କୋରୋନା ମୁକାବିଲା ପାଇଁ ଭାରତୀୟ ଦଳର ନୂତନ ରଣନୀତି!

Published: Mar 11, 2020, 4:47 pm IST

ମୁମ୍ବାଇ : କୋରୋନା ଭାଇରସ୍‌ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ଭାରତୀୟ ପେସ୍‌ ବୋଲର ଭୁବନେଶ୍ବର କୁମାର ଏହି ନୂତନ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲି ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଏହି ଶୃଙ୍ଖଳାରେ ଭାରତୀୟ ପେସ୍‌ ବୋଲର ମାନେ ବଲ୍‌ ଉପରେ ଛେପ ଲଗାଇବେ ନାହିଁ ବୋଲି ଭୁବନେଶ୍ବର କୁମାର ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବଲ୍‌କୁ ପୁରୁଣା ଏବଂ ରିଭର୍ସ ସ୍ବିଙ୍ଗ କରାଇବା ପାଇଁ ପେସ୍‌ ବୋଲର ମାନେ ଛେପର ବ୍ୟବହାର କରିଥାନ୍ତି । ଭୁବନେଶ୍ବର ଏହି ମତ ଦେଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ବୁଧବାରର ଟିମ୍‌ ମିଟିଂ ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ । (ଏଜେନ୍ସି)

Related posts