Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫୁଟ୍‌ବଲ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସିଖବର : ଜୁନ୍‌ 8ରୁ ଆରମ୍ଭ ହେବ ଲା ଲିଗା
ଆଜିର ଖବର

ଫୁଟ୍‌ବଲ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସିଖବର : ଜୁନ୍‌ 8ରୁ ଆରମ୍ଭ ହେବ ଲା ଲିଗା

May 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାର୍ସେଲୋନା : ଫୁଟ୍‌ବଲ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ପୁଣିଥରେ ନିଜ ପ୍ରିୟ ଫୁଟବଲରଙ୍କୁ ପଡିଆରେ ଦେଖିପାରିବେ ଦର୍ଶକ । ଆସନ୍ତା ଜୁନ୍‌ 8 ତାରିଖରୁ ସ୍ପେନ୍‌ରେ ଆରମ୍ଭ ହେବାକୁ ଯାଉଛି ଲାଲିଗା । ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଶନିବାର ଏହି ଘୋଷଣା କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ଲକ୍‌ଡାଉନ୍‌କୁ କୋହଳ କରାଯାଉଛି । ପୂର୍ବରୁ ଲା ଲିଗା ସଭାପତି ଜାଭିୟର୍‌ ଟେବାସ୍‌ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରିଥିଲେ । ତେବେ ମ୍ୟାଚ୍‌ ଖେଳାଗଲେ ମଧ୍ୟ ସାମାଜିକ ଦୂରତ୍ବ ନିୟମ ବଜାୟ ରହିବ ବୋଲି ଟେବାସ୍‌ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଲା ଲିଗାରେ ଲିଓନେଲ୍‌ ମେସିଙ୍କ ନେତୃତ୍ବାଧୀନ ବାର୍ସେଲୋନା 58 ପଏଣ୍ଟ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ରିଅଲ ମାଦ୍ରିଦ୍‌ ଦୁଇ ନମ୍ବର ସ୍ଥାନରେ ରହିଛି ।

ଉଭୟ ଦଳ ମଧ୍ୟରେ ମାତ୍ର ଦୁଇ ପଏଣ୍ଟର ଫରକ ରହିଥିବା ବେଳେ ମୁକାବିଲା ଜୋରଦାର ହେବା ନେଇ ଆଶା କରାଯାଉଛି । ବାର୍ସେଲୋନାରେ ମେସିଙ୍କ ବ୍ୟତିତ ଲୁଇସ୍‌ ସୁଆରେଜ୍‌ ଏବଂ ଆଣ୍ଟୋନିଓ ଗ୍ରୀଜ୍‌ମ୍ୟାନ୍‌ ରହିଥିବା ବେଳେ ମାଦ୍ରିଦ୍‌ରେ ଏଡେନ୍‌ ହାଜାର୍ଡ, ଗେରାଥ୍‌ ବେଲ୍‌, କରିମ୍‌ ବେଞ୍ଜେମା ଏବଂ ସର୍ଗିଓ ରାମୋସ୍‌ଙ୍କ ପରି ଖେଳାଳି ରହିଛନ୍ତି ।

barcelona realmadrid
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Latest News

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.