Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ପକ୍ଷରୁ ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ଆୟୋଜିତ
ଆଜିର ଖବର

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ପକ୍ଷରୁ ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ଆୟୋଜିତ

November 5, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସରକାର ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ମିଳିତ ଭାବରେ ସେମାନଙ୍କର ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ଆୟୋଜନ କରିଥିଲେ, ଯାହା ଉଭୟ ଏଚ୍‍ପିସି ଓ ବାହାରୁ ଆଥ୍‍ଲେଟମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କ କ୍ଷେତ୍ରରେ ଘଟିଥିବା ଉନ୍ନତିର ମୂଲ୍ୟାୟନ କରିବାକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ସୁଯୋଗ ଯୋଗାଇଦେବା ଉପରେ ମୁଖ୍ୟତଃ ଧ୍ୟାନ କେନ୍ଦ୍ରୀଭୂତ କରୁଥିବା ଏକ ଅନନ୍ୟ ପ୍ରତିଯୋଗିତା ଥିଲା। ସମଗ୍ର ଓଡ଼ିଶାରୁ ୨୮୯ ଉତ୍ସାହୀ ବାଳକ ଓ ବାଳିକା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ମୋଟ ୧୬ଟି ଶୃଙ୍ଖଳା ରହିଥିଲା ଏବଂ ଏହା କଳିଙ୍ଗ ଷ୍ଟାଡିୟମ୍‍ରେ ଆୟୋଜିତ ହୋଇଥିଲା।

ଜେମ୍ସ ହିଲିଅର୍‍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ପ୍ରୋଗ୍ରାମ କହିଛନ୍ତି, “ବର୍ଷ ପରେ ବର୍ଷ ଆଗକୁ ବଢିବା ସହିତ ଆମେ ପ୍ରତିଭା ସଂଖ୍ୟା ବୃଦ୍ଧି ଲକ୍ଷ୍ୟ କରୁଛୁ, ଯେଉଁମାନେ ପିଜିସିଗୁଡିକ ଜରିଆରେ ଆସୁଛନ୍ତି। ନିଜ ବିପକ୍ଷରେ ପ୍ରତିଯୋଗିତା କରିବାକୁ ଆମ ଏଚ୍‍ପିସି ଆଥଲେଟ୍‍ଙ୍କୁ ଏକ ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା ଓଡ଼ିଶାର ଆଥ୍‍ଲେଟ ଏବଂ ଆମ ଆଥଲେଟଙ୍କ ଠାରେ ଉନ୍ନତି ଆଣିବା ସକାଶେ ସେମାନଙ୍କ ବିକାଶକୁ ସମର୍ଥ କରାଉଥିବା ଆମେ ଦେଖୁଛୁ। ଆଥ୍‍ଲେଟମାନେ ଏଠାକୁ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଏବଂ ଏଚ୍‍ପିସି କାର୍ଯ୍ୟକ୍ରମରେ ଯୋଗ୍ୟ ଆଥ୍‍ଲେଟମାନେ ଯୋଗଦେବାକୁ ଆମେ ମଧ୍ୟ ପିଜିସିକୁ ଏକ ସୁଯୋଗ ବୋଲି ବିବେଚନା କରୁଛୁ।”

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସି ପକ୍ଷରୁ ପ୍ରଚଳନ କରାଯାଇଥିବା ଏହି ଅନନ୍ୟ ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ପ୍ରଚଳିତ ଧାରାରୁ ଉଲ୍ଲେଖନୀୟ ଭାବରେ ଭିନ୍ନ ଅଟେ, କାରଣ ଏଥିରେ ଯୋଗଦେଉଥିବା ଆଥ୍‍ଲେଟମାନେ ବୟସ ଅଥବା ଲିଙ୍ଗ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ଟାଇମିଂ ଆଧାରରେ ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚ୍‍ପିସି)ର ୧୫ଜଣ ଆଥ୍‍ଲେଟ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ କେତେକ ପ୍ରଭାବୀ ଫଳାଫଳ ପ୍ରଦର୍ଶନ କରିଥିଲେ। ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସିର ଆଥ୍‍ଲେଟ ୧୭ ବର୍ଷ ବୟସ୍କା ସବିତା ଟପ୍ପୋ ୧୦୦ ମିଟର ହର୍ଡଲ୍ସରେ ବ୍ୟକ୍ତିଗତ ଶ୍ରେଷ୍ଠ ୧୩.୯୮ ଟାଇମିଂ ପ୍ରଦର୍ଶନ କରିଥିଲେ, ଯାହା ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ୧୪ ସେକେଣ୍ଡ ଟାଇମିଂରୁ ତଳେ ଥିଲା।

ପିଜିସିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସି ଆଥ୍‍ଲେଟ ସବିତା ଟପ୍ପୋ କହିଛନ୍ତି, “ମୋତେ ଏଥିପାଇଁ ଖୁସି ଲାଗୁଛି ଯେ ବର୍ଷ ଶେଷରେ ପିଜିସିରେ ମଧ୍ୟ ମୁଁ ଉତ୍ତମ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଛି ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ଆଗାମୀ ସମୁଦାୟ ବର୍ଷ ପାଇଁ ମୋ ଭିତରେ ଅଧିକ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ତତ୍‍ସହିତ ପ୍ରତିଯୋଗିତାଗୁଡିକ ନିମନ୍ତେ ପ୍ରସ୍ତୁତ କରିବାରେ ସହାୟକ ହୋଇଛି । ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସିର କୋଚ୍‍ ଓ ପରଫରମାନ୍ସ ଟିମ୍‍ଙ୍କ ବିନା ସମର୍ଥନରେ ମୁଁ ମୋର ଏଭଳି ବ୍ୟକ୍ତିଗତ ଉନ୍ନତି ସାଧନ କରିପାରିନଥାନ୍ତି ଏବଂ ମୁଁ ଆହୁରି ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି ।”

ରିଲାଏନ୍ସ ଫାଉଣ୍ଡେସନ୍‍ର ଆଥଲେଟିକ୍ସ ଯାତ୍ରା:

– ୨୦୧୭ଠାରୁ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସର ବିକାଶ ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଯୁବ କ୍ରୀଡା କାର୍ଯ୍ୟକ୍ରମ ଜରିଆରେ ନିବେଶ କରିଆସୁଛି ଏବଂ ସମଗ୍ର ଦେଶରେ ଏହା ୫୦ରୁ ଅଧିକ ଜିଲାରେ ୫୫୦୦ ଶିକ୍ଷାନୁଷ୍ଠାନରେ ପହଞ୍ଚିସାରିଛି।

– ୨୦୧୮ରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ସହିତ ସହଭାଗିତାରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ସ୍ଥାପନ କରିଥିଲା, ଯାହା ଏକ ଉଚ୍ଚ ପ୍ରଦର୍ଶନକାରୀ ସେଣ୍ଟର ହୋଇଛି ଏବଂ ସେଠାରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପଦକବିଜେତା ଏବଂ ଜାତୀୟ ରେକର୍ଡଧାରୀ ସୃଷ୍ଟି ହୋଇସାରିଛନ୍ତି। ସମ୍ପ୍ରତି ଏଚ୍‍ପିସିରୁ ଜ୍ୟୋତି ୟାରାଜୀ (୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରତିନିଧିତ୍ୱ କରୁଥିବା) ଏବଂ ଅମ୍ଳାନ ବୋରଗୋହେନ୍‍ ଦୀର୍ଘକାଳର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି।

– ଆରଏଫ୍‍ ମଧ୍ୟ କ୍ରୀଡା ବିଜ୍ଞାନ ଓ ମେଡିସିନ ସମର୍ଥନ ଯୋଗାଇଦେଇ ଏଏଫ୍‍ଆଇକୁ ସହାୟତା କରୁଛି, ରିଲାଏନ୍ସ ଫାଉଣ୍ଡେସନ୍‍ର ଫିଜିଓଥେରାପିଷ୍ଟମାନେ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଭାରତୀୟ ପ୍ରତିଯୋଗୀ ଦଳ ସହିତ ଯାତ୍ରା କରିଥିଲେ।

ଓଡିଶା ସରକାର ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025
Latest News

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.