Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ: ପ୍ରଥମ ମ୍ୟାଚରେ ବିଜୟ ସହ ନ୍ୟୁଜିଲାଣ୍ଡ ଦଳ ୧-୦ରେ ସିରିଜ ଆଗୁଆ
ଆଜିର ଖବର

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ: ପ୍ରଥମ ମ୍ୟାଚରେ ବିଜୟ ସହ ନ୍ୟୁଜିଲାଣ୍ଡ ଦଳ ୧-୦ରେ ସିରିଜ ଆଗୁଆ

February 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
nz beat india
nz beat india

ହାମିଲ୍ଟନ: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ଟି ୱିକେଟ ହରାଇ ୩୪୭ ରନର ଏକ ବିଶାଳ ସ୍କୋର ନ୍ୟୁଜିଲାଣ୍ଡ ସାମ୍ନାରେ ରଖିଥିଲା। ଭାରତ ପକ୍ଷରୁ ଶ୍ରୀୟଶ ଆୟର ୧୦୭ଟି ବଲ ଖେଳି  ୧୦୩ ରନ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ବିରାଟ ୫୧ ରନ ସଂଗ୍ରହ କରିଥିବାବେଳେ କେ ଏଲ ରାହୁଲ ଏବଂ କେଦାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୩୪୭ ରନରେ ପହଞ୍ଚାଇଥିଲେ। ରାହୁଲ ୬୪ଟି ବଲ ଖେଳି ୮୮ରନ କରିଥିବାବେଳେ କେଦାର ୧୫ଟି ବଲ ଖେଳି ୨୬ ରନ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡ ଦଳ ୩୪୮ରନର ଲକ୍ଷ୍ୟକୁ ମାତ୍ର ୪୮.୧ ଓଭରରେ ଅତିକ୍ରମ କରି ବିଜୟ ଲାଭ କରିଛି। ନ୍ୟଜିଲାଣ୍ଡ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସ ୭୮ରନ କରିଥିବାବେଳେ ରସ ଟେଲର ଏବଂ ଲାଥମ ଦ୍ରୁତତମ ପାଳି ଖେଳି ନ୍ୟୁଜିଲାଣ୍ଡକୁ ବିଜେତା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଟେଲର ୮୪ଟି ବଲ ସାମ୍ନା କରି ୧୦୯ ରନ କରିଥିବାବେଳେ ଲାଥମ ୪୮ଟି ବଲରେ ୬୯ରନ ସଂଗ୍ରହ କରିଥିଲେ। (ଏଜେନ୍ସି)

 

hamilton
Share. Facebook Twitter LinkedIn Email WhatsApp Copy Link

Related Posts

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026

ଟିଏମସି ସାଂସଦ ନଦୀମୁଲ ହକ୍ ଉପରେ ଇଡି ର କାର୍ଯ୍ୟାନୁଷ୍ଠାନ: ୭ଟି ସ୍ଥାନରେ ଚଢ଼ାଉ

September 7, 2026

ଏହି ତ୍ରି-ରାଷ୍ଟ୍ରୀୟ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!: ଯୋଜନା ପ୍ରସ୍ତୁତ କଲା ICC

September 7, 2026
Latest News

ସତ୍ୟ ନିକେତନ ଘଟଣାର ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ: ୫ MCD ଅଧିକାରୀ ନିଲମ୍ବିତ

September 7, 2026

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026

ଆଜି LPG ର e-KYC ପାଇଁ ଶେଷ ସୁଯୋଗ: ଏବେ କିପରି ପାଇବେ ଗ୍ୟାସ ସିଲିଣ୍ଡର?

September 7, 2026

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026

ଦଶମ ଦିନରେ ମନୋଜ ଜରାଙ୍ଗେଙ୍କ ଆନ୍ଦୋଳନ: ସରକାରକୁ ଦେଲେ ବଡ଼ ଚେତାବନୀ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.