Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଇଂଲଣ୍ଡ ହାତରେ ୨୦୧୯ ଆଇସିସି ବିଶ୍ଵକପ ଟ୍ରଫି : ସୁପର ଓଭରରେ ସମାନ ସଂଖ୍ୟକ ରନ କରି ମଧ୍ୟ ଇଂଲଣ୍ଡ ହେଲା ବିଜେତା
ଖେଳ

ଇଂଲଣ୍ଡ ହାତରେ ୨୦୧୯ ଆଇସିସି ବିଶ୍ଵକପ ଟ୍ରଫି : ସୁପର ଓଭରରେ ସମାନ ସଂଖ୍ୟକ ରନ କରି ମଧ୍ୟ ଇଂଲଣ୍ଡ ହେଲା ବିଜେତା

July 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି  ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାରେ ନିଷ୍ପତି ନେଇଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ଟି ମୂଲ୍ୟବାନ ୱିକେଟ ହରାଇ ସଂଗ୍ରହ କରିଥିଲା ୨୪୧ ରନ। ତେଣୁ ୱିଲିଯମସନଙ୍କ ଦଳ ଇଂଲଣ୍ଡକୁ ୨୪୨ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ଯଦିବା ଏହା ଏକ ଛୋଟ ଲକ୍ଷ୍ୟ ଥିଲା ତଥାପି ଇଂଲଣ୍ଡ ଦଳ ଏହି ମ୍ୟାଚକୁ ଜିତିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇଥିଲା। କାରଣ ନ୍ୟୁଜିଲାଣ୍ଡ ଦଳର ବୋଲିଂ ବିଭାଗ ଆଗରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ରନ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଥିଲା।

ଉଭୟ ଦଳ ସମାନ ସଂଖ୍ୟକ ରନ କରିଥିବାରୁ ଆଇସିସି ନିୟମ ଅନୁଯାୟୀ ମ୍ୟାଚଟି ପୁନର୍ବାର ସୁପର ଓଭର ମାଧ୍ୟମରେ ଖେଳାଯାଇଥିଲା। ତେଣୁ ଏହି ନିୟମ ଅନୁସାରେ ମୁଖ୍ୟ ମ୍ୟାଚରେ ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ ହିଁ ପ୍ରଥମେ ବ୍ୟାଟିଂ ଏବଂ ପ୍ରଥମରେ ବ୍ୟାଟିଂ କରିଥିବା ଦଳକୁ ଚେସ କରିବାକୁ ସୁଯୋଗ ମିଳିଥିଲା।

ଏହି ସୁପର ଓଭର ବିଶିଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ରନ କରିଥିଲା। ନ୍ୟୁଜିଲାଣ୍ଡ ୧୬ ରନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ବ୍ୟାଟିଂ କରି ପୁନର୍ବାର ସମାନ ସଂଖ୍ୟକ ରନ କରିପାରିଥିଲା। କିନ୍ତୁ ପରିଶେଷରେ ଇଂଲଣ୍ଡକୁ ବିଶ୍ଵ ବିଜେତା ରୂପେ ଘୋଷଣା କରଯାଇଥିଲା। କାରଣ ନିୟମ ଅନୁଯାୟୀ ଯେଉଁ ଦଳ ଅଧିକ ବାଉଣ୍ଡରୀ ମାଧ୍ୟମରେ ରନ କରିଥିବ ସେହି ଦଳ ହିଁ ବିଜେତା ଘୋଷିତ ହେବ।

ଏହି ଫାଇନାଲର ମୁଖ୍ୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ନିକୋଲ୍ସ ସର୍ବାଧିକ ୭୭ ବଲରେ ୫୫ ରନ ପାଳି ଖେଳିଥିଲେ। ସେହିପରି ଅଧିନାୟକ  ୱିଲିୟମସନ ୫୩ ବଲରେ ୩୦ରନ, ଗୁପ୍ଟିଲ ୧୮ ବଲରେ  ୧୯ ରନ, ରସ ଟେଲର ୩୧ ବଲରେ ୧୫ରନ, ଲାଥମ ୫୬ ବଲରେ ୪୭ ରନ, ନୀଶାମ ୨୫ବଲ ରେ ୧୯ରନର ପାଳି ଖେଳିଥିଲେ। ତେବେ ଇଂଲଣ୍ଡ ପକ୍ଷରୁ ୱୋକସ ୯ ଓଭରରେ ୩୭ ରନ ଦେଇ ତିନୋଟି ୱିକେଟ, ପ୍ଲଙ୍କେଟ ୧୦ ଓଭରରେ ୪୨ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

ସେହିପରି ଇଂଲଣ୍ଡ କମ ସ୍କୋରିଙ୍ଗ ମ୍ୟାଚକୁ ବିଜୟର ଆଶା ନେଇ ପଡିଆ ମଧ୍ୟକୁ ବ୍ୟାଟିଂ କରିବାକୁ ଆସିଥିଲା। କିନ୍ତୁ ଇଂଲଣ୍ଡ ଲକ୍ଷ୍ୟକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲା। ଦଳ ସମସ୍ତ ୱିକେଟ ହରାଇ ସମାନ ସଂଖ୍ୟକ ୨୪୧ ରନ ହିଁ କରିପାରିଥିଲା। ଇଂଲଣ୍ଡ ପକ୍ଷରୁ ବେନ ସ୍ଟୋକସ ସର୍ବାଧିକ ଅପରାଜିତ ୮୪ରନ ଏବଂ ଜସ ବଟଲର ୫୯ ରନର ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ଦଳର ଫରଗୁସନ ୧୦ ଓଭର ବୋଲିଂ କରି ୫୦ ରନରେ ତିନୋଟି ଏବଂ ନୀଶାମ ୭ ଓଭରରେ ୪୩ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

champion england thesamikhsya worldcup
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.