Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଜୁନିୟର ପୁରୁଷ ଏସିଆ କପ୍ ହକି: ଭାରତର ବିଜୟ ଅଭିଯାନ ଆରମ୍ଭ
ଖେଳ

ଜୁନିୟର ପୁରୁଷ ଏସିଆ କପ୍ ହକି: ଭାରତର ବିଜୟ ଅଭିଯାନ ଆରମ୍ଭ

September 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Junior Men's Asia Cup Hockey
Junior Men's Asia Cup Hockey

ବେଜିଂ: ଚୀନ୍‌ର ମୋକିଠାରେ ଆୟୋଜିତ ଜୁନିୟର ପୁରୁଷ ଏସିଆ କପ୍ ୨୦୨୬ ହକି ପ୍ରତିଯୋଗିତାରେ ଭାରତୀୟ ଜୁନିୟର ଦଳ ବିଶାଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍ ‘ଏ’ର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଏକପାଖିଆ ଭାବେ ଇଣ୍ଡୋନେସିଆକୁ ୧୪-୦ ଗୋଲରେ ସୋଚନୀୟ ଭାବେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଦଳର ତାରକା ଖେଳାଳି ପ୍ରଭଦୀପ ସିଂହ ସର୍ବାଧିକ ୫ଟି ଗୋଲ ସଂଗ୍ରହ କରି ‘ମ୍ୟାଚର ଶ୍ରେଷ୍ଠ ଖେଳାଳି’ ବିବେଚିତ ହୋଇଛନ୍ତି। ସେହିପରି ଅଧିନାୟକ ଅନମୋଲ ଏକ୍କା ୪ଟି ଗୋଲ, ଅଜିତ ଯାଦବ ୩ଟି ଗୋଲ ଏବଂ ହରପାଲ ଓ ଆଶୁ ମୌର୍ଯ୍ୟ ୧-୧ଟି ଗୋଲ ସ୍କୋର କରି ଦଳର ଏହି ବିଶାଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ମ୍ୟାଚର ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ଅତ୍ୟନ୍ତ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଇଣ୍ଡୋନେସିଆ ଉପରେ କ୍ରମାଗତ ଚାପ ସୃଷ୍ଟି କରିଥିଲା। ମ୍ୟାଚର ୫ମ ମିନିଟରେ ପ୍ରଭଦୀପ ପ୍ରଥମ ଗୋଲ କରି ଭାରତକୁ ଅଗ୍ରଣୀ କରାଇଥିବା ବେଳେ ୮ମ ମିନିଟରେ ହରପାଲ ଅନ୍ୟ ଗୋଟିଏ ଗୋଲ ଦେଇ ସ୍କୋର ୨-୦ କରିଥିଲେ। ଦ୍ୱିତୀୟ କ୍ୱାଟରରେ ଅଧିନାୟକ ଅନମୋଲ ୧୬ଶ ମିନିଟରେ ପେନାଲ୍ଟି ଷ୍ଟ୍ରୋକରୁ ଗୋଲ ହାସଲ କରିଥିଲେ। ଏହାର ୪ ମିନିଟ୍ ପରେ ଅଜିତ ଯାଦବ ଗୋଲ କରି ଅଗ୍ରଣୀକୁ ୪-୦କୁ ବୃଦ୍ଧି କରିଥିଲେ। ଏହା ପରେ ପ୍ରଭଦୀପ ୨୬ଶ ଓ ୩୦ଶ ମିନିଟରେ ଗୋଲ ଦେଇ ନିଜର ହ୍ୟାଟ୍ରିକ୍ ପୂରଣ କରିବା ସହ ଦଳକୁ ହାଫ୍-ଟାଇମ୍ ସୁଦ୍ଧା ୬-୦ରେ ଆଗୁଆ ରଖିଥିଲେ।

ତୃତୀୟ କ୍ୱାଟରରେ ମଧ୍ୟ ଭାରତୀୟ ଦଳର ଗୋଲ ବର୍ଷା ଜାରି ରହିଥିଲା। ଅନମୋଲ ୩୫ଶ ଓ ୪୨ଶ ମିନିଟରେ ମିଳିଥିବା ପେନାଲ୍ଟି କୋଣରୁ ଦୁଇଟି ଗୋଲ ହାସଲ କରିଥିଲେ ଏବଂ କ୍ୱାଟର ଶେଷ ହେବା ପୂର୍ବରୁ ପ୍ରଭଦୀପ ଅନ୍ୟ ଗୋଟିଏ ଗୋଲ ଦେଇ ସ୍କୋରକୁ ୯-୦ରେ ପହଞ୍ଚାଇଥିଲେ। ମ୍ୟାଚର ଶେଷ କ୍ୱାଟର ଅତ୍ୟନ୍ତ ରୋମାଞ୍ଚକର ରହିଥିଲା, ଯେଉଁଥିରେ ଭାରତୀୟ ଖେଳାଳିମାନେ ମୋଟ ୫ଟି ଗୋଲ ସ୍କୋର କରିଥିଲେ। ୫୧ତମ ମିନିଟରେ ଅନମୋଲ ନିଜର ୪ର୍ଥ ଗୋଲ ଏବଂ ୫୨ତମ ମିନିଟରେ ପ୍ରଭଦୀପ ନିଜର ୫ମ ଗୋଲ ମାରିଥିଲେ। ୫୩ତମ ମିନିଟରେ ଅଜିତ ଯାଦବ କ୍ରମାଗତ ୨ଟି ଗୋଲ ଦେଇ ନିଜର ହ୍ୟାଟ୍ରିକ୍ ପୂରଣ କରିବା ସହ ବ୍ୟବଧାନକୁ ୧୩-୦କୁ ନେଇଯାଇଥିଲେ। ଶେଷରେ ୫୯ତମ ମିନିଟରେ ଆଶୁ ମୌର୍ଯ୍ୟ ପେନାଲ୍ଟି କୋଣରୁ ଶେଷ ଗୋଲ ଦେଇ ବିଜୟ ବ୍ୟବଧାନକୁ ୧୪-୦ କରିଥିଲେ। ସମଗ୍ର ମ୍ୟାଚରେ ଭାରତୀୟ ଦଳ ୯ଟି ଫିଲ୍ଡ ଗୋଲ, ୪ଟି ପେନାଲ୍ଟି କୋଣ ଏବଂ ୧ଟି ପେନାଲ୍ଟି ଷ୍ଟ୍ରୋକରୁ ଗୋଲ ହାସଲ କରି ନିଜର ଆଧିପତ୍ୟ ଜାହିର କରିଛି।

ଏସିଆ କପ୍ ହକି ପ୍ରଭଦୀପ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Puja Magazine: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଦ୍ବାରା ଉନମୋଚିତ ହେଲା ବିଶ୍ବମୁକ୍ତି ପତ୍ରିକାର ପୂଜା ବିଶେଷାଙ୍କ

October 18, 2026
Latest News

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.