Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ
ଅନ୍ତରାଷ୍ଟ୍ରୀୟ

ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ

September 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱ କପ୍‌ ୨୦୨୨ ଭାରତରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱ କପ ୧୧ରୁ ୩୦ ଅକ୍ଟୋବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ। ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି। ଏହା ହେବ ଭାରତରେ ଆୟୋଜିତ ଫିଫାର ସର୍ବପ୍ରଥମ ମହିଳା ବିଶ୍ୱ ପ୍ରତିଯୋଗିତା। ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ସମ୍ମାନଜନକ ପ୍ରତିଯୋଗିତା ବିଶ୍ୱ କପ ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ।

ଆର୍ଥିକ ବ୍ୟୟ:

ଖେଳପଡ଼ିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ କ୍ଷମତା ବିକାଶ, ବିଦ୍ୟୁତ ସଂଯୋଗ ଓ କେବଲିଂ, ଷ୍ଟାଡିୟମ ଏବଂ ପ୍ରଶିକ୍ଷଣ କ୍ଷେତ୍ରର ବିକାଶ ଆଦି ପାଇଁ ସର୍ବଭାରତୀୟ ପୁଟବଲ ମହାସଂଘ (ଏଆଇଏଫଏଫ)କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଜାତୀୟ କ୍ରୀଡ଼ା ସଂଘମାନଙ୍କୁ ସହାୟତା ଯୋଜନା ପାଇଁ ଆବଣ୍ଟିତ ବଜେଟକୁ ଏହି ଅର୍ଥ ବରାଦ କରାଯାଇଛି।

ଯୋଜନାର ଉଦ୍ଦେଶ୍ୟ

  • ଭାରତରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ୨୦୨୨ ଆୟୋଜନ ହେବା ଦ୍ୱାରା ଦେଶରେ ମହିଳା ଫୁଟବଲ କ୍ଷେତ୍ରରେ ରହିଥିବା ସମ୍ଭାବନା ସୁଦୃଢ଼ ହେବ।
  • ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ। ଭବିଷ୍ୟତ ପାଇଁ ଏକ ସକାରାତ୍ମକ ପରମ୍ପରା ଛାଡ଼ିଯିବା ଲାଗି ନିମ୍ନ ଲକ୍ଷ୍ୟଗୁଡ଼ିକ ନିର୍ଦ୍ଧାରଣ କରାଯାଇଛି:
  1. ଫୁଟବଲ ନେତୃତ୍ବ ଏବଂ ନୀତି ନିର୍ଦ୍ଧାରକ ସଂସ୍ଥାରେ ମହିଳାମାନଙ୍କର ପ୍ରତିନିଧିତ୍ବ ବୃଦ୍ଧି କରିବା
  2. ଭାରତରେ ଫୁଟବଲ ଖେଳିବା ଲାଗି ଅଧିକ ଝିଅମାନଙ୍କୁ ଅନୁପ୍ରାଣିତ କରିବା
  • ଯୁବାବସ୍ଥାରେ ସମାନ କ୍ରୀଡ଼ାର ଅବଧାରଣାକୁ ସ୍ୱାଭାବିକ କରି ଲିଙ୍ଗ ସମାବେଶୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା
  1. ଭାରତରେ ମହିଳାମାନଙ୍କ ପାଇଁ ଫୁଟବଲର ଗୁଣବତ୍ତାରେ ସୁଧାର ଆଣିବା ଲାଗି ସୁଯୋଗ ସୃଷ୍ଟି କରିବା
  2. ମହିଳାଙ୍କ କ୍ରୀଡ଼ାରେ ବାଣିଜ୍ୟିକ ମୂଲ୍ୟରେ ସୁଧାର ଆଣିବା।

ଔଚିତ୍ୟ:

ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଏକ ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏହା ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି। ଏହା କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଯୁବପିଢ଼ିଙ୍କୁ ଅଧିକ ଅନୁପ୍ରାଣିତ କରିବ ଏବଂ ଭାରତରେ ଫୁଟବଲ ଖେଳର ବିକାଶ ପାଇଁ ସହାୟକ ହେବ। ଏହି ପ୍ରତିଯୋଗିତା ଫୁଟବଲକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରିବା ଲାଗି ଭାରତୀୟ ବାଳିକାମାନଙ୍କୁ ଅନୁପ୍ରାଣିତ କରିବ। ଖାଲି ସେତିକି ନୁହେଁ, ଦୀର୍ଘସ୍ଥାୟୀ ଭିତ୍ତିରେ ଏହା ଦେଶର ଝିଅ ଓ ମହିଳାମାନଙ୍କୁ ଫୁଟବଲ ଏବଂ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ।

ପୃଷ୍ଠଭୂମି:

୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ ହେଉଛି ୧୭ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଫୁଟବଲ ପ୍ରତିଯୋଗିତା, ଯାହାକି ଫିଫା ଦ୍ୱାରା ଆୟୋଜିତ ହୋଇଥାଏ। ଏହି ପ୍ରତିଯୋଗିତାର ଆୟୋଜନ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପାରମ୍ପରିକ ଭାବେ ପ୍ରତି ଯୁଗ୍ମ ସଂଖ୍ୟା ବିଶିଷ୍ଟ ବର୍ଷରେ ଏହା ଆୟୋଜିତ ହୋଇଥାଏ। ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ୧୩ ନଭେମ୍ବର ଠାରୁ ୧ ଡିସେମ୍ବର, ୨୦୧୮ ପର୍ଯ୍ୟନ୍ତ ଉରୁଗୁଏ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଂସ୍କରଣରେ ସ୍ପେନ ଚାମ୍ପିଅନ ହୋଇଥିଲା। ଭାରତରେ ଆୟୋଜିତ ହେଉଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱ କପରେ ଭାରତ ସମେତ ମୋଟ ୧୬ଟି ଦଳ ଭାଗ ନେବେ। ଏଆଇଏଫଏଫ ତିନୋଟି ସ୍ଥାନରେ ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଏହି ସ୍ଥାନଗୁଡ଼ିକ ହେଲା- ଭୁବନେଶ୍ୱର, ନଭୀ ମୁମ୍ବାଇ ଏବଂ ଗୋଆ। ଏଥିପୂର୍ବରୁ ୨୦୧୭ରେ ଭାରତ ୧୭ ବର୍ଷରୁ କମ ଫିଫା ପୁରୁଷ ଫୁଟବଲ ବିଶ୍ୱକପ-୨୦୧୭ ସଫଳତା ପୂର୍ବକ ଆୟୋଜନ କରିଥିଲା । ୬ରୁ ୨୮ ଅକ୍ଟୋବର, ୨୦୧୭ରେ ଏହି ପ୍ରତିଯୋଗିତା ଦେଶର ଛଅଟି ସ୍ଥାନ ଯଥା: ନୂଆଦିଲ୍ଲୀ, ଗୌହାଟୀ, ମୁମ୍ବାଇ, ଗୋଆ, କୋଚି ଏବଂ କୋଲକାତାରେ ଆୟୋଜନ କରାଯାଇଥିଲା।

ଫିଫା
Share. Facebook Twitter LinkedIn Email WhatsApp Copy Link

Related Posts

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026

ଖଡ଼ଗପୁର ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

July 29, 2026
Latest News

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026

ଖଡ଼ଗପୁର ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

July 29, 2026

ସୋଆ ପକ୍ଷରୁ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.