Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟି-୨୦ ର଼୍ୟାଙ୍କିଙ୍ଗ: ଏକ ନମ୍ବର ସ୍ଥାନ ପାଇଁ ସୁର୍ଯ୍ୟକୁମାର- ରିଜୱାନଙ୍କ ମଧ୍ୟରେ କଡା ଟକ୍କର
ଅନ୍ତରାଷ୍ଟ୍ରୀୟ

ଟି-୨୦ ର଼୍ୟାଙ୍କିଙ୍ଗ: ଏକ ନମ୍ବର ସ୍ଥାନ ପାଇଁ ସୁର୍ଯ୍ୟକୁମାର- ରିଜୱାନଙ୍କ ମଧ୍ୟରେ କଡା ଟକ୍କର

October 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
surya kumar yadav

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଆଇସିସି ଟି-୨୦ ବ୍ୟାଟିଂ ର଼୍ୟାଙ୍କିଙ୍ଗକୁ ନେଇ ଚର୍ଚ୍ଚା ଜାରି ରହିଛି। ବାସ୍ତବରେ ଭାରତର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଟି-୨୦ ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହେବାକୁ ଅତି ନିକଟତର ହୋଇଛନ୍ତି। ସେ ବର୍ତ୍ତମାନ ପାକିସ୍ତାନର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କ ସହ ଟି-୨୦ ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଭାରତର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଟି-୨୦ ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହେବାକୁ ଅତି ନିକଟତର ହୋଇଛନ୍ତି। ସେ ବର୍ତ୍ତମାନ ଏହି ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥି ସହ ପାକିସ୍ତାନର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ ଟି-୨୦ ବ୍ୟାଟିଂ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତେବେ ସୁର୍ଯ୍ୟକୁମାର ଯାଦବ ରିଜୱାନଙ୍କଠାରୁ ମାତ୍ର ୧୬ ପଏଣ୍ଟ ପଛରେ ଅଛନ୍ତି। ଟିଆର ବ୍ୟାଟିଂ ମାନ୍ୟତାରେ ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବ ୮୩୮ ରେଟିଂ ପଏଣ୍ଟ ପାଇଥିବା ବେଳ ରିଜୱାନଙ୍କର ୮୫୪ ରେଟିଂ ପଏଣ୍ଟ ଅଛି। ଏଭଳି ପରିସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ରିଜୱାନଙ୍କଠାରୁ ମାତ୍ର ୧୬ ପଏଣ୍ଟ ପଛରେ ଅଛନ୍ତି।

ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ତିନୋଟି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୧୧୯ ରନ୍ ସଂଗ୍ରହ କରିଥିଲେ। ସେ ବର୍ତ୍ତମାନ ଆଶ୍ଚର୍ଯ୍ୟଜନକ ଫର୍ମରେ ଚାଲୁଛନ୍ତି। ଏଭଳି ପରିସ୍ଥିତିରେ ର଼୍ୟାଙ୍କିଙ୍ଗର ଏହି ଯୁଦ୍ଧକୁ କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଟି-୨୦ ବିଶ୍ୱକପ୍‌ରେ ଦେଖିବେ। ଅନ୍ୟପକ୍ଷରେ ପାକିସ୍ତାନର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ମଧ୍ୟ ବର୍ତ୍ତମାନ ଚମତ୍କାର ଫର୍ମରେ ଚାଲିଛନ୍ତି। ଇଂଲଣ୍ଡ ବିପକ୍ଷରେ ବର୍ତ୍ତମାନ ଶେଷ ହୋଇଥିବା ଟି-୨୦ ସିରିଜର ୬ ଟି ମ୍ୟାଚରେ ସେ ୩୧୬ ରନ୍ ସଂଗ୍ରହ କରିଥିଲେ। ଏଭଳି ପରିସ୍ଥିତିରେ ଉଭୟଙ୍କ ଫର୍ମକୁ ବିଚାର କରିଲେ ଏକ ନମ୍ବରର ଏହି ଯୁଦ୍ଧ ଅତ୍ୟନ୍ତ ରୋମାଞ୍ଚକର ହେବ।

ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଇନ୍ଦୋର ଟି-୨୦ ରେ ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ଇନିଂସରେ ଏକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଦୀନେଶ କାର୍ତ୍ତିକ ଅନ୍ତିମ ମ୍ୟାଚରେ ଯେଉଁଭଳି ବ୍ୟାଟିଂ କରିଛନ୍ତି, ତାହା ତାଙ୍କର ନମ୍ବର- ୪ ବ୍ୟାଟିଂ କ୍ରମକୁ ବିପଦରେ ଦେଖୁଛନ୍ତି। ‘ପ୍ଲେୟାର ଅଫ୍ ଦି ସିରିଜ୍’ ପୁରସ୍କାର ପାଇବାବେଳେ ସୂର୍ଯ୍ୟକୁମାର ଯାଦବ ଏହା କହିଛନ୍ତି।

ଏକ ନମ୍ବର ସ୍ଥାନ ମହମ୍ମଦ ରିଜୱାନ ସୂର୍ଯ୍ୟକୁମାର ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

“କେରଳରେ ହେବ ତ୍ରିକୋଣୀୟ ପ୍ରତିଯୋଗିତା”: ବିଜେପି ବିଷୟରେ ଭବିଷ୍ୟବାଣୀ କଲେ ସିପିଆଇ ନେତା

March 23, 2026

ରାଜସ୍ଥାନର ଭାରତୀୟ ପ୍ରବନ୍ଧନ ସଂସ୍ଥାନରେ ସମ୍ମାନିତ ହେଲେ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ

March 23, 2026

ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

March 23, 2026

ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 23, 2026
Latest News

“କେରଳରେ ହେବ ତ୍ରିକୋଣୀୟ ପ୍ରତିଯୋଗିତା”: ବିଜେପି ବିଷୟରେ ଭବିଷ୍ୟବାଣୀ କଲେ ସିପିଆଇ ନେତା

March 23, 2026

ରାଜସ୍ଥାନର ଭାରତୀୟ ପ୍ରବନ୍ଧନ ସଂସ୍ଥାନରେ ସମ୍ମାନିତ ହେଲେ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ

March 23, 2026

ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

March 23, 2026

ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 23, 2026

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.