Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଞ୍ଜୁ ସାମସନଙ୍କୁ ମିଳିଲା ଅଧିନାୟକତ୍ଵ: ନ୍ୟୁଜିଲ୍ୟାଣ୍ଡ-ଏ ବିରୋଧରେ ଖେଳିବ ଟିମ ଇଣ୍ଡିଆ
ଆଜିର ଖବର

ସଞ୍ଜୁ ସାମସନଙ୍କୁ ମିଳିଲା ଅଧିନାୟକତ୍ଵ: ନ୍ୟୁଜିଲ୍ୟାଣ୍ଡ-ଏ ବିରୋଧରେ ଖେଳିବ ଟିମ ଇଣ୍ଡିଆ

September 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଷ୍ଟାର ବ୍ୟାଟ୍ସମ୍ୟାନ୍
ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ହସ୍ପିଟାଲରେ ଭର୍ତ୍ତି, ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି। ଅଲ୍ ଇଣ୍ଡିଆ ସିନିୟର ଚୟନ କମିଟି ଏଥିପାଇଁ ୧୬ ଜଣିଆ ଦଳ ଚୟନ କରିଛି। ଦଳର ନେତୃତ୍ଵ ସଞ୍ଜୁ ସାମସନଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦଳରେ ଆଇପିଏଲ-୨୦୨୨ ତାରକା ଖେଳାଳି ଉମ୍ରାନ ମଲିକ ଏବଂ ତିଲକ ବର୍ମାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଅଣ୍ଡର -୧୯ ବିଶ୍ୱକପ ତାରକା ରାଜ ଅଙ୍ଗଦ ବାୱା ମଧ୍ୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ଆଇପିଏଲ ଏବଂ ରଣଜୀ ଟ୍ରଫିରେ ଏକ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିବା ଶାହବାଜ ଅହମ୍ମଦଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆରେ ଖେଳିବାର ଭଲ ଅଭିଜ୍ଞତା ଥିବା ଶାର୍ଦ୍ଦୁଲ ଠାକୁର, ନବଦୀପ ସାଇନି, ରୁତୁରାଜ ଗାଇକ୍ଵାଡ ଏବଂ ପୃଥ୍ବୀ ଶ’ ଭଳି ଖେଳାଳିଙ୍କୁ ମଧ୍ୟ ଭାରତ-ଏରେ ସ୍ଥାନ ଦିଆଯାଇଛି। ସୂଚନା ଅନୁଯାୟୀ, ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ-ଏ ଏବଂ ନ୍ୟୁଜିଲ୍ୟାଣ୍ଡ ଏ ମଧ୍ୟରେ ଥିବା ତିନୋଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୨ ତାରିଖ, ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୫ ତାରିଖ ଏବଂ ତୃତୀୟ ଦିନିକିଆ ସେପ୍ଟେମ୍ବର ୨୭ ତାରିଖରେ ଖେଳାଯିବ।

ଇଣ୍ଡିଆ-ଏ ସ୍କ୍ବାଡ: ପୃଥ୍ବୀ ଶ, ଅଭିମନ୍ୟୁ ଈଶ୍ବରନ, ରୁତୁରାଜ ଗାଇକ୍ଵାଡ, ରାହୁଲ ତ୍ରିପାଠୀ, ରଜତ ପାଟିଦାର, ସଞ୍ଜୁ ସାମସନ (ଅଧିନାୟକ), କେ.ଏସ୍ ଭରତ (ଡବ୍ଲୁ), କୁଲଦୀପ ଯାଦବ, ଶାହବାଜ ଅହମ୍ମଦ, ରାହୁଲ ଚହର, ତିଲକ ବର୍ମା, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଉମ୍ରାନ ମଲିକ, ନବଦୀପ ସାଇନି, ରାଜ ଅଙ୍ଗଜ ବାୱା।

ଉଲ୍ଲେଖଯୋଗ୍ୟ, ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ସଞ୍ଜୁ ସାମସନ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିଲେ। ତାଙ୍କ ସ୍ଥାନରେ ଋଷଭ ପନ୍ତ ପ୍ରବେଶ କରିଥିଲେ। ଗତ କିଛି ଦିନ ହେବ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ଏଥିପାଇଁ କ୍ରମାଗତ ଭାବରେ ଟାର୍ଗେଟ କରାଯାଉଥିଲା। ସୋସିଆଲ ମିଡିଆରେ ପ୍ରଶଂସକମାନେ ସଞ୍ଜୁ ସାମସନଙ୍କୁ ଦଳରୁ ଦୂରେଇ ରଖିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବର୍ତ୍ତମାନ ସଞ୍ଜୁ ସାମସନଙ୍କୁ ଭାରତ-ଏର ଅଧିନାୟକ କରିବା ପରେ ଏହି ଅସନ୍ତୋଷ ବହୁ ପରିମାଣରେ ଦୂର ହୋଇପାରେ।

ଚୟନ କମିଟି ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ-ଏ ସଞ୍ଜୁ ସାମସନ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

April 18, 2026

ଆଜି ରାତି ୮:୩୦ ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

April 18, 2026

ଓମ୍ ପ୍ରକାଶ ରାଜଭରଙ୍କ ବଡ଼ ଘୋଷଣା: ମହିଳା ସଂରକ୍ଷଣ ସମ୍ପର୍କରେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ

April 18, 2026

‘ମହିଳା ସଂରକ୍ଷଣ ଆଳରେ କ୍ଷମତାରେ ରହିବା ପାଇଁ ଷଡଯନ୍ତ୍ର’: ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା

April 18, 2026
Latest News

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

April 18, 2026

ଆଜି ରାତି ୮:୩୦ ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

April 18, 2026

ଓମ୍ ପ୍ରକାଶ ରାଜଭରଙ୍କ ବଡ଼ ଘୋଷଣା: ମହିଳା ସଂରକ୍ଷଣ ସମ୍ପର୍କରେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ

April 18, 2026

‘ମହିଳା ସଂରକ୍ଷଣ ଆଳରେ କ୍ଷମତାରେ ରହିବା ପାଇଁ ଷଡଯନ୍ତ୍ର’: ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା

April 18, 2026

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.