Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ କିଏ କାହାକୁ ଦେବେ ଟକ୍କର୍‌, ଜାଣନ୍ତୁ
ଆଜିର ଖବର

ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ କିଏ କାହାକୁ ଦେବେ ଟକ୍କର୍‌, ଜାଣନ୍ତୁ

September 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : କରୋନା ପାଇଁ ଆଇପିଏଲ୍‌ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହେଉଛି । ଚଳିତଥର ଆଇପିଏଲ୍‌ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ପୋଗ୍ରାମ ବା ସିଡ୍ୟୁଲ୍‌ ସମ୍ପର୍କରେ ଆଜି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଚଳିତ ବର୍ଷ ଆଇପିଏଲ୍‌ ମାର୍ଚ୍ଚ 29ରେ ଆରମ୍ଭ ହେବାର ଥିଲା । ମାତ୍ର କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇରେ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି । ତେବେ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ସୂଚନା ରହିଛି । ଭାରତୀୟ କ୍ରିକେଟ୍‌ କଣ୍ଟୋଲ୍‌ ବୋର୍ଡ ଆଇପିଏଲ୍‌ର 13ତମ ସଂସ୍କରଣରେ ପ୍ରଥମ ମ୍ୟାଚ୍‌କୁ ଆହୁରି ଧମାକାଦାର କରିବାର ଯୋଜନା କରିଛନ୍ତି ।

ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ମଧ୍ୟରେ ମୁକାବିଲା ହେବ ବୋଲି ସୂଚନା ରହିଛି । ଗତ ଆଇପିଏଲ୍‌ର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ରହିଥିବାବେଳେ ଚେନ୍ନାଇ ସୁପର କିଙ୍ଗସ୍‌ ଉପବିଜେତା ରହିଥିଲେ ।

ଶନିବାର ଭିତରେ ବିସିସିଆଇ ଆଇପିଏଲ୍‌-2020ର ବହୁ ପ୍ରତୀକ୍ଷିତ ଆଇପିଏଲ୍‌ ସୂଚୀ  ବା ସିଡ୍ୟୁଲ୍‌ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି । ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟ ସେପେ୍ଟମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ଖେଳା ଯିବ । ଆଇପିଏଲ୍‌ର 60ଟି ମ୍ୟାଚ୍‌ ତିନୋଟି ସ୍ଥାନ  ଯଥା – ଆବୁଧାବୀ, ଦୁବାଇ ଓ ଶାରହାଜ୍‌ରେ 53 ଦିନ ପର୍ଯ୍ୟନ୍ତ ଖେଳାଯିବ ବୋଲି ସୂଚନା ରହିଛି ।

ଟୁର୍ଣ୍ଣାମେଣ୍ଟର ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍‌ର 2 ଖେଳାଳି ଓ 11ଜଣ ସପୋର୍ଟ ଷ୍ଟାଫ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏଥିପାଇଁ ବିସିସିଆଇ ଆଇପିଏଲ୍‌ ସିଡ୍ୟୁଲ୍‌ ବା ସୂଚୀରେ ବିଳମ୍ବ ହେଉଥିବାର ଜଣାପଡିଛି ।

ତେବେ ସିଏସ୍‌କେର 13 ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା ନେଗେଟିଭ୍‌ ଆସିଛି ବୋଲି  ଚେନ୍ନାଇ ସୁପର କିଙ୍ଗସ୍‌ ଫ୍ରାଞ୍ଚାଇଜ୍‌ର ସିଇଓ କେ.ଏସ୍‌ ବିଶ୍ବନାଥନ ସୂଚନା ଦେଇଛନ୍ତି । (ଏଜେନ୍ସି)

csk ipl openingmatch
Share. Facebook Twitter LinkedIn Email WhatsApp Copy Link

Related Posts

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026
Latest News

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.