ପାଟନା: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଭାରତର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ୍ ସୟଦ୍ ମୁସ୍ତାକ ଅଲୀ ଟ୍ରଫି ପାଇଁ ତାଙ୍କୁ ବିହାର ଟିମ୍ର କ୍ୟାପ୍ଟେନ୍ ଭାବେ ନିଯୁକ୍ତ କରାଯାଇଛି। ବିହାର କ୍ରିକେଟ୍ ସଂଘର ଚୟନ କମିଟି ପକ୍ଷରୁ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଏହି ଘୋଷଣା କରାଯାଇଥିବାବେଳେ ଆସନ୍ତା ନଭେମ୍ବର ୧୪ରୁ ଟିମ୍ ଇନ୍ଦୋରରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ସେ ବିହାରର ରଣଜୀ ଟିମ୍ ଏବଂ ଦୁଲୀପ୍ ଟ୍ରଫିରେ ଇଷ୍ଟ୍ ଜୋନ୍ର ଭାଇସ୍ କ୍ୟାପ୍ଟେନ୍ ରହିସାରିଛନ୍ତି। ବୈଭବ ୨୦୨୫ ଡିସେମ୍ବର ୨ ତାରିଖରେ ସୟଦ୍ ମୁସ୍ତାକ ଅଲୀ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷରେ ୫୮ ବଲ୍ରେ ଶତକ ହାସଲ କରିଥିଲେ। ସେ ୬୧ ବଲ୍ରେ ୧୦୮ ରନ୍ର ଇନିଂସ୍ ଖେଳିଥିଲେ। ବିହାର କ୍ରିକେଟ୍ ସଂଘର ଚୟନ କମିଟି ଶୁକ୍ରବାର ବୈଠକ ପରେ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଟିମ୍ ଘୋଷଣା କରିଛି। ଏହା ପୂର୍ବରୁ ନଭେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଳିଙ୍କ ଟ୍ରାଏଲ୍ ହୋଇଥିଲା। ଟିମ୍ ନଭେମ୍ବର ୧୪ରେ ଇନ୍ଦୋରରେ ସୌରାଷ୍ଟ୍ର ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହାପରେ ରେଳବାଇ ସହ ମ୍ୟାଚ୍ ହେବ।


