
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ଆଉ ଏକ ଝଟକା ଲାଗିଛି। ପ୍ରଥମ ମ୍ୟାଚ୍ରେ ଆୟୋଜକ ଦଳ ଠାରୁ ପରାଜୟ ପରେ ଟିମ୍ ଇଣ୍ଡିଆ ସାମ୍ନାରେ ଏକ ନୂଆ ସମସ୍ୟା ଉପୁଜିଛି। ଭାରତର ତାରକା ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଆହତ ହୋଇଛନ୍ତି ଏବଂ ସେ ଦ୍ୱିତୀୟ ଦିନିକିଆରେ ଖେଳିବା ନିଶ୍ଚିତ ନୁହେଁ। ଯଦି ଶାର୍ଦ୍ଦୁଲ ଠାକୁର ଫିଟ୍ ନୁହଁନ୍ତି, ତେବେ ଉମ୍ରାନ୍ ମଲିକ୍ ତାଙ୍କ ସ୍ଥାନରେ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି।
ପ୍ରଥମ ଦିନିକିଆରେ ବୋଲିଂ କରୁଥିବାବେଳେ ଶାର୍ଦ୍ଦୁଲ ଠାକୁର ଆହତ ହୋଇଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ଆଘାତ ଉପରେ ଡାକ୍ତରୀ ଦଳ ନଜର ରଖିଛନ୍ତି। ଯଦି ଶାର୍ଦ୍ଦୁଲ ଶତପ୍ରତିଶତ ଫିଟ୍ ନୁହଁନ୍ତି, ତେବେ ତାଙ୍କୁ ଦ୍ୱିତୀୟ ଦିନିକିଆରୁ ଦୂରେଇ ରଖାଯିବ।