ଟି 20 ବିଶ୍ବକପ୍‌ ନେଇ ହୋଇପାରିଲାନି ନିଷ୍ପତ୍ତି : ଖଣ୍ଡାଧାରରେ ଆଇପିଏଲ୍‌ର ଭାଗ୍ୟ

Published: May 28, 2020, 9:56 pm IST

ନୂଆଦିଲ୍ଲୀ : ପୁଣିଥରେ ଖଣ୍ଡାଧାରରେ ଲଟକି ରହିଛି ଆଇପିଏଲ୍‌ର ଭାଗ୍ୟ । ଆଜି ଆଇସିସି ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ପୁଣି ଥରେ ଆଇପିଏଲ୍‌କୁ ନେଇ ଆଶଙ୍କା ଦେଖାଦେଇଛି । ଟି 20 ବିଶ୍ବକପ୍‌ର ଭବିଷ୍ୟତ ନେଇ ଅନୁଷ୍ଠିତ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଆସନ୍ତା ଜୁନ୍‌ 10 ତାରିଖରେ ଏହାକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ । ତେବେ ଏହା ଦ୍ବାରା ଭାରତୀୟ କ୍ରୀଡାପ୍ରେମୀ ପ୍ରଭାବିତ ହେବେ । ବିଶ୍ବକପ୍‌ର ଆୟୋଜନ ସିଧାସଳଖ ଆଇପିଏଲ୍‌ ସହିତ ଯୋଡି ହୋଇ ରହିଥିବାରୁ ଆଇପିଏଲ୍‌ ଫ୍ୟାନ୍‌ ମାନେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ମ୍ୟାଚ୍‌ ଆୟୋଜନର ବିଭିନ୍ନ ପ୍ରକାର ଦିଗକୁ ଅନୁଧ୍ୟାନ କରାଯାଉଛି ଏବଂ ଜୁନ୍‌ 10 ତାରିଖରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

ସେହିପରି ନିକଟ ଭବିଷ୍ୟତରେ ଆଇସିସି ମୁଖ୍ୟ ଶଶାଙ୍କ ମନୋହର ଯୋଶୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ତାଲିକାରେ ଇସିବିର କଲିନ୍‌ ଗ୍ରେଭ୍‌ସ ଏବଂ ବିସିସିଆଇର ସୌରଭ ଗାଙ୍ଗୁଲି ରହିଛନ୍ତି । କରୋନା ଭାଇରସ୍‌ ଦ୍ବାରା କେବଳ ବିଶ୍ବକପ୍‌ ନୁହେଁ ଅନ୍ୟାନ୍ୟ କ୍ରୀଡା ମଧ୍ୟ ପ୍ରଭାବିତ ହୋଇଛି । 2020 ଟୋକିଓ ଅଲମ୍ପିକ୍ସ, ୟୁଏଫା ପରି ଟୁର୍ଣ୍ଣାମେଣ୍ଟ ମଧ୍ୟ ଚଳିତ ବର୍ଷ ବନ୍ଦ ରହିଛି ।

Related posts