ପଞ୍ଜାବରେ ଲିଭିଙ୍ଗଷ୍ଟୋନ୍ ଏବଂ ଗୁଜୁରାଟରେ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ, ଆଜି ଏଭଳି ରହିବ ଖେଳାଳି ଏକାଦଶ

Published: Apr 13, 2023, 6:34 pm IST

ନୂଆଦିଲ୍ଲୀ: ଆଜି ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଲଢେଇ ହେବ। ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟୋନ ପଞ୍ଜାବ ଦଳରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ପଞ୍ଜାବ ଦଳକୁ ବହୁତ ଶକ୍ତି ମିଳିବ। ଏଥି ସହିତ ଗୁଜୁରାଟ ଦଳ ପାଇଁ ଶେଷ ମ୍ୟାଚରେ ଅନୁପସ୍ଥିତ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏହି ମ୍ୟାଚରେ ପୁଣି ଥରେ ତାଙ୍କ ଦଳର ଅଧିନାୟକତ୍ୱ ପରିଚାଳନା କରୁଥିବା ଦେଖିବାକୁ ମିଳିବ। ଏହି ଦୁଇ ଅଲରାଉଣ୍ଡରଙ୍କ ପ୍ରତ୍ୟାବର୍ତ୍ତନ ସହିତ ଉଭୟ ଦଳକୁ ପ୍ଲେଇଂ-୧୧ ଏବଂ ରଣନୀତିରେ କିଛି ପରିବର୍ତ୍ତନ କରିବାକୁ ପଡିବ।

ସମ୍ଭାବ୍ୟ ଖେଳାଳି ଏକାଦଶ ଏବଂ ଉଭୟ ଦଳର ଇମ୍ପାକ୍ଟ ଖେଳାଳି:

ପଞ୍ଜାବ କିଙ୍ଗ୍ସ (ପ୍ରଥମେ ବ୍ୟାଟିଂ): ପ୍ରଭାସୀମରନ୍ ସିଂ, ଶିଖର ଧାୱନ (ଅଧିନାୟକ), ଭାନୁକା ରାଜପକ୍ସା, ଜିତେଶ ଶର୍ମା (ୱି.କି), ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରାନ୍, ଏମ୍ ଶାହରୁଖ ଖାନ୍, ହରପ୍ରୀତ ବରାର, ନାଥାନ୍ ଏଲିସ୍, ରାହୁଲ ଚହର, ଅର୍ଶଦୀପ ସିଂ।

ପଞ୍ଜାବ କିଙ୍ଗ୍ସ (ପ୍ରଥମେ ବୋଲିଂ): ଶିଖର ଧାୱନ (ଅଧିନାୟକ), ଭାନୁକା ରାଜପକ୍ସା, ଜିତେଶ ଶର୍ମା (ୱି.କି), ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରାନ୍, ଏମ ଶାହାରୁଖ ଖାନ, ହରପ୍ରୀତ ବରାର, ନାଥନ ଏଲିସ, ରାହୁଲ ଚହର, ଅର୍ଶଦୀପ ସିଂ, ଋଷି ଧାୱନ।

ଇମ୍ପାକ୍ଟ ଖେଳାଳି: ଋଷି ଧାୱନ/ପ୍ରଭାସୀମରନ୍ ସିଂ

ଗୁଜୁରାଟ ଟାଇଟାନ୍ସ (ପ୍ରଥମେ ବ୍ୟାଟିଂ): ରିଦ୍ଧିମାନ ସାହା (ୱି.କି), ଶୁଭମାନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱତିଆ, ରସିଦ ଖାନ, ଅଲଜାରୀ ଜୋସେଫ, ମହମ୍ମଦ ଶାମି, ଆର ସାଇ କିଶୋର।

ଗୁଜୁରାଟ ଟାଇଟାନ୍ସ (ପ୍ରଥମେ ବୋଲିଂ): ରିଦ୍ଧିମାନ ସାହା (ୱି.କି), ଶୁଭମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱତିଆ, ରସିଦ ଖାନ, ଅଲଜାରି ଜୋସେଫ, ମହମ୍ମଦ ଶାମି, ଆର ସାଇ କିଶୋର, ଜୋସେ ଲିଟିଲ।

ଇମ୍ପାକ୍ଟ ଖେଳାଳି: ଜୋସ୍ ଲିଟିଲ୍/ସାଇ ସୁଦର୍ଶନ।

ଉଭୟ ଦଳର ପ୍ରଦର୍ଶନ:

ଆଇପିଏଲର ଏହି ସିଜନରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ପ୍ରତ୍ୟେକ ତିନୋଟି ମ୍ୟାଚ୍ ଖେଳିଛନ୍ତି। ଉଭୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିଲେ, କିନ୍ତୁ ପୂର୍ବ ମ୍ୟାଚରେ ସେମାନେ ପରାଜୟର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ଉଭୟ ଦଳ ଏହି ମ୍ୟାଚ୍ ମାଧ୍ୟମରେ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ।

Related posts