ଏକ ବଡ ଦୁର୍ଘଟଣାରେ ସମ୍ମୁଖୀନ ହେଲେ କ୍ରିକେଟର ଋଷଭ ପନ୍ଥ, କାରଟି ଭାଙ୍ଗି ଚୁରମାର

Published: Dec 30, 2022, 12:20 pm IST
PanthAccident

Rishabh Pant’s Car Crashed: ଆଜି ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କ୍ରିକେଟର ଋଷଭ ପନ୍ଥ। ଏହି ଦୁଃର୍ଘଟଣାଟି ଏତେ ତୀବ୍ର ହୋଇଛି ଯେ ପନ୍ଥ ତାଙ୍କ ଜୀବନ କିପରି ବଞ୍ଚାଇଲେ ତାହା ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ତାଙ୍କର ମରସଡିସ କାରଟି ଡିଭାଡରରେ ପିଟି ହୋଇ ପୁରା ଚୁରୁମାର ହୋଇଯାଇଛି।

ଆଜି ସକାଳେ ଋଷଭ ତାଙ୍କର କାରରେ ଆସୁଥିବା ବେଳେ ଦିଲ୍ଲୀ ଡେରାଡୁନ ହାଇୱେରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତୀବ୍ର ଗତିରେ ଆସୁଥିବା ତାଙ୍କ କାରଟି ନିୟନ୍ତ୍ରଣ ହରାଇ ଏକ ଡିଭାଡରରେ ପିଟି ହୋଇଥିଲା। ପରେ ପରେ କାରରେ ନିଆଁ ଲାଗିଯାଇଥିଲା। ହେଲେ ଋଷଭ ଜଳନ୍ତା କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ।

ତାଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ବର୍ତ୍ତମାନ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ସେ ବିପଦ ମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା ସୁତ୍ରରୁ ଜଣାପଡିଛି।

Related posts