
ମାଞ୍ଚେଷ୍ଟର, ଓଲଡ ଟ୍ରାଫୋର୍ଡଠାରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଅଲ ରାଉଣ୍ଡର ବେକ ଷ୍ଟୋକସ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଏହି ଟେଷ୍ଟରେ ସେ ଦଶମ ଟେଷ୍ଟ ଶତକ ହାସଲ କରିବା ସହିତ ଦେଢଶହ ୱିକେଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।
ଟେଷ୍ଟ କ୍ରିକେଟରେ ଏହି ଗୌରବ ହାସଲ କରିବାରେ ଷ୍ଟୋକସ ହେଉଛନ୍ତି ପଞ୍ଚମ ଅଲରାଉଣ୍ଡର। ଦୁଇଟି ଛକା ଓ 17ଟି ଚୌକା ସହାୟତାରେ ସେ 176 କରି ଏକ ଲମ୍ବା ଇନିଂସ ଖେଳିଥିଲେ।
ଷ୍ଟୋକସଙ୍କ ପୂର୍ବରୁ ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଗ୍ୟାରୀ ସୋବର୍ସ, ପୂର୍ବତନ ଇଂଲଣ୍ଡ କ୍ରିକେଟର ଇଆନ ବୋଥାମ, ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବି ଶାସ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ ଏହି ଗୌରବ ହାସଲ କରିଛନ୍ତି।
ବେନ୍ ଷ୍ଟୋକ୍ସ ଏବଂ ଡୋମିନିକ୍ ଶିବଲେଙ୍କ ଦ୍ବିଶତକ ଭାଗୀଦାରି ବଳରେ ଘରୋଇ ଇଂଲଣ୍ଡ ନିଜ ପ୍ରଥମ ପାଳିକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଦେଇଛି। ଦ୍ବିତୀୟ ଦିବସରେ ଇଂଲଣ୍ଡ ୯ ୱିକେଟ୍ ବିନିମୟରେ ୪୬୯ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଦେଇଛି।
Tags: କ୍ରିକେଟ, ବେନ୍ ଷ୍କୋକସ