା କ୍ୟୁଆର କୋଡକୁ ସ୍କାନ କରନ୍ତୁ।

ଖେଲୋ ଇଣ୍ଡିଆ ସିଧା ପ୍ରସାରଣ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.