Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣଜୀ ଟ୍ରଫି : କର୍ଣ୍ଣାଟକକୁ ହରାଇ ଫାଇନାଲ୍‌ରେ ବେଙ୍ଗଲ
ଆଜିର ଖବର

ରଣଜୀ ଟ୍ରଫି : କର୍ଣ୍ଣାଟକକୁ ହରାଇ ଫାଇନାଲ୍‌ରେ ବେଙ୍ଗଲ

March 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା : ରଣଜୀ ଟ୍ରଫି ସେମିଫାଇନାଲ୍‌ରେ କର୍ଣ୍ଣାଟକକୁ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ବେଙ୍ଗଲ । କର୍ଣ୍ଣାଟକକୁ 174 ରନ୍‌ରେ ପରାସ୍ତ କରି ବେଙ୍ଗଲ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ନିଜର ତୃତୀୟ ଟାଇଟଲ୍‌ ଲକ୍ଷ୍ୟରେ ରହିଛି । ବେଙ୍ଗଲ ପକ୍ଷରୁ ଅନୁସ୍ତୂପ ମଜୁମଦାର ଶତକ ହାସଲ କରିଥିବା ବେଳେ ଇଶାନ ପୋରେଲ 7 ଏବଂ ମୁକେଶ କୁମାର 8 ଓ୍ବିକେଟ ନେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ପ୍ରଥମ ଇନିଂସରେ ବେଙ୍ଗଲ ଅନୁସ୍ତୂପ ମଜୁମଦାରଙ୍କ ଅପରାଜିତ 149 ରନ୍‌ ସହାୟତାରେ 312 ରନ୍‌ ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ ମାତ୍ର 122 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଇଶାନ ପୋରେଲ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଦ୍ବିତୀୟ ଇନିଂସରେ ବେଙ୍ଗଲ 161 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ପୁନର୍ବାର ମଜୁମଦାର 41 ରନ୍‌ ସଂଗ୍ରହ କରିଥିଲେ । କର୍ଣ୍ଣାଟକ ସମ୍ମୁଖରେ 352 ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଦଳ ମାତ୍ର 177 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ମୁକେଶ କୁମାର 6ଟି ଓ୍ବିକେଟ ସହିତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନୁସ୍ତୂପ ମଜୁମଦାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)

ranjitrophy
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.