Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତମାସ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା
ଆଜିର ଖବର

ଚଳିତମାସ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା

February 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଜାମ୍ମୁ -କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହିତ ତୃତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତାର ମାସ୍କଟ, ଥିମ୍ ସଙ୍ଗ୍ ଓ ଜର୍ସିକୁ ଜାମ୍ମୁ ରାଜଭବନଠାରେ ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ ଯେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଖେଲୋ ଇଣ୍ଡିଆ ଅଭିଯାନର ଏକ ଅଂଶବିଶେଷ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାର ପ୍ରସୂତ ଏକ କାର୍ଯ୍ୟକ୍ରମ ଯାହା ଦେଶରେ ଖେଳକୁଦ ପ୍ରତି ଯୁବସମାଜକୁ ଆକର୍ଷିତ କରି ଭାରତକୁ ବିଶ୍ୱର ଏକ କ୍ରୀଡା ଶକ୍ତିରେ ପରିଣତ କରିବାକୁ ଉଦ୍ଦିଷ୍ଟ।

ଶ୍ରୀ ଠାକୁର ଆହୁରି କହିଥିଲେ, ଗତ ଆଠବର୍ଷ ଧରି କ୍ରୀଡା ପ୍ରତି ଲୋକଙ୍କର ମନୋଭାବ ବଦଳୁଛି ଏବଂ ପ୍ରତ୍ୟେକ ପରିବାର ନିଜର ପୁଅଝିଅଙ୍କୁ ଖେଳକୁଦ ପ୍ରତି ପ୍ରୋତ୍ସାହିତ କରୁଛନ୍ତି। ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ ଅଭିଯାନ ଯୋଗୁଁ ଏହା ସମ୍ଭବ ହୋଇଛି। ଏହି ଦୁଇ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ କ୍ରୀଡା ଭିତ୍ତିଭୂମିର କେବଳ ବିକାଶ ଘଟିନାହିଁ, ଯୁବ ସମାଜ ଖେଳକୁଦ ପ୍ରତି ପୂର୍ବାପେକ୍ଷା ଅଧିକ ଆକର୍ଷିତ ହୋଇଛନ୍ତି। ଭାରତର ଖେଳାଳିମାନେ ବଡ ବଡ ପ୍ରତିଯୋଗିତା, ବିଶେଷକରି ଆର୍ନ୍ତଜାତିକସ୍ତରର କ୍ରୀଡା କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ଅଗ୍ରଣୀ କ୍ରୀଡାବିତ୍ମାନଙ୍କ ସହ ମିଶିବା ବା ଭାବବିନିମୟ କରିବା ସୁଯୋଗ ପାଇ ନିଜର ଆତ୍ମବିଶ୍ୱାସ ବଢାଉଛନ୍ତି। ଏହାଫଳରେ ସେମାନେ ଆନ୍ତର୍ଜାତିକ ସ୍ତରର ଖେଳକୁଦ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଭାରତକୁ ଗର୍ବିତ କରୁଛନ୍ତି। ଆଗରୁ ଆମ କ୍ରୀଡାବିତଙ୍କୁ ଏଭଳି ସୁଯୋଗ ସୁବିଧା ମିଳୁ ନ ଥିଲା।

ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ଚଳିତମାସ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଦେଶ ୨୯ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୫୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେବେ। ଏହା ଦ୍ୱାରା ଜାମ୍ମୁ-କାଶ୍ମୀର ଯୁବକ ଯୁବତୀମାନେ କ୍ରୀଡା ପ୍ରତି ଆକର୍ଷିତ ହେବା ସହିତ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଘଟିବ। ଖେଳାଳୀ ଓ କ୍ରୀଡା ଅଧିକାରୀମାନେ ଜାମ୍ମୁ-କାଶ୍ମୀରର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ପାଇବା ସହିତ ବିଗତ କେତେବର୍ଷ ମଧ୍ୟରେ ଏଠାରେ ଘଟିଥିବା ପରିବର୍ତ୍ତନକୁ ଦେଖିପାରିବେ। ସେମାନେ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନ, ଶାନ୍ତି ଏବଂ ସ୍ଥିରତାର ବ୍ରାଣ୍ଡ ଆମ୍ବାସଡାର ହୋଇପାରିବେ ବୋଲି ଶ୍ରୀ ଠାକୁର କହିଛନ୍ତି।

ଖେଲୋ ଇଣ୍ଡିଆ କ୍ରୀଡା ପ୍ରତିଯୋଗିତାର ମାସ୍କଟ, ଥିମ୍ ସଙ୍ଗ୍ ଓ ଜର୍ସି ଉନ୍ମୋଚନ ଅବସରରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଠାକୁର କହିଛନ୍ତି ଯେ ଏହି ପ୍ରତିଯୋଗିତା ସମଗ୍ର ଦେଶକୁ ଏକ ଭଲ ସଙ୍କେତ ପଠାଉଛି। ଏହି ପ୍ରତିଯୋଗିତାର ଆନନ୍ଦ ଓ ଅଭିଜ୍ଞତା ଉଠାଇବାକୁ ସମଗ୍ର ଜାମ୍ମୁ-କାଶ୍ମୀର ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଛି। ଏହି ପ୍ରତିଯୋଗିତାରେ ଉପଲବ୍ଧ ସୁବିଧା ସୁଯୋଗର ଫାଇଦା ଉଠାଇ ଭାରତର ଯୁବ କ୍ରୀଡାବିତ୍ମାନେ ଅଲିମ୍ପିକ୍ସ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗନେବାକୁ ନିଜକୁ ପ୍ରସ୍ତୁତ କରିପାରିବେ।

ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଉପରାଜ୍ୟପାଳ ଶ୍ରୀ ସିହ୍ନା କହିଥିଲେ ଯେ ପିଏମ୍ଡିପି ଅଧୀନରେ ଜାମ୍ମୁ-କାଶ୍ମୀରର କୋଣ ଅନୁକୋଣରେ କ୍ରୀଡା ଭିତ୍ତିଭୂମିର ଉନ୍ନତି କରାଯାଇଛି। ଏହାଫଳରେ ଯୁବ ସମାଜ କ୍ରୀଡା ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ଏହି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ କ୍ରୀଡା ଭିତ୍ତିଭୂମି ଓ ଖେଳକୁଦର ସୁବିଧା କରାଯାଇଛି। ଏଥିରେ ୫୦ଲକ୍ଷ ଯୁବକଯୁବତୀଙ୍କୁ ନିୟୋଜିତ କରିବାର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ହୋଇଛି। ନୂଆ କ୍ରୀଡାନୀତି ମାଧ୍ୟମରେ ଜାମ୍ମୁ-କାଶ୍ମୀର କ୍ରୀଡାବିତ୍ମାନଙ୍କୁ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଗୁଲମାର୍ଗରେ ଚଳିତମାସ ୧୦ରୁ ୧୪ତାରିଖ ଯାଏ ଆୟୋଜିତ ହେବାକୁ ଥିବା ଏହି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତାକୁ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ସାହାଯ୍ୟ ସହଯୋଗ ଯୋଗାଉଛି। ଜାମ୍ମୁ-କାଶ୍ମୀର କ୍ରୀଡା ପରିଷଦ ଓ ଜାମ୍ମୁ କାଶ୍ମୀର ଉଇଣ୍ଟର ଗେମ୍ସ ଆସୋସିଏସନ ଏହି ପ୍ରତିଯୋଗିତାକୁ ମିଳିତଭାବେ ଆୟୋଜନ କରୁଛି।

ସମଗ୍ର ଦେଶରୁ ୧୫୦୦ରୁ ଅଧିକ କ୍ରୀଡାବିତ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ନ’ଟି ଖେଳ ଏଥିରେ ସ୍ଥାନ ପାଇଛି। ଜାମ୍ମୁ-କାଶ୍ମୀରରେ ମଧ୍ୟ ଖେଲୋ ଇଣ୍ଡିଆ ଶୀତକାଳନୀ କ୍ରୀଡା ପ୍ରତିଯୋଗିତା ୨୦୨୦ରେ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏବେ ଏହି ଦ୍ୱିତୀୟ ସଂସ୍କରଣକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ସବୁମନ୍ତେ ଉଦ୍ୟମ କରାଯାଉଛି। (ପିଆଇବି)

ଅନୁରାଗ ସିଂହ ଠାକୁର ଜାମ୍ମୁ କାଶ୍ମୀର ମନୋଜ ସିହ୍ନା
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.