Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓ୍ବେଲିଙ୍ଗଟନ୍‌ ଟି20 : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 166 ରନ୍‌ର ବିଜୟ ଲକ୍ଷ୍ୟ
ଆଜିର ଖବର

ଓ୍ବେଲିଙ୍ଗଟନ୍‌ ଟି20 : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 166 ରନ୍‌ର ବିଜୟ ଲକ୍ଷ୍ୟ

January 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବେଲିଙ୍ଗଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ଭାରତ 165 ରନ୍‌ ସଂଗ୍ରହ କରିଛି । ସିରିଜ୍‌ ବିଜୟୀ ହୋଇ ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ନିମନ୍ତେ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ୍‌ ଏବଂ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଖେଳାଇଥିଲା । ନିର୍ଭରଯୋଗ୍ୟ ଭାରତୀୟ ଟପ୍‌ ଅର୍ଡର ଏହି ମ୍ୟାଚ୍‌ରେ ଫେଲ୍‌ ମାରିଥିବା ବେଳେ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ 165 ରନ୍‌ ସଂଗ୍ରହ କରିଥିଲା । ଚମତ୍କାର ଫର୍ମରେ ରହିଥିବା ଓପ୍‌ନର କେଏଲ୍‌ ରାହୁଲ୍‌ 26 ବଲ୍‌ରୁ 39 ରନ୍‌ ସଂଗ୍ରହ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ୍‌ ଠାକୁର 15 ବଲ୍‌ରୁ 20 ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ । ଗୋଟିଏ ପଟୁ ଓ୍ବିକେଟ୍‌ ଖସି ଚାଲିଥିଲେ ମଧ୍ୟ ମନୀଷ ପାଣ୍ଡେ 36ଟି ବଲ୍‌ର ସମ୍ମୁଖୀନ ହୋଇ 3ଟି ଚୌକା ସହାୟତାରେ 50 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଇଶ୍‌ ସୋଧୀ 26 ରନ୍‌ ବିନିମୟକରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହାମିସ ବେନଟ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

india manishpandey nz wellington
Share. Facebook Twitter LinkedIn Email WhatsApp Copy Link

Related Posts

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026
Latest News

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.