ଲରେସ୍‌ ଓ୍ବାର୍ଲ୍ଡ ସ୍ପୋର୍ଟସ୍‌ ଆଓ୍ବାର୍ଡରେ ତେନ୍ଦୁଲକରଙ୍କ ବିଶ୍ବକପ୍‌ ବିଜୟକୁ ଶ୍ରେଷ୍ଠ କ୍ଷଣର ପୁରସ୍କାର

Published: Feb 18, 2020, 11:03 am IST

ମୁମ୍ବାଇ : ଲରେସ୍‌ ଓ୍ବାର୍ଲ୍ଡ ସ୍ପୋର୍ଟସ୍‌ ଆଓ୍ବାର୍ଡରେ ବିଜୟୀଙ୍କ ତାଲିକା ଘୋଷଣା କରାଯାଇଛି । ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ବିଶ୍ବକପ୍‌ ବିଜୟ କ୍ଷଣକୁ ଦଶନ୍ଧିର ଶ୍ରେଷ୍ଠ କ୍ଷଣ ଭାବରେ ଘୋଷଣା କରାଯାଇଛି । ଲୁଇସ୍‌ ହାମିଲ୍‌ଟନ୍‌ ଏବଂ ଲିଓନେଲ୍‌ ମେସିଙ୍କୁ ଯୁଗ୍ମ ଭାବରେ ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବରେ ମନୋନୀତ କରାଯାଇଥିବା ବେଳେ ଆମେରିକୀୟ ଜିମ୍ନାଷ୍ଟ ସିମୋନ୍‌ ବାଲିସ୍‌ଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୁରୁଷ ବର୍ଗରେ ରୋଜର ଫେଡେରର ଏହି ପୁରସ୍କାର 5 ଥର ହାସଲ କରିଥିବା ବେଳେ ସେରେନା ଓ୍ବିଲିୟମ୍ସ 4 ଥର ଏହି ପୁରସ୍କାର ହାସଲ କରିଛନ୍ତି ।

ଲରେସ୍‌ ଓ୍ବାର୍ଲ୍ଡ ସ୍ପୋର୍ଟସ୍‌ ଆଓ୍ବାର୍ଡ 2020ର ସମ୍ପୂର୍ଣ୍ଣ ତାଲିକା :
ଲରେସ୍‌ ଓ୍ବାର୍ଲ୍ଡ ଶ୍ରେଷ୍ଠ ପୁରୁଷ ଖେଳାଳି : ଲୁଇସ୍‌ ହାମିଲଟନ୍‌ ଏବଂ ଲିଓନେଲ୍‌ ମେସି
ଲରେସ୍‌ ଓ୍ବାର୍ଲ୍ଡ ଶ୍ରେଷ୍ଠ ମହିଳା ଖେଳାଳି : ସିମୋନ୍‌ ବାଲିସ୍‌
ଲରେସ୍‌ ଓ୍ବାର୍ଲ୍ଡ ଶ୍ରେଷ୍ଠ ଦଳ : ଦକ୍ଷିଣ ଆଫ୍ରିକା ରଗ୍‌ବୀ ଦଳ
ବ୍ରେକ୍‌ଥ୍ରୁ ଅଫ୍‌ ଦ ଇୟର : ଏଗାଲ୍‌ ବର୍ଣ୍ଣାଲ୍‌
କମ୍‌ବ୍ୟାକ୍‌ ଅଫ୍‌ ଦ ଇୟର : ସୋଫିଆ ଫ୍ଲୋର୍ସ୍ଚ
ଲରେସ୍‌ ଓ୍ବାର୍ଲ୍ଡ ଶ୍ରେଷ୍ଠ ଦିବ୍ୟାଙ୍ଗ ଖେଳାଳି : ଓକ୍‌ସାନା ମାଷ୍ଟର୍ସ
ଲରେସ୍‌ ଓ୍ବାର୍ଲ୍ଡ ଦଶନ୍ଧିର ଶ୍ରଷ୍ଠ ମୂହୁର୍ତ୍ତ : ସଚିନ୍ ତେନ୍ଦୁଲକର୍‌
ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ : ଡିର୍କ ନୋଓ୍ବିଜ୍‌କି

Related posts