ମୁମ୍ବାଇ ପୋଲିସ୍‌କୁ 10 ଲକ୍ଷର ସହାୟତା ପ୍ରଦାନ କଲେ ବିରାଟ-ଅନୁଷ୍କା

Published: May 9, 2020, 7:29 pm IST

ମୁମ୍ବାଇ : ମୁମ୍ବାଇ ପୋଲିସ୍‌କୁ 10 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବିରାଟ-ଅନୁଷ୍କା । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରତ୍ୟେକ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ବିରାଟ ଅନୁଷ୍କା ସହାୟତା କରିଥିଲେ ମଧ୍ୟ ଏନେଇ ଉଭୟ ମୁହଁ ଖୋଲିନଥିଲେ । ଶନିବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଉଭୟଙ୍କୁ ଧନ୍ୟବାଦ ଜଣାଇବା ସହିତ ସହାୟତା କରିଥିବା ନେଇ ସ୍ପଷ୍ଟ କରିଥିଲେ । ଉଲ୍ଲେଖଯୋଗ୍ୟ ଯୋ, ଏହା ପୂବରୁ ଉଭୟ ବିରାଟ ଏବଂ ଅନୁଷ୍କା ପିଏମ୍‌ କେୟାର ଫଣ୍ଡକୁ ଦାନ କରିଥିଲେ । ଏହା ବ୍ୟତିତ ଏବି ଡିଭିଲିୟର୍ସଙ୍କ ସହିତ ମିଳିତ ଭାବରେ ଏକ ନିଲାମୀ କରିବାକୁ ଯାଉଛନ୍ତି ବିରାଟ । ଗୁଜରାଟ ଲାୟନ୍ସ ବିପକ୍ଷରେ 229 ରନ୍‌ର ଭାଗିଦାରୀର କିଛି କ୍ରୀଡା ଉପକରଣକୁ ନିଲାମ କରି କୋଭିଡ୍‌-19 ମୁକାବିଲାରେ ବ୍ୟବହାର କରିବା ପାଇଁ ବିରାଟ ନିଷ୍ପତ୍ତି ନେଇଛନ୍ତି । (ଏଜେନ୍ସି)

Related posts