Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»21 ବର୍ଷର ରେକର୍ଡ ଭାଙ୍ଗିଲେ ଉନାଦକତ୍‌ : ରଣଜୀ ଫାଇନାଲ୍‌ରେ ସୌରାଷ୍ଟ୍ର
ଆଜିର ଖବର

21 ବର୍ଷର ରେକର୍ଡ ଭାଙ୍ଗିଲେ ଉନାଦକତ୍‌ : ରଣଜୀ ଫାଇନାଲ୍‌ରେ ସୌରାଷ୍ଟ୍ର

March 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜକୋଟ : ଗୁଜରାଟକୁ 92 ରନ୍‌ରେ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି ସୌରାଷ୍ଟ୍ର । ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକତ୍‌ 7 ଓ୍ବିକେଟ୍‌ ଅକ୍ତିଆର କରିବା ସହିତ 21 ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ଚଳିତ ସିଜିନ୍‌ରେ ଉନାଦକତ୍‌ 65 ଓ୍ବିକେଟ ଅକ୍ତିଆର କରି 1998-99 ମସିହାରେ ଡୋଡା ଗଣେଷଙ୍କ 62 ଓ୍ବିକେଟ ରେକର୍ଡକୁ ଭାଙ୍ଗିଛନ୍ତି । ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି 304 ରନ୍‌ କରିଥିବା ବେଳେ ଗୁଜରାଟ 252 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଜବାବରେ ସୌରାଷ୍ଟ୍ର 66 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିବା ବେଳେ ଅର୍ପିତ ବାସବଦାଙ୍କ 139 ରନ୍‌ ବଳରେ ସୌରାଷ୍ଟ୍ର 274 ରନ୍‌ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ମଧ୍ୟ 63 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିଲେ । ଅଧିନାୟକ ପାର୍ଥିବ ପଟେଲ(93) ଏବଂ ଚିରାଗ ଗାନ୍ଧୀ(96)ଙ୍କ ମଧ୍ୟରେ 137 ରନ୍‌ର ଭାଗିଦାରୀ ହୋଇଥିଲା । ମାତ୍ର ଉନାଦ୍‌କତ୍‌ ଦୁଇ ଓଭର ମଧ୍ୟରେ ଦୁଇ ଜଣଙ୍କୁ ଆଉଟ୍‌ କରି ସୌରାଷ୍ଟ୍ରକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ । ଅର୍ପିତ ବାସବଦାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା 9 ତାରିଖରେ ବେଙ୍ଗଲ ଏବଂ ସୌରାଷ୍ଟ୍ର ମଧ୍ୟରେ ଫାଇନାଲ୍‌ ଖେଳାଯିବ । (ଏଜେନ୍ସି)

ranjitrophy
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଖୋରଧା: ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

October 5, 2026
Latest News

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.