Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»୧୦ମ ଏସିଆନ୍‍ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନସିପ୍‍ ରେ ଚମକିଲେ ଜ୍ୟୋତି ଏବଂ ରୋଜି
ଅନ୍ତରାଷ୍ଟ୍ରୀୟ

୧୦ମ ଏସିଆନ୍‍ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନସିପ୍‍ ରେ ଚମକିଲେ ଜ୍ୟୋତି ଏବଂ ରୋଜି

February 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ-ପରଫରମାନ୍ସ ସେଣ୍ଟରର ଜ୍ୟୋତି ୟାରାଜୀ ଏବଂ ରୋଜି ମୀନା କାଜାଖସ୍ତାନର ଆସ୍ତାନାଠାରେ ୨୦୨୩ ଫେବୃଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୦ମ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନସିପ୍‍ରେ ଦମ୍‍ଦାର ପ୍ରଦର୍ଶନ କରିବା ସହିତ ପଦକ ହାସଲ କରିଛନ୍ତି। ଏହି ଦୁଇ ବାଳିକା ଭାରତୀୟ କ୍ରୀଡାବିତ୍‍ ଦଳର ଅଂଶବିଶେଷ ଥିଲେ, ଯାହା ଗୋଟିଏ ସ୍ୱର୍ଣ୍ଣ, ୬ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ଆଦି ମୋଟ ୮ଟି ପଦକ ବିଜେତା ହୋଇଥିଲେ। ଏହି ପ୍ରତିଯୋଗିତାରେ ସଟ୍‍ପୁଟ, ପୋଲ ଭଲ୍ଟ, ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ୬୦ମିଟର ହର୍ଡଲ୍ସ, ୬୦ ମିଟର ସ୍ପ୍ରିଣ୍ଟ ଏବଂ ପେଣ୍ଟାଥଲନ ଆଦି ବିଭାଗ ରହିଥିଲା।

ଭାରତୀୟ ଆଥଲେଟିକ୍ସ ଦଳରେ ଓଡ଼ିଶା ରିଲାଏନ୍ସ ଆଥଲେଟିକ୍ସ ହାଇ-ପରଫରମାନ୍ସ ସେଣ୍ଟରର ଛଅଜଣ ପ୍ରତିଯୋଗୀ ଯଥା: ଜ୍ୟୋତି ୟାରାଗୀ, ରୋଜି ମୀନା, ଅମ୍ଳାନ ବୋରଗୋହେନ୍‍, ଏଲାକ୍କିୟା ଦାସନ, ସପ୍ନା କୁମାରୀ ଏବଂ ତେଜସ ଶିର୍ଷେ ପ୍ରମୁଖ ସାମିଲ ହୋଇଥିଲେ।

ଜ୍ୟୋତି କ୍ରମାଗତ ଭାବରେ ନୂଆ ରେକର୍ଡ ସ୍ଥାପନ କରିବା ସହିତ ପୂର୍ବ ରେକର୍ଡ ଭାଙ୍ଗି ଚାଲିଛନ୍ତି ଏବଂ ୬୦ ମିଟର ହର୍ଡଲ୍ସରେ ସେ ତାଙ୍କର ସର୍ବୋତ୍ତମ ସମୟ ୮.୧୩ ସେକେଣ୍ଡ ସହିତ ଏକ ରୌପ୍ୟ ପଦକ ହାସଲ କରିଥିଲେ। ଏହା ତାଙ୍କର ପଞ୍ଚମ ଜାତୀୟ ଇନ୍‍ଡୋର ରେକର୍ଡ ହୋଇଥିବାବେଳେ ହିଟ୍‍ରେ ସେ ତାଙ୍କ ନିଜର ପୂର୍ବ ରେକର୍ଡ ୮.୧୬ ସେକେଣ୍ଡକୁ ଭାଙ୍ଗିଥିଲେ।

ପୋଲ୍‍ ଭଲ୍ଟରେ ରୋଜି ମୀନା ୩.୯୦ ମିଟର ଲିପ୍‍ ସହିତ କାଂସ୍ୟ ପଦକ ବିଜେତା ହୋଇଥିଲେ।

୬୦ ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ ଅମ୍ଳାନ ବୋରଗୋହେନ୍‍ ଏବଂ ଏଲାକ୍କିୟା ଦାସନ ସେମିଫାଇନାଲ ଦୌଡରେ ଯଥାକ୍ରମେ ୬.୮୫ ସେକେଣ୍ଡ ଏବଂ ୬.୭୭ ସେକେଣ୍ଡ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ କରିପାରିନଥିଲେ। ୬୦ମିଟର ହର୍ଡଲ୍ସରେ ସପ୍ନା କୁମାରୀ ଏବଂ ତେଜସ ଶିର୍ଷେ ହିଟ୍‍ସ୍‍ରେ ଯଥାକ୍ରମେ ୮.୬୧ ସେକେଣ୍ଡ ଏବଂ ୭.୯୪ ସେକେଣ୍ଡ ସହିତ ଯଥାକ୍ରମେ ଦଶମ ଏବଂ ନବମ ସ୍ଥାନ ହାସଲ କରିଥିଲେ।

ଜ୍ୟୋତିଙ୍କ ରେକର୍ଡ ରନ୍‍ ଜାରି ରହିଛି ଏବଂ ଦଶମ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନ୍‍ସିପ ପୂର୍ବରୁ ଜ୍ୟୋତି ୟାରାଜୀ ୱର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‍ ସର୍କିଟର ତିନିଟି ଇନ୍‍ଡୋର ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଇନ୍‍ଡୋର ପ୍ରତିଯୋଗିତାରେ ତାଙ୍କର ପ୍ରଥମ ପ୍ରବେଶରେ ପ୍ରଥମ ଦୌଡରେ ଜ୍ୟୋତି ଜାତୀୟ ରେକର୍ଡ (୨୦୧୬ରେ ସ୍ଥାପିତ ୮.୩୦ ସେକେଣ୍ଡ) ଭଙ୍ଗ କରିବା ସହିତ ୮.୨୦ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲେ ଏବଂ ଏହି ପ୍ରକ୍ରିୟାରେ ସେ ତିନିଥର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ତାହାପୂର୍ବରୁ ୧୦ମ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନ୍‍ସିପରେ ସେ ୮.୧୩ ସେକେଣ୍ଡରେ ଦୂରତା ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିଲେ।

ଜେମ୍ସ ହିଲିଅର୍‍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି, “ଭାରତ ଏଭଳି ଚମତ୍କାର ପ୍ରଦର୍ଶନ କରିବା ଦେଖି ଅତ୍ୟନ୍ତ ଆନନ୍ଦ ଲାଗୁଛି। ମୁଁ ବିଶେଷ ଭାବରେ ଆମର ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ-ପରଫରମାନ୍ସ ସେଣ୍ଟର ଆଥଲେଟମାନଙ୍କ ପାଇଁ ଗର୍ବିତ ଅନୁଭବ କରୁଛି, ଯେଉଁମାନେ ଏସୀୟ ଇନ୍‍ଡୋର ଆଥଲେଟିକସ ଚମ୍ପିଆନସିପ୍‍ ୨୦୨୩ରେ ଚମତ୍କାର ପ୍ରଦର୍ଶନ ସହିତ ପଦକ ବିଜେତା ହୋଇପାରିଥିଲେ। ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ଆମେ ଆମର ଆଥଲେଟମାନଙ୍କ ସହିତ ନିୟୋଜିତ ହୋଇ ରହିଛୁ ଏବଂ ସେମାନଙ୍କୁ ସର୍ବୋତ୍ତମ ସମ୍ବଳ ଏବଂ ସମର୍ଥନ ଯୋଗାଇଦେଉଛୁ। ଭାରତର ଆଥଲେଟିକ ପ୍ରତିଭାମାନଙ୍କୁ ସମର୍ଥନ କରିବା ଦିଗରେ ସେଣ୍ଟର ରଖିଥିବା ଲକ୍ଷ୍ୟ ଏହାର ଆଥଲେଟମାନଙ୍କ ଦ୍ୱାରା ଅଗଣିତ ଆନ୍ତର୍ଜାତିକ ଏବଂ ଜାତୀୟସ୍ତରର ପ୍ରତିଯୋଗିତାରେ ପଦକ ହାସଲ ସହିତ ସାକାର ହୋଇପାରିଛି।”

ଭିନିଲ କ୍ରିଷ୍ଣା, କମିଶନର ତଥା ଶାସନ ସଚିବ, କ୍ରୀଡା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର କହିଥିଲେ, “ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକସ ହାଇ-ପରଫରମାନ୍ସ ସେଣ୍ଟର ଆଥଲେଟମାନେ ଦଶମ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନସିପ୍‍ରେ ଅଂଶଗ୍ରହଣ କରିବା ନେଇ ଆମେ ଗର୍ବ ଅନୁଭବ କରୁଛୁ। ମୋର ବିଶ୍ୱାସ ଯେ ସେମାନଙ୍କର ପ୍ରଦର୍ଶନ ଏକ ପ୍ରଭାବ ସୃଷ୍ଟିକରିବ ଏବଂ ଅନ୍ୟ ଆଥଲେଟମାନଙ୍କୁ ଆଶା ପୋଷଣ କରିବା ଏବଂ କଠିନ ତାଲିମ ନେବା ଦିଗରେ ପ୍ରେରଣା ଯୋଗାଇବ। ଆଥଲେଟମାନଙ୍କୁ ସେମାନଙ୍କର ଆଗକୁ ଥିବା ପ୍ରତିଯୋଗିତାଗୁଡିକ ନିମନ୍ତେ ମୁଁ ଶୁଭେଚ୍ଛା ଜଣାଉଛି।”

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକସ ହାଇ-ପରଫରମାନ୍ସ ସେଣ୍ଟର ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନର ଏକ ସମ୍ମଳିତ ପ୍ରୟାସ ହୋଇଛି ଯାହା ଭାରତ ଏବଂ ଓଡ଼ିଶାର ଆଥଲେଟମାନଙ୍କୁ ସର୍ବୋତ୍ତ ସ୍ତରର ପ୍ରଦର୍ଶନ କରିବା ନିମନ୍ତେ ସର୍ବୋତ୍ତମ ଭିତ୍ତିଭୂମି, କୋଚିଂ ଟିମ୍‍ ଏବଂ ଉପକରଣ, ସ୍ପୋର୍ଟସ୍‍ ମେଡିସିନ ଏବଂ ପୁନର୍ବାସକାରୀ ସମର୍ଥନର ସୁଯୋଗ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖିଛି। ୨୦୧୯ଠାରୁ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚପିସି ୫୦ରୁ ଅଧିକ ଆଥଲେଟଙ୍କୁ ବିଭିନ୍ନ ଆଥଲେଟିକ୍ସ ଶୃଙ୍ଖଳାରେ ତାଲିମ ପ୍ରଦାନ କରିସାରିଛି ଏବଂ ଏହା ଆନ୍ତର୍ଜାତିକ ସ୍ତରରେ ୧୪ଟି ଓ ଜାତୀୟ ସ୍ତରରେ ୭୧ ପଦକ ହାସଲ କରିସାରିଛି।

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026
Latest News

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.