ପାକିସ୍ତାନରେ ଫସିଲେ ଇଂଲଣ୍ଡ କ୍ରିକେଟ୍ ଦଳ? ‘ଅଜ୍ଞାତ ଜୀବାଣୁ’ର କବଳରେ ଆସିଲେ ୧୪ ସଦସ୍ୟ

Published: Nov 30, 2022, 2:31 pm IST

ନୂଆଦିଲ୍ଲୀ: ଡିସେମ୍ବର ୧ ତାରିଖରୁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ଏଥିପାଇଁ ଇଂଲଣ୍ଡ କ୍ରିକେଟ୍ ଦଳ ପାକିସ୍ତାନରେ ଅଛି। ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଦଳ ଉପରେ ସଙ୍କଟ ଦେଖାଦେଇଛି। ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ସମେତ ଦଳର ୧୪ ଜଣ ସଦସ୍ୟ ଏକ ଅଜ୍ଞାତ ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ରାୱଲପିଣ୍ଡିରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଖେଳାଳିମାନେ ସଂକ୍ରମିତ ହୋଇଥିଲେ ଏବଂ ବର୍ତ୍ତମାନ ସେମାନଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି।

ସଂକ୍ରମିତ ଖେଳାଳିମାନେ ଇଂଲଣ୍ଡ ପାଇଁ ଏକ ଖରାପ ଖବର। ବିବିସି ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ବିବିସି ଅନୁଯାୟୀ, ସଂକ୍ରମିତ ୧୪ ଜଣଙ୍କ ମଧ୍ୟରୁ ଅଧା ଲୋକ ଷ୍ଟାଫ ଅଟନ୍ତି। ଏବଂ ଅଧା ଲୋକ ଖେଳାଳି ଅଟନ୍ତି। ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଦଳ ପାକିସ୍ତାନରେ ପହଞ୍ଚିଛି। କିନ୍ତୁ ବର୍ତ୍ତମାନ ସଂକ୍ରମଣରେ ପୀଡିତ ହୋଇ ଏହି ସଙ୍କଟ ଆସିଛି। ଏହି ସମସ୍ତ ଖେଳାଳି ଏବଂ ସଦସ୍ୟଙ୍କୁ ହୋଟେଲରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଖବର ଅନୁଯାୟୀ, କ୍ୟାପଟେନ ବେନ ଷ୍ଟୋକ୍ସ ମଧ୍ୟ ଏହି ଜୀବାଣୁର କବଳରେ ଅଛନ୍ତି।

Related posts