Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟ ପ୍ରଦେଶକୁ ୫ମ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆୟୋଜକ ଭାବରେ ଘୋଷଣା
ଆଜିର ଖବର

ମଧ୍ୟ ପ୍ରଦେଶକୁ ୫ମ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆୟୋଜକ ଭାବରେ ଘୋଷଣା

October 20, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆଗାମୀ ସଂସ୍କରଣ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ। ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ପ୍ରଦାନ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ୨୦୨୩ ର ଜାନୁୟାରୀ ୩୧ ତାରିଖରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି।

ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ, ନିଶିଥ ପ୍ରମାଣିକ; ମଧ୍ୟ ପ୍ରଦେଶ ରାଜ୍ୟର କ୍ରୀଡା ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆ; କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ; ଭାରତୀୟ କ୍ରୀଡ଼ା ପ୍ରାଧିକରଣର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତଥା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ମଧ୍ୟ ପ୍ରଦେଶ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଶିବରାଜ ସିଂ ଚୌହାନ କହିଥିଲେ ଯେ, “ମଧ୍ୟ ପ୍ରଦେଶକୁ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଆୟୋଜନ କରିବାର ସୁଯୋଗ ପ୍ରଦାନ କରି ଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି। ଆମେ ଏହାକୁ ସବୁଠାରୁ ସ୍ୱତନ୍ତ୍ର ଖେଲୋ ଇଣ୍ଡିଆ ଗେମ୍ସରେ ପରିଣତ କରିବାକୁ ପ୍ରତିଜ୍ଞା କରୁଛୁ ଏବଂ ଆମର ‘ଅତିଥି ଦେବୋ ଭବ’ ର ଦର୍ଶନକୁ ଆଖି ଆଗରେ ରଖି ଆମେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବୁ।

“ଆମ ମଧ୍ୟ ପ୍ରଦେଶରେ ବନ୍ଧୁକ ଚାଳନା ଏବଂ ଜଳ କ୍ରୀଡା ଏକାଡେମୀ ଗୁଡିକ ପରି ବିଶ୍ୱ ସ୍ତରୀୟ କ୍ରୀଡା ଷ୍ଟାଡିୟମ ଅଛି। ଅନେକ ପ୍ରକାରର ଅନ୍ୟାନ୍ୟ ସୁବିଧା ମଧ୍ୟ ଆଗକୁ ପ୍ରଦାନ କରାଯିବାର ଯୋଜନା ରହିଛି। ଭିତ୍ତିଭୂମି କ୍ଷେତ୍ରରେ ବୃଦ୍ଧି ପାଉଥିବା ବିକାଶ ଏବଂ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଆୟୋଜନ କରିବାର ସୌଭାଗ୍ୟ ସହିତ ମୁଁ ନିଶ୍ଚିତ ଯେ ମଧ୍ୟ ପ୍ରଦେଶରେ ଆଗକୁ ଏକ କ୍ରୀଡ଼ା ବିପ୍ଳବ ଘଟିବ” ବୋଲି ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ୱଦେଶୀ ଖେଳ ପୁଣି ଥରେ ଆଗାମୀ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ (କେଆଇୱାଇଜି)ର ଏକ ଅଂଶ ବିଶେଷ ହେବ ବୋଲି ଉଲ୍ଲେଖ କରି ଅନୁରାଗ ସିଂହ ଠାକୁର କହିଥିଲେ ଯେ “ଅଲିମ୍ପିକ୍ କ୍ରୀଡା ଏବଂ ସ୍ୱଦେଶୀ କ୍ରୀଡାକୁ ସମାନ ଢଙ୍ଗରେ ସମର୍ଥନ କରିବା ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଥିଲା। ମୁଁ ମଧ୍ୟ ପ୍ରଦେଶକୁ ଧନ୍ୟବାଦ ଦେଉଛି, ଯେଉଁଠାରେ ମଲ୍ଲଖମ୍ବ ଖେଳକୁ ରାଜ୍ୟ କ୍ରୀଡାର ମାନ୍ୟତା ପ୍ରଦାନ କରା ଯାଇଛି।”

“କ୍ରୀଡା ଏକ ରାଷ୍ଟ୍ର ବିଷୟ। ମୁଁ ଖୁସି ଯେ ମଧ୍ୟ ପ୍ରଦେଶ ପରି ରାଜ୍ୟମାନେ ଆମର କ୍ରୀଡା ପାରିବେଶିକ ବ୍ୟବସ୍ଥା ଗଠନରେ ନିଜେ ଅଂଶ ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, “ ସମସ୍ତ ରାଜ୍ୟ ଏଥିରୁ ଶିକ୍ଷାଲାଭ କରିବା ଉଚିତ ଏବଂ ଏହା ବୁଝିବା ଉଚିତ ଯେ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କ୍ରୀଡ଼ାର ବିକାଶ ପାଇଁ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପଡିବ। ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଖେଳ ମହାକୁମ୍ବ ଏବଂ ମୁଖ୍ୟମନ୍ତ୍ରୀଙ୍କ କପ୍ (ମଧ୍ୟ ପ୍ରଦେଶ) ଭଳି କ୍ରୀଡା କାର୍ଯ୍ୟକ୍ରମ ଗୁଡିକର ଭୂମିକାକୁ ସେ ବହୁତ ପ୍ରଶଂସା କରିଥିଲେ। ଅନୁରାଗ ସିଂହ ଠାକୁର ଏହା ମଧ୍ୟ ଦୋହରାଇ ଥିଲେ ଯେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଦେଶରେ କ୍ରୀଡା ଏବଂ କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିଛି। ଏହି କାରଣରୁ ଗତ ଥର ହରିୟାଣା ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ୧୨ ଟି ଜାତୀୟ ରେକର୍ଡ ଭାଙ୍ଗିଛି ବୋଲି ସେ ସୂଚନା ଦେଇଥିଲେ।

ତାଙ୍କର ଶୁଭେଚ୍ଛା ଜଣାଇ ନିଶିଥ ପ୍ରମାଣିକ ଆହୁରି ମଧ୍ୟ କହିଥିଲେ ଯେ, “ମଧ୍ୟ ପ୍ରଦେଶ ସରକାର ବର୍ଷ ବର୍ଷ ଧରି ଖେଳାଳି ମାନଙ୍କୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରି ଆସିଛନ୍ତି। ପ୍ରତ୍ୟେକ ରାଜ୍ୟ ଏଥିରୁ ଏକ ଉଦାହରଣ ନେବା ଉଚିତ ଯେ ଖେଳାଳି ମାନଙ୍କୁ ସେମାନଙ୍କର ସଫଳତାର ଶିଖରରେ ପହଂଚିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ କିପରି ରୂପ ନେଉଛି। ମୁଁ ନିଶ୍ଚିତ ଯେ ‘ମହାକାଳଙ୍କ ଭୂମି’ ରେ ହେବାକୁ ଥିବା ଏହି ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ସବୁଠାରୁ ସ୍ୱତନ୍ତ୍ର ହେବ।”

ଯଶୋଧାରା ରାଜେ କହିଥିଲେ ଯେ, ଭାରତରେ କ୍ରୀଡା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ନିମନ୍ତେ ସରକାର କାର୍ଯ୍ୟ କରିଛନ୍ତି। ଭାରତୀୟ ଖେଳାଳି ମାନେ ସାରା ବିଶ୍ୱରେ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ବିଶେଷ କରି ଆମର ଝିଅ ମାନେ ପଦକ ଜିତି କ୍ରୀଡ଼ା କ୍ଷେତ୍ରରେ ଭାରତର ଗର୍ବ ଗୌରବକୁ କ୍ରମାଗତ ଭାବରେ ବୃଦ୍ଧି କରୁଛନ୍ତି ବୋଲି ସେ କହିଥିଲେ।

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଆଗାମୀ ସଂସ୍କରଣରେ ସମୁଦାୟ ୨୭ ଟି ଶୃଙ୍ଖଳା (କ୍ରୀଡା) ପ୍ରଦର୍ଶିତ ହେବ; ଏହି ଖେଳର ଇତିହାସରେ ପ୍ରଥମ ଥର ପାଇଁ ଜଳ କ୍ରୀଡା ଅନ୍ତର୍ଭୁକ୍ତ ହେବ। ଚିରାଚରିତ ଭାବେ ଆୟୋଜିତ ହେଉଥିବା କ୍ରୀଡା ଏବଂ ସ୍ୱଦେଶୀ ଖେଳ ସହିତ କାନୋ ସ୍ଲାଲୋମ୍, କାୟାକିଂ, କାନୋଇଂ ଏବଂ ରୋଇଂ ଭଳି ନୂତନ ଶୃଙ୍ଖଳା ମଧ୍ୟ ଏଥିରେ ପ୍ରଦର୍ଶିତ ହେବ। ଏହି ଖେଳ ମଧ୍ୟ ପ୍ରଦେଶର ଆଠଟି ସହର, ଯଥା: ଭୋପାଳ, ଇନ୍ଦୋର, ଉଜ୍ଜୟିନୀ, ଗ୍ୱାଲିଅର, ଜବଲପୁର, ମାଣ୍ଡଲା, ଖାର୍ଗୋନ (ମହେଶ୍ୱର) ଏବଂ ବାଲାଘାଟ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଅନୁରାଗ ସିଂହ ଠାକୁର ଆଗାମୀ ସଂସ୍କରଣ ଖେଲୋ ଇଣ୍ଡିଆ ମଧ୍ୟପ୍ରଦେଶ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.