Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ହକି ବିଶ୍ଵକପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଅଣଦେଖା: ରୁଦ୍ଧଦ୍ଵାରରେ ଚାଲିଛି ପ୍ରସ୍ତୁତି ବୈଠକ
ଆଜିର ଖବର

ବାଣପୁରରେ ହକି ବିଶ୍ଵକପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଅଣଦେଖା: ରୁଦ୍ଧଦ୍ଵାରରେ ଚାଲିଛି ପ୍ରସ୍ତୁତି ବୈଠକ

January 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୧୧ତାରିଖରେ କଟକ ବାରବାଟୀ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ହକି ବିଶ୍ୱକପ ୨୦୨୩ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାକୁ ଥିବାବେଳେ ୧୩ ତାରିଖରୁ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବିଶ୍ୱକପ ଆରମ୍ଭ ହେବ। ଓଡ଼ିଶା ଉକ୍ତ ବିଶ୍ୱକପକୁ ଆୟୋଜିତ କରୁଥିବାରୁ ଏହାର ପ୍ରଚାର ପ୍ରସାରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ୍ରମେ ପ୍ରତି ପଂଚାୟତରେ ଓ ପୌରାଞ୍ଚଳରେ ସରପଞ୍ଚ ଏବଂ କାଉନସିଲର ଓ ପୌରାଧ୍ୟକ୍ଷମାନଙ୍କ ମାଧ୍ୟମରେ ଜନସାଧାରଣ ଉକ୍ତ ଉଦ୍ଘାଟନୀ ଉତ୍ସବ କିପରି ଉପଭୋଗ କରିପାରିବେ ତାହାର ବ୍ୟବସ୍ଥା କରାଯିବ। ଏଲଇଡି ମାଧ୍ୟମରେ ସାଧାରଣ ଲୋକ ଯେପରି ଷ୍ଟାଡିଅମର ହକିଖେଳ ଦେଖିପାରିବେ ଏବଂ ହକି ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବେ, ସେଥିନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ସରକାର ଯୋଜନା କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଖୋଦ ଜିଲ୍ଲାପାଳ ଆସନ୍ତା ୮ ତାରିଖରେ ହକି ବିଶ୍ୱକପ ପାଇଁ ଏକ ମାରାଥନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରିତ କରାଯାଇଥିବା ବେଳେ ସେପଟେ ବାଣପୁର ଓ ଚିଲିକା ବ୍ଲକରେ ଏହାର ବ୍ୟତିକ୍ରମ ଘଟିଛି। ସରକାରଙ୍କ ଉକ୍ତ ସଫଳ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବାରୁ ଗଣମାଧ୍ୟମକୁ ଦୁରେଇ ରଖାଯାଇଛି।

So, the popular one-liner of #Odisha CM Naveen Patnaik is back…'Apana Mane Khushi Ta?'

Visuals from the inauguration of Birsa Munda #hockey stadium in #Rourkela. #HWC2023 #HockeyWorldCup2023 pic.twitter.com/ewKmz0rZfD

— Tazeen Qureshy (@TazeenQureshy) January 5, 2023

ସୂଚନା ମୁତାବକ ଇତି ମଧ୍ୟରେ ବାଣପୁର ବ୍ଲକ ଏବଂ ଏନଏସି ରେ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ନେଇ ସ୍ଥାନୀୟ ପ୍ରଶାସନ ଦୁଇ ଦୁଇ ଥର ପ୍ରସ୍ତୁତି ବୈଠକ କରିସାରିଥିବା ବେଳେ ଗଣମାଧ୍ୟମକୁ ଏଥିରୁ ଦୁରେଇ ରଖିଛି। କୌଣସି ଗଣମାଧ୍ୟମକୁ ଉକ୍ତ ପ୍ରସ୍ତୁତି ବୈଠକ ସମ୍ପର୍କରେ ନା ମିଳିଛି ନିମନ୍ତ୍ରଣ ନା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ପ୍ରେସ ରିଲିଜ।

ତେବେ ଆଶ୍ଚର୍ଯ୍ୟର କଥା ଏତେ ବଡ଼ କାର୍ଯ୍ୟକ୍ରମ ଯାହାପାଇଁ ଆଜି ସାରା ବିଶ୍ୱରେ ଓଡ଼ିଶାର ଟେକ ବଢୁଛି ଏବଂ ରାଜ୍ୟ ସରକାର ଅହରହ ଏହାର ପ୍ରଚାର ଜାରି ରଖିଛନ୍ତି, କିନ୍ତୁ ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବରୁ ବାଣପୁର-ବାଲୁଗାଁ ଓ ଚିଲିକାରେ ଉକ୍ତ କାର୍ଯ୍ୟକ୍ରମ ଏଠାକାର ଜନସାଧାରଣଙ୍କ ଉପରେ କି ପ୍ରଭାବ ପକାଇବା ତାହା ସ୍ପଷ୍ଟ ବାରି ହେଉଛି।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଉଥିବା ଏତେ ବଡ କାର୍ଯ୍ୟକ୍ରମ ପାଇଁ ଆଜି ସମଗ୍ର ଓଡିଶା ବିଶ୍ଵର ସବୁ ସ୍ଥାନରେ ଲୋକପ୍ରିୟ ହେଇପାରିଛି। ସେଥିପାଇଁ ରାଜ୍ୟର ନାଁକୁ ଆହୁରି ପ୍ରସାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଶକ୍ତି ଥିବା ସତ୍ତ୍ୱେ ବାଣପୁର ପ୍ରଶାସନ ପ୍ରସ୍ତୁତି ବୈଠକକୁ ରୁଦ୍ଧଦ୍ୱାରରେ କରିବା ଏବଂ ଗଣ ମାଧ୍ୟମକୁ ସୂଚନା ନ ଦେବା ଉକ୍ତ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦିଗରେ ବାଧା ଉପୁଜୁଛି। ପ୍ରସ୍ତୁତି ବୈଠକରେ କ୍ରୀଡ଼ାବିତ, ସ୍ଵେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ଆଦିଙ୍କୁ ସୂଚନା ନ ଦେବା ପ୍ରଶାସନର ଅଭିମୁଖ୍ୟ ପ୍ରତି ସନ୍ଦେହ ସୃଷ୍ଟି କରୁଛି।

ଖୋର୍ଦ୍ଧା ଜିଲ୍ଲାପାଳ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ପ୍ରସ୍ତୁତି ବୈଠକ ବାଣପୁର ହକି ବିଶ୍ଵକପ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.