Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ସ୍ମୃତି ମନ୍ଧାନା ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଅଧିନାୟିକା
ଖେଳ

ସ୍ମୃତି ମନ୍ଧାନା ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଅଧିନାୟିକା

October 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍ମୃତି ମନ୍ଧାନା ହେଲେ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଅଧିନାୟିକା

ନୂଆଦିଲ୍ଲୀ: ଗୁଆହାଟୀଠାରେ ଅନୁଷ୍ଠିତ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତୀୟ ମହିଳା କ୍ରିକେଟ୍ ଦଳର ନେତୃତ୍ୱରେ ଏକ ପ୍ରମୁଖ ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଦିନିକିଆ ଓ ଟି-୨୦  ଫର୍ମାଟ୍‌ ପାଇଁ ନୂଆ ଅଧିନାୟିକା ଭାବେ ନିଯୁକ୍ତି ଦିଆଯାଇଛି। ଦୀର୍ଘ ଦିନ ଧରି ଉପ-ଅଧିନାୟିକା ଦାୟିତ୍ୱ ତୁଲାଉଥିବା ସ୍ମୃତି ୨୦୧୩ରୁ ଦଳର ଏକ ମୁଖ୍ୟ ଅଙ୍ଗ ରହିଆସିଛନ୍ତି। ପୂର୍ବରୁ ସେ ୧୮ଟି ଟି-୨୦ ଓ ୪ଟି ଦିନିକିଆ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇସାରିଥିବା ବେଳେ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୁ ୨୦୨୪ ଏବଂ ୨୦୨୬ ମସିହାରେ ଚାମ୍ପିଅନ୍ କରାଇ ନିଜର ଦକ୍ଷ ଅଧିନାୟକତ୍ୱର ପ୍ରମାଣ ଦେଇଛନ୍ତି।

ବିସିସିଆଇ ସଭାପତି ମିଥୁନ ମିନ୍‌ହାସ ଏବଂ ସମ୍ପାଦକ ଦେବଜୀତ ସାଇକିଆ, ସ୍ମୃତିଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ସଭାପତି ମିଥୁନ ମିନ୍ହାସ କହିଛନ୍ତି ଯେ, ସ୍ମୃତି ବହୁ ବର୍ଷ ଧରି ଭାରତୀୟ କ୍ରିକେଟ୍‌ର ମୁଖ୍ୟ ଆଧାର ରହିଛନ୍ତି ଏବଂ ଦଳକୁ ଆଗରୁ ନେତୃତ୍ୱ ଦେବାର ସମସ୍ତ ଗୁଣ ତାଙ୍କ ପାଖରେ ରହିଛି। ସେହିପରି ସମ୍ପାଦକ ଦେବଜୀତ ସାଇକିଆ ମଧ୍ୟ ସ୍ମୃତିଙ୍କ ଅଭିଜ୍ଞତାକୁ ପ୍ରଶଂସା କରି ସେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବେ ବୋଲି ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି। ଅଧିନାୟିକା ଭାବେ ମନୋନୀତ ହେବା ପରେ ସ୍ମୃତି ମନ୍ଧାନା ଏହାକୁ ନିଜ ପାଇଁ ଏକ ବଡ଼ ସମ୍ମାନ ଓ ସ୍ୱପ୍ନ ସଦୃଶ ବୋଲି କହିଛନ୍ତି। ଏହି ସୁଯୋଗ ପାଇଁ ସେ ବିସିସିଆଇ, ଚୟନକର୍ତ୍ତା ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ୍ ସ୍ମୃତି ମନ୍ଧାନା
Share. Facebook Twitter LinkedIn Email WhatsApp Copy Link

Related Posts

Chintan Shivir: ଗୁଜରାଟ ଚିନ୍ତନ ଶିବିରର ଶେଷ ଦିବସରେ ଅଧ୍ୟକ୍ଷତା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 7, 2026

ଅନନ୍ତ ଅମ୍ବାନୀଙ୍କ “ଚାମ୍ପିଅନ୍ସ ଅଫ୍ କେୟାର୍” ଅଭିଯାନ, ପ୍ରତିବର୍ଷ ୨୦ ଲକ୍ଷ ପଶୁଙ୍କ ପାଖରେ ପହଞ୍ଚିବ ସହାୟତା

October 7, 2026

ଜିଏସଏମଏ ବୋର୍ଡ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 7, 2026

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର: ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 7, 2026
Latest News

ସ୍ମୃତି ମନ୍ଧାନା ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଅଧିନାୟିକା

October 7, 2026

Chintan Shivir: ଗୁଜରାଟ ଚିନ୍ତନ ଶିବିରର ଶେଷ ଦିବସରେ ଅଧ୍ୟକ୍ଷତା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 7, 2026

ଅନନ୍ତ ଅମ୍ବାନୀଙ୍କ “ଚାମ୍ପିଅନ୍ସ ଅଫ୍ କେୟାର୍” ଅଭିଯାନ, ପ୍ରତିବର୍ଷ ୨୦ ଲକ୍ଷ ପଶୁଙ୍କ ପାଖରେ ପହଞ୍ଚିବ ସହାୟତା

October 7, 2026

ଜିଏସଏମଏ ବୋର୍ଡ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 7, 2026

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର: ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.