Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌
ଖେଳ

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
FIH Pro League 2026-27 Schedule Announced: India's Home Matches in February

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍ (FIH) ପ୍ରୋ ଲିଗ୍ ୨୦୨୬-୨୭ ପାଇଁ କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଡିସେମ୍ବର ୮ ତାରିଖରୁ ଆରମ୍ଭ ହୋଇ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ଆସନ୍ତା ବର୍ଷ ଫେବୃଆରୀ ମାସରେ ନିଜ ନିଜର ଘରୋଇ ମ୍ୟାଚ୍‌ଗୁଡ଼ିକ ଖେଳିବେ।

ଘୋଷଣା ଅନୁଯାୟୀ, ଭାରତୀୟ ମହିଳା ଦଳ ଫେବୃଆରୀ ୨୩ରୁ ୨୮ ଏବଂ ପୁରୁଷ ଦଳ ଫେବୃଆରୀ ୧୩ରୁ ୨୮ ମଧ୍ୟରେ ଘରୋଇ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ତାରିଖ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମ୍ୟାଚ୍ ଆୟୋଜନ ହେବାକୁ ଥିବା ଭେନ୍ୟୁ (କ୍ରୀଡ଼ାଙ୍ଗନ) ସ୍ଥିର ହୋଇନାହିଁ। ଭାରତୀୟ ପୁରୁଷ ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଜର୍ମାନୀ, ଆର୍ଜେଣ୍ଟିନା, ଗ୍ରେଟ୍‌ବ୍ରିଟେନ୍ ଓ ସ୍ପେନ୍ ବିପକ୍ଷରେ ମୁହାଁମୁହିଁ ହେବାକୁ ଥିବା ବେଳେ ମହିଳା ଦଳ ଗ୍ରେଟ୍‌ବ୍ରିଟେନ୍ ଓ ସ୍ପେନ୍‌କୁ ଭେଟିବ।

ସୂଚନାଯୋଗ୍ୟ, ନିକଟରେ ହରମନ୍‌ପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ହକି ଦଳ ଲଗାତାର ଦ୍ୱିତୀୟ ଥର ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲା। ଅପରପକ୍ଷରେ, ମହିଳା ଦଳ ଫାଇନାଲ୍‌ରେ ଗତ ସଂସ୍କରଣର ଚାମ୍ପିଅନ୍ ଚୀନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଦୀର୍ଘ ୪୪ ବର୍ଷ ପରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଥିଲା। ଏହି ସଫଳତା ସହ ଉଭୟ ଦଳ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିସାରିଛନ୍ତି।

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଘରୋଇ ମ୍ୟାଚ୍‌ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷାରେ ଧୋଇଗଲା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତିମ ଟି-୨୦: ସିରିଜ୍ ୨-୨ରେ ବରାବର

October 18, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026
Latest News

Odisha Governor Oath Ceremony: ଓଡିଶାର ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ

October 18, 2026

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.