Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଧାୱନ ଅଧିନାୟକ
ଆଜିର ଖବର

ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଧାୱନ ଅଧିନାୟକ

July 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ନିୟମିତ ଅଧିନାୟକ ରୋହିତ ଶର୍ମା, ବରିଷ୍ଠ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି, ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏହି ସିରିଜରେ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ।

ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ ସ୍ୱିଙ୍ଗ୍ ବୋଲିଂ ଅଲରାଉଣ୍ଡର ଦୀପକ ଚହର ଦଳକୁ ଫେରିଛନ୍ତି। ଆହତ କାରଣରୁ ଉଭୟ ଖେଳାଳି ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଥିଲେ। ଆଘାତ ହେତୁ ଦୀପକ ଆଇପିଏଲ୍ ୨୦୨୨ ରେ ମଧ୍ୟ ଭାଗ ନେଇପାରିନଥିଲେ।

ଆଇପିଏଲ୍ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଭାରତ ଦିନିକିଆ ଦଳରେ ସାମିଲ କରାଯାଇଛି। ଏହାପୂର୍ବରୁ ସେ ଭାରତର ଟି-୨୦ ଦଳରେ ସୁଯୋଗ ପାଇଛନ୍ତି। ଏହା ବ୍ୟତୀତ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୱିକେଟ୍ କିପର ସଞ୍ଜୁ ସାମସନ୍ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ: ଶିଖର ଧାୱନ (କ୍ୟାପଟେନ), ରୁତୁରାଜ ଗାଇକ୍ଵାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଶନ (ଡବ୍ଲୁ.କେ), ସଞ୍ଜୁ ସାମସନ (ଡବ୍ଲୁ.କେ), ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ସର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଏବଂ ଦୀପକ ଚହର।

ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ:

ଅଗଷ୍ଟ ୧୮, ୨୦ ଏବଂ ୨୨ ତାରିଖରେ ଜିମ୍ବାୱେରେ ଟିମ୍ ଇଣ୍ଡିଆ ତିନୋଟି ଦିନିକିଆ ଖେଳିବ। ଏହି ସମସ୍ତ ମ୍ୟାଚ୍ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ। ୬ ବର୍ଷ ମଧ୍ୟରେ ଜିମ୍ବାୱେରେ ଏହା ହେଉଛି ଭାରତର ପ୍ରଥମ ଯାତ୍ରା। ଶେଷ ଥର ପାଇଁ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଦଳ ତିନୋଟି ଦିନିକିଆ ଏବଂ ଟି-୨୦ ମ୍ୟାଚ ଜୁନ୍-ଜୁଲାଇ ୨୦୧୬ ରେ ଖେଳିଥିଲା।

ଜିମ୍ବାୱେ ଦିନିକିଆ ସିରିଜ୍ ଭାରତୀୟ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଚାଲିବ ବୁଲଡୋଜର: ୩୮ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026
Latest News

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଚାଲିବ ବୁଲଡୋଜର: ୩୮ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.