ପୁଣିଥରେ ବିବାଦରେ ବିନୋଦ କାମ୍ବଲି: ପତ୍ନୀଙ୍କୁ ପିଟିବା ଅଭିଯୋଗରେ କେଶ ରୁଜୁ କଲା ପୋଲିସ

Published: Feb 5, 2023, 11:40 am IST

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଭେଟେରାନ୍ ଖେଳାଳି ବିନୋଦ କାମ୍ବଲି ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଏଥର ତାଙ୍କ ପତ୍ନୀ ତାଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ବିନୋଦ କାମ୍ବଲି ତାଙ୍କ ପତ୍ନୀଙ୍କୁ ପିଟିଥିବାର ଅଭିଯୋଗ ହୋଇଛି। ମଦ୍ୟପାନ କରି ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା କାମ୍ବଲି ବିରୋଧରେ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ବିନୋଦ କାମ୍ବଲିଙ୍କ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ମୁମ୍ବାଇ ପୋଲିସ ଆଇପିସିର ଧାରା ୩୨୪ ଏବଂ ୫୦୪ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। କାମ୍ବଲିଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ବିନୋଦ କାମ୍ବଲି ତାଙ୍କ ଉପରେ ରନ୍ଧନ ପ୍ୟାନର ହ୍ୟାଣ୍ଡେଲ ଫିଙ୍ଗିଥିଲେ, ଯେଉଁ କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

କାମ୍ବଲିଙ୍କ ପତ୍ନୀଙ୍କ କହିବାନୁସାରେ, ଏହି ଘଟଣା ଶୁକ୍ରବାର ମଧ୍ୟାହ୍ନ ୧ ଟା ରୁ ୧.୩୦ ମଧ୍ୟରେ ଘଟିଥିଲା, ​​ଯେତେବେଳେ କାମ୍ବଲି ମଦ୍ୟପାନ ନିଶା ଅବସ୍ଥାରେ ଥିବା ଅଭିଯୋଗ କରି ବାନ୍ଦ୍ରାସ୍ଥିତ ଫ୍ଲାଟରେ ପହଞ୍ଚିଥିଲେ ଏବଂମ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ସେ ରୋଷେଇ ଘରକୁ ଦୌଡିଯାଇଥିଲେ ଏବଂ ରନ୍ଧନ ପ୍ୟାନର ହ୍ୟାଣ୍ଡେଲ ନେଇ ମୋ ଆଡକୁ ଫୋପାଡି ଥିଲେ।

ବାନ୍ଦ୍ରା ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ପୋଲିସ ଥାନାକୁ ଆସିବା ପୂର୍ବରୁ ବିନୋଦ କାମ୍ବଲିଙ୍କ ପତ୍ନୀ ଭାବା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଏହା ପରେ କାମ୍ବଲିଙ୍କ ପତ୍ନୀ ପୋଲିସ ଷ୍ଟେସନକୁ ଆସି ତାଙ୍କ ସ୍ୱାମୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ।

Related posts