Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଉରକେଲାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ
ଆଜିର ଖବର

ରାଉରକେଲାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ

January 20, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରାଉରକେଲା: ହକି ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେ ଷ ହୋଇଛି। ଗୁରୁବାର ଦିନ ରାଉରକେଲାଠାରେ ପୁରୁଷ ଓ ମହିଳା ବର୍ଗରେ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଚାମ୍ପିୟନ ଏବଂ ରନର୍ସଅପ୍ ଟିମକୁ ଆକର୍ଷଣୀୟ ଆର୍ଥିକ ପୁରସ୍କାର ସହ ଟ୍ରଫି ଓ ମାନପତ୍ର ଦିଆଯାଇ ଉତ୍ସାହିତ କରାଯାଇଛି।

ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଫାଇନାଲ ମ୍ୟାଚ ଆୟୋଜନ କରାଯାଇଥିଲା। ଏଥିରେ ପୁରୁଷ ବର୍ଗରେ କୁତ୍ରା ଓ ସୁନ୍ଦରଗଡ଼ ଟିମ୍ ଭିତରେ ମ୍ୟାଚ ଖେଳାଯାଇଥିଲା। ସୁନ୍ଦରଗଡ଼କୁ ୪-୦ ଗୋଲରେ ପରାଜିତ କରି କୁତ୍ରା ଟିମ୍ ବିଜୟୀ ହୋଇଥିଲା।

ସେହିପରି ମହିଳା ବର୍ଗରେ କୁତ୍ରା ଏବଂ ଲାଠିକଟା ଟିମ୍ ଭିତରେ ମ୍ୟାଚ ଖେଳାଯାଇଥିଲା। ଲାଠିକଟାକୁ ୫-୦ ଗୋଲରେ ପରାଜିତ କରି କୁତ୍ରା ଟିମ୍ ବିଜୟୀ ହୋଇଥିଲା।

ଅନ୍ୟପଟେ ରାଉରକେଲା ଇସ୍ପାତ ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲରେ ଚିତ୍ତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା। ପୁରୁଷ ବର୍ଗରେ ସବଡେଗା ଚାମ୍ପିୟନ ଓ ଟାଙ୍ଗରପାଲି ବ୍ଲକ ରନର୍ସଅପ୍ ହୋଇଥିବା ବେଳେ ମହିଳା ବର୍ଗରେ ଲାଠିକଟା ଟିମ୍ ଚାମ୍ପିୟନ ଓ ସୁନ୍ଦରଗଡ଼ ଟିମ୍ ରନର୍ସଅପ୍ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଚାମ୍ପିୟନ ଏବଂ ରନର୍ସଅପ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ଚାମ୍ପିୟନ ହୋଇଥିବା ଟିମକୁ ୧ ଲକ୍ଷ ଏବଂ ରନର୍ସଅପ୍ ଟିମକୁ ୭୫ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ଦିଆଯାଇଛି। ସେହିପରି ମହିଳା ବର୍ଗରେ ଚାମ୍ପିୟନ ଟିମକୁ ୫୦ ହଜାର ଏବଂ ରନର୍ସଅପ୍ ଟିମକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି।

ସେହିପରି ପୁରୁଷ ହକିରେ ଶ୍ରେଷ୍ଠ ଗୋଲ କିପର ଭାବେ ସୁନ୍ଦରଗଡ଼ ବ୍ଲକର ରଞ୍ଜିତ ଲାକ୍ରାଙ୍କୁ ପୁରସ୍କାର ଦିଆଯାଇଥିଲା। ସେହିପରି ଶ୍ରେଷ୍ଠ ଗୋଲ ସ୍କୋରର ଭାବେ କୁତ୍ରା ବ୍ଲକର ବିଜୟ କୁସୁମା ଏବଂ ପ୍ଲେୟର ଅଫ ଦି ମ୍ୟାଚ ଭାବେ ମୁକେଶ ଟେଟେଙ୍କୁ ପୁରସ୍କୃତ କରାଯାଇଥିଲା। ମହିଳା ହକିରେ ଶ୍ରେଷ୍ଠ ଗୋଲ କିପର ଭାବେ ଲାଠିକଟାର ମନୀଷା ତିର୍କୀ, ଶ୍ରେଷ୍ଠ ସ୍କୋରର ଭାବେ କୁତ୍ରା ବ୍ଲକର ଅଞ୍ଜଳି ମିଞ୍ଜ ଏବଂ ରେଶମା ଲାକ୍ରାଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ଶ୍ରେଷ୍ଠ ଗୋଲ କିପର ଭାବେ ସବଡେଗାର ଆକାଶ ଲାକ୍ରା, ଶ୍ରେଷ୍ଠ ସ୍କୋରର ଭାବେ ସବଡେଗା ବ୍ଳକର ଆକାଶ ଏକ୍କା ଏବଂ ପ୍ଲେୟର ଅଫ ଦି ମ୍ୟାଚ ଭାବେ ଟାଙ୍ଗରପାଲି ବ୍ଲକର ଜାମିର ଓରାମଙ୍କୁ ପୁରସ୍କାର ଦିଆଯାଇଥିଲା। ସେହିପରି ମହିଳା ବର୍ଗରେ ଶ୍ରେଷ୍ଠ ଗୋଲ କିପର ଭାବେ ଲାଠିକଟାର ଅନିତା ମୁଣ୍ଡାରୀ, ସର୍ବାଧିକ ଗୋଲ ସ୍କୋରର ତଥା ପ୍ଲେୟର ଅଫ ଦି ମ୍ୟାଚ ଭାବେ ଲାଠିକଟା ବ୍ଲକର ଅଞ୍ଜଳି ବରୁହାଙ୍କୁ ପୁରସ୍କାର ଦିଆଯାଇଥିଲା।

ଏହି ମ୍ୟାଚରେ ବରିଷ୍ଠ ହକି ତାରକା ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଶୁଭଦ୍ରା ପ୍ରଧାନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଫାଇନାଲ ମ୍ୟାଚରେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ, ବଣାଇଁର ମାନ୍ୟବର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ତଲସରାର ମାନ୍ୟବର ବିଧାୟକ ଭବାନିଶଙ୍କର ଭୋଇ, ବୀରମିତ୍ରପୁରର ମାନ୍ୟବର ବିଧାୟକ ଶଙ୍କର ଓରାମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଏବଂ ଉପାଧ୍ୟକ୍ଷ କମଲ ଲାକ୍ରା ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ, ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଡିଆଇସି ଅତନୁ ଭୌମିକ ଏବଂ ଜେନେରାଲ ମ୍ୟାନେଜର ବିଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ହକି ବିଶ୍ୱକପ୍ ଲାଗି ସୁନ୍ଦରଗଡ଼ ଜିଲ୍ଲାର ଯୁବପିଢ଼ିଙ୍କ ଭିତରେ ବିଶେଷ ଉତ୍ସାହ ସୃଷ୍ଟି କରିବା ଲାଗି ଗ୍ରାମପଞ୍ଚାୟତ ସ୍ତରରୁ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା। ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ହକି ଲାଗି ୮୧୩ଟି ଟିମ୍ ପଞ୍ଜୀକରଣ କରିଥିଲେ। ସେହିପରି ଫୁଟବଲ ପ୍ରତିଯୋଗିତା ଲାଗି ୧୧୦୦ରୁ ଅଧିକ ଟିମ୍ ପଞ୍ଜୀକରଣ କରିଥିଲେ। ପଞ୍ଚାୟତ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଟିମକୁ ନେଇ ବ୍ଲକ ଏବଂ ପରେ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।

ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ପ୍ରତିଯୋଗିତାର ପୁଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରୁ ୮ଟି ଲେଖାଏଁ ଟିମ୍ ସେମିଫାଇନାଲକୁ ଆସିଥିଲେ। ରାଉରକେଲାରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଆୟୋଜନ କରାଯାଇଥିଲା।

ଫାଇନାଲ ମ୍ୟାଚ ଫୁଟବଲ ଟୁର୍ଣ୍ଣାମେଣ୍ଟ ରାଉରକେଲା
Share. Facebook Twitter LinkedIn Email WhatsApp Copy Link

Related Posts

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026

ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ, ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

July 9, 2026

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି: ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

July 9, 2026

ବାଧା ଦେବ କି ବର୍ଷା?: ଜାଣନ୍ତୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ର ପାଣିପାଗ ସ୍ଥିତି

July 9, 2026
Latest News

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ବଙ୍ଗଳାରେ ବଡ଼ ରାଜନୈତିକ ହଲଚଲ: ବିଜେପିରେ ଯୋଗଦେଲେ ତିନି ପୂର୍ବତନ ଟିଏମସି ସାଂସଦ

July 9, 2026

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026

ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 9, 2026

୨୦୦୦ ଟଙ୍କିଆ ନୋଟ୍ ଉପରେ ବଡ଼ ଅପଡେଟ୍: ଜରୁରୀ ସୂଚନା ଜାରି କଲା RBI

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.