Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୟସ୍ବାଲଙ୍କ ପଞ୍ଚମ ଅର୍ଦ୍ଧଶତକ: ବାଂଲାଦେଶ ସମ୍ମୁଖରେ 178 ରନ୍‌ର ବିଜୟ ଲକ୍ଷ୍ୟ
ଆଜିର ଖବର

ଜୟସ୍ବାଲଙ୍କ ପଞ୍ଚମ ଅର୍ଦ୍ଧଶତକ: ବାଂଲାଦେଶ ସମ୍ମୁଖରେ 178 ରନ୍‌ର ବିଜୟ ଲକ୍ଷ୍ୟ

February 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ ଫାଇନାଲ୍‌ରେ ବାଂଲାଦେଶ ସମ୍ମୁଖରେ 178 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ଭାରତ ପକ୍ଷରୁ ଓପ୍ନର ଯଶସ୍ବୀ ଜୟସ୍ବାଲ ଟୁର୍ଣ୍ଣାମେଣ୍ଟରେ ନିଜର ପଞ୍ଚମ ଅର୍ଦ୍ଧଶତକ ହାସଲ କରିବା ସହିତ 88 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଦଳ ମାତ୍ର 177 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା। 9 ରନ୍‌ରେ ପ୍ରଥମ ଓ୍ବିକେଟ୍‌ ହରାଇଥିଲେ ମଧ୍ୟ ତିଲକ ବର୍ମା(38) ଜୟସ୍ବାଲଙ୍କ ସହିତ 94 ରନ୍‌ର ଭାଗିଦାରୀ କରିଥିଲେ। ମାତ୍ର ତିଲକଙ୍କ ଓ୍ବିକେଟ୍‌ ପତନ ପରେ ଅଧିନାୟକ ପ୍ରିୟମ୍‌ ଗର୍ଗ(7) ଶସ୍ତାରେ ଆଉଟ ହୋଇଥିଲେ। ଏହାପରେ ଧ୍ରୁବ ଜୁରେଲ୍‌(22)ଙ୍କ ସହିତ ଜୟସ୍ବାଲ 42 ରନ୍‌ର ଭାଗିଦାରୀ କରିଥିଲେ। ମାତ୍ର ଜୟସ୍ବାଲଙ୍କ ଓ୍ବିକେଟ୍‌ର ପତନ ପରେ ଭାରତୀୟ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା। 156 ରନ୍‌ରେ ଚତୁର୍ଥ ଓ୍ବିକେଟ୍‌ ଭାବରେ ଜୟସ୍ବାଲ ଆଉଟ ହେବା ପରେ ପରବର୍ତ୍ତୀ 21 ରନ୍‌ ମଧ୍ୟରେ 6 ଓ୍ବିକେଟ ହରାଇଥିଲା ଭାରତ। ଜୟସ୍ବାଲ 121ଟି ବଲ୍‌ର ସମ୍ମୁଖୀନ ହୋଇ 8 ଚୌକା ଏବଂ 1 ଛକ୍କା ସହାୟତାରେ 88 ରନ୍‌ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିଲକ ବର୍ମା (38) ଏବଂ ଧ୍ରୁବ ଜୁରେଲ୍‌(22) ଉପଯୋଗୀ ଇନିଂସ ଖେଳିଥିଲେ। ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ସୋରିଫୁଲ୍‌ ଇସଲାମ୍‌ ଏବଂ ତାଞ୍ଜିମ୍‌ ହସନ୍‌ ସାକିବ୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, 8 ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦୁଇଅଙ୍କ ଛୁଇଁ ପାରିନଥିଲେ। (ଏଜେନ୍ସି)

bangladesh india yasaswijaiswal
Share. Facebook Twitter LinkedIn Email WhatsApp Copy Link

Related Posts

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026

୨୩ ବର୍ଷ ପରେ ମିଳିଲା ନ୍ୟାୟ, ୨୦୦୩ର ସମ୍ବେଦନଶୀଳ ମାମଲାରେ ୧୪ ଜଣ ଦୋଷୀ ସାବ୍ୟସ୍ତ

July 3, 2026

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୋହନ ମାଝୀ-ନୀତିନ ନବୀନଙ୍କ ବୈଠକ

July 3, 2026

ଝାରସୁଗୁଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ: ଯୁବକଙ୍କ ମୃତଦେହ ଉଦ୍ଧାର

July 3, 2026
Latest News

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026

୨୩ ବର୍ଷ ପରେ ମିଳିଲା ନ୍ୟାୟ, ୨୦୦୩ର ସମ୍ବେଦନଶୀଳ ମାମଲାରେ ୧୪ ଜଣ ଦୋଷୀ ସାବ୍ୟସ୍ତ

July 3, 2026

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୋହନ ମାଝୀ-ନୀତିନ ନବୀନଙ୍କ ବୈଠକ

July 3, 2026

ଝାରସୁଗୁଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ: ଯୁବକଙ୍କ ମୃତଦେହ ଉଦ୍ଧାର

July 3, 2026

ଓଡ଼ିଶାରେ ୧.୧୦ ଲକ୍ଷ କୋଟି ଟଙ୍କାର ମେଗା ଆଲୁମିନିୟମ ପ୍ରକଳ୍ପ, ସୃଷ୍ଟି ହେବ ୫୩,୫୦୦ରୁ ଅଧିକ ନିଯୁକ୍ତି

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.