Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଦ୍ବିତୀୟ ସ୍ବର୍ଣ୍ଣ ସତ୍ତ୍ବେ ମଉଳିଲା ଦୂତୀଙ୍କ ଅଲମ୍ପିକ୍ସ ଆଶା
ଆଜିର ଖବର

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଦ୍ବିତୀୟ ସ୍ବର୍ଣ୍ଣ ସତ୍ତ୍ବେ ମଉଳିଲା ଦୂତୀଙ୍କ ଅଲମ୍ପିକ୍ସ ଆଶା

March 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଉଭୟ 100 ଏବଂ 200 ମିଟର ବର୍ଗରେ ଦୂତୀ ନିଜର ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଠାରୁ ପଛରେ ପଡିଯାଇଛନ୍ତି । ରବିବାର ଦୂତୀ 200 ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । କିଟ୍‌ ପକ୍ଷରୁ ଖେଳୁଥିବା ଦୂତୀ 23.66 ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମୁମ୍ବାଇ ବିଶ୍ବବିଦ୍ୟାଳୟର କୀର୍ତ୍ତି ବିଜୟ ଭୋଇତେ 24.98 ସେକେଣ୍ଡ ସହିତ ଦ୍ବିତୀୟ ଏବଂ ଉତ୍ତରାଖଣ୍ଡ ବିଶ୍ବବିଦ୍ୟାଳୟର ଦୀପାଳି ମହାପାତ୍ର 25.19 ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 200 ମିଟର ବର୍ଗରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 22.80 ସେକେଣ୍ଡର ଟାଇମିଂ ରହିଥିଲା । ଅନ୍ୟପକ୍ଷରେ ଦୂତୀ ଗତକାଲି 100 ମିଟର ବର୍ଗରେ 11.49 ସେକେଣ୍ଡ ଟାଇମିଂ ସହିତ ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 11.15 ସେକେଣ୍ଡର ଟାଇମିଂ ଆବଶ୍ୟକ ଥିଲା ।

duteechand olympics
Share. Facebook Twitter LinkedIn Email WhatsApp Copy Link

Related Posts

ଧନତେରସ ପୂର୍ବରୁ ମହଙ୍ଗା ହେଲା ସୁନା: ୯ ହଜାର ବଢ଼ିଲା ରୁପା

November 5, 2026

ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାକୁ ସମନ: ତିନୋଟି ମାମଲାରେ ଜେରା କରିବ ଦିଲ୍ଲୀ ପୋଲିସ 

November 5, 2026

ଷ୍ଟେସନ୍‌ ଯିବା ପୂର୍ବରୁ ଚେକ୍‌ କରନ୍ତୁ! ଟ୍ରେନ୍‌ ରୁଟ୍‌ ଓ ସମୟରେ ବଡ଼ ପରିବର୍ତ୍ତନ

November 5, 2026

ରାଜଧାନୀରେ ପୁଣି ଫୁଟିଲା ଗୁଳି! ମାଉସୀ ମା’ ଛକରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

November 5, 2026
Latest News

ଧନତେରସ ପୂର୍ବରୁ ମହଙ୍ଗା ହେଲା ସୁନା: ୯ ହଜାର ବଢ଼ିଲା ରୁପା

November 5, 2026

IAS Reshuffle in Odisha: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀ ପୁଣି ଓଏଏସଡି ଭାବେ ନିଯୁକ୍ତ

November 5, 2026

ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାକୁ ସମନ: ତିନୋଟି ମାମଲାରେ ଜେରା କରିବ ଦିଲ୍ଲୀ ପୋଲିସ 

November 5, 2026

NPS ନିବେଶକଙ୍କ ପାଇଁ ବଡ଼ ଖବର, ଡିସେମ୍ବର ୧ରୁ ବଦଳିବ ପେନସନ୍ ଯୋଜନାର ନାମ ଓ ନିୟମ

November 5, 2026

FD ଗ୍ରାହକଙ୍କ ପାଇଁ ବଡ଼ ଖବର, ୪ ବ୍ୟାଙ୍କ ବଦଳାଇଲେ ନିୟମ, ଜାଣନ୍ତୁ କେଉଁଠି ଟଙ୍କା ରଖିଲେ ମିଳିବ ଅଧିକ ରିଟର୍ଣ୍ଣ

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.