Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ପାଳିତ, ବିଭିନ୍ନ କ୍ରୀଡାବିତଙ୍କୁ ସମ୍ମାନିତ
ଖେଳ

ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ପାଳିତ, ବିଭିନ୍ନ କ୍ରୀଡାବିତଙ୍କୁ ସମ୍ମାନିତ

August 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ପାଳିତ, ବିଭିନ୍ନ କ୍ରୀଡାବିତଙ୍କୁ ସମ୍ମାନିତ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଭାରତୀୟ କ୍ରୀଡ଼ାଜଗତର କିମ୍ବଦନ୍ତୀ ପୁରୁଷ ତଥା ହକିର ମହାନାୟକ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇଯାଇଛି l ବାଲୁଗାଁ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ ଓ ସ୍ବେଛାସେବୀ ଅନୁଷ୍ଠାନ ବିହଙ୍ଗ ଫାଉଣ୍ଡେସନର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହରେ ଡକ୍ଟର ମାନସ ମୋହନ ବଳିୟାରସିଂହ ସଭାପତିତ୍ୱ କରିଥିଲେ।

ଅତିଥିମାନେ ଧ୍ୟାନଚାନ୍ଦଙ୍କ ଫଟୋ ରେ ମାଲ୍ୟାର୍ପଣ କରିବା ପରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବାଲୁଗାଁର ସୁନାମଧନ୍ୟ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳାଳୀ ହମିଦ ଖାଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କ୍ରୀଡ଼ାବିତ ବିଭୁତି ଭୂଷଣ ସାମନ୍ତରାୟ,ବୈରାଗୀ ଚରଣ ବଳ ଓ ରବିନାରାୟଣ ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ଖାଁ ବାଲୁଗାଁର କ୍ରୀଡ଼ା ଇତିହାସ ରୋମନ୍ଥନ କରିବା ସହ ନିଜ ଛାତ୍ର ଅବସ୍ଥାର ସଂଘର୍ଷମୟ କ୍ରୀଡ଼ା ଅନୁଭୂତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ କ୍ରୀଡ଼ା ଜୀବନକୁ ଶୃଙ୍ଖଳିତ, ଧୈର୍ଯ୍ୟବାନ ଓ ଏକନିଷ୍ଠ କରିଥାଏ। ଏହା ଜଣେ ଖେଳାଳିର ସମଗ୍ର ଜୀବନକୁ ପରିଚାଳିତ ଓ ନିୟନ୍ତ୍ରଣ କରିଥାଏ। କ୍ରୀଡ଼ାବିତ ବିଭୁତି ଭୂଷଣ ସାମନ୍ତରାୟ ବାଲୁଗାଁ ଅଂଚଳର ଫୁଟବଲ ଖେଳର ଉତ୍କର୍ଷତା ଓ ଗାରିମା ବର୍ଣ୍ଣନା କରିଥିଲେ।

କ୍ରୀଡ଼ା ପ୍ରଶିକ୍ଷକ ବୈରାଗୀ ଚରଣ ବଳ କ୍ରୀଡ଼ା ସହିତ ସାମ୍ପ୍ରତିକ ସମୟର କ୍ରୀଡ଼ା ପ୍ରୋତ୍ସାହନ ଓ ରୋଜଗାର ପନ୍ଥାର ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରାକ୍ତନ ଲକି ଷ୍ଟାର ଫୁଟବଲ ଖେଳାଳି ବିଜୟ କୁମାର ବେହେରା, ଲିଙ୍ଗରାଜ ଜାଲି, ଜାତୀୟ ଫୁଟବଲ କୋଚ ପ୍ରସନ୍ନ ବେହେରା, ଜାତୀୟ କରାଟେ କୋଚ ଦୀପକ ସାମନ୍ତରା, କ୍ରୀଡ଼ାବିତ କ୍ରିଷ୍ଣl ଶିକାରୀ ପ୍ରମୁଖ ସେମାନଙ୍କର କ୍ରୀଡ଼ା ଅନୁଭୂତି ସହିତ ବାଲୁଗାଁ ବାଣପୁର ଅଂଚଳ ରେ କ୍ରୀଡାର ବିକାଶ ପାଇଁ ସ୍ବପ୍ନ ଉପସ୍ଥାପନ କରିଥିଲେ। ଏହାପରେ କାର୍ଯ୍ୟକ୍ରମ ସଂଯୋଜକ ତଥା ବିହଙ୍ଗ ଫାଉଣ୍ଡେସନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ପରିଚାଳନାରେ କ୍ରୀଡ଼ା ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ବର୍ଦ୍ଧନା ସମାରୋହରେ ଅନ୍ତର୍ଜାତୀୟ କରାଟେ ଖେଳାଳୀ ଦୀପକ କୁମାର ସାମନ୍ତରାୟ, ଅନ୍ତର୍ଜାତୀୟ ଭଲିବଲ ଖେଳାଳୀ ଆଶିଷ ସ୍ୱାଇଁ, ଫୁଟବଲ କୋଚ ପ୍ରସନ୍ନ କୁମାର ବେହେରା, ହେମନ୍ତ କୁମାର ବେହେରା, ଜାତୀୟ ଭଲିବଲ କୋଚ ବିଭୂ୍ଧେନ୍ଦୁ ମାନସିଂହ, ଜାତୀୟ ଭଲିବଲ ଖେଳାଳୀ କଳ୍ପଶ୍ରୀ ପ୍ରଧାନ, ଅର୍ଚନା ବେହେରା, ଲିଙ୍କି ବରାଳ, ଜାତୀୟ ଶକ୍ତି ଉତ୍ତୋଳନକାରୀ ଖେଳାଳୀ ସୌମେନ ସେନାପତି, ଜାତୀୟ ସ୍ବର୍ଣ୍ଣ ପଦକ ବିଜୟିନୀ କରାଟେ ଖେଳାଳୀ ସଲୋନୀ ପାତ୍ର, ଜାତୀୟ କବାଡି ଖେଳାଳୀ ଆଦର୍ଶ ପ୍ରୀତମ ବେହେରା, କରାଟେ ଜୁନିଅର ଜାତୀୟ ଖେଳାଳୀ ଦିବ୍ୟାଙ୍ଗନା ସାମନ୍ତରାୟ, ଦୀପଶିଖା ସାମନ୍ତରାୟ ଓ ଜାତୀୟବ୍ୟାଡ଼ମିଣ୍ଟନ ଖେଳାଳୀ ରଜତ ମହାନ୍ତି ଙ୍କୁ ମୁଖ୍ୟ ଅତିଥି ହମିଦ ଖାଁ ଓ ଅନ୍ୟ ଅତିଥିମାନେ ମାନପତ୍ର, ଉତ୍ତରୀୟ ଓ କ୍ରୀଡ଼ା ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିରେ ସହଯୋଗ କରିଥିଲେ ବିଏସସିସି ଓ ବିହଙ୍ଗ ଫାଉଣ୍ଡେସନର ସଦସ୍ୟମାନେ।

ଜାତୀୟ କ୍ରୀଡା ଦିବସ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଫିଫା ବିଶ୍ୱକପ୍-୨୦୨୬: ସ୍ପେନ୍ ନା ଆର୍ଜେଣ୍ଟିନା, କିଏ ହେବ ଚାମ୍ପିଅନ୍?, ଜାଣନ୍ତୁ ସମସ୍ତ ବିବରଣୀ

July 18, 2026

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Latest News

ନୟାଗଡ଼: ବାସସ୍ଥାନ ଯୋଜନାରୁ ବଞ୍ଚିତ ଦିନ ମଜୁରିଆଙ୍କ ପାଲ ତଳେ କଟୁଛି ଜୀବନ

July 18, 2026

ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଆମରଣ ଅନଶନରେ ବସିଲେ ଅଭିଜିତ ଦୀପକେ

July 18, 2026

ସୋନମ ୱାଙ୍ଗଚୁକ୍‌ଙ୍କୁ ଉଠାଇନେଲା ପୋଲିସ: କଡ଼ା ପ୍ରତିକ୍ରିୟା ରଖିଲେ ପତ୍ନୀ

July 18, 2026

ଫିଫା ବିଶ୍ୱକପ୍-୨୦୨୬: ସ୍ପେନ୍ ନା ଆର୍ଜେଣ୍ଟିନା, କିଏ ହେବ ଚାମ୍ପିଅନ୍?, ଜାଣନ୍ତୁ ସମସ୍ତ ବିବରଣୀ

July 18, 2026

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ: ଆଦୌ କରନ୍ତୁ ନାହିଁ ଅଣଦେଖା

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.