Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ କିଏ କାହାକୁ ଦେବେ ଟକ୍କର୍‌, ଜାଣନ୍ତୁ

ମୁମ୍ବାଇ : କରୋନା ପାଇଁ ଆଇପିଏଲ୍‌ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହେଉଛି । ଚଳିତଥର ଆଇପିଏଲ୍‌ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ପୋଗ୍ରାମ ବା ସିଡ୍ୟୁଲ୍‌ ସମ୍ପର୍କରେ ଆଜି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଚଳିତ ବର୍ଷ ଆଇପିଏଲ୍‌ ମାର୍ଚ୍ଚ 29ରେ ଆରମ୍ଭ ହେବାର ଥିଲା । ମାତ୍ର କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇରେ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି । ତେବେ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ସୂଚନା ରହିଛି । ଭାରତୀୟ କ୍ରିକେଟ୍‌ କଣ୍ଟୋଲ୍‌ ବୋର୍ଡ ଆଇପିଏଲ୍‌ର 13ତମ ସଂସ୍କରଣରେ ପ୍ରଥମ ମ୍ୟାଚ୍‌କୁ ଆହୁରି ଧମାକାଦାର କରିବାର ଯୋଜନା କରିଛନ୍ତି ।

ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ମଧ୍ୟରେ ମୁକାବିଲା ହେବ ବୋଲି ସୂଚନା ରହିଛି । ଗତ ଆଇପିଏଲ୍‌ର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ରହିଥିବାବେଳେ ଚେନ୍ନାଇ ସୁପର କିଙ୍ଗସ୍‌ ଉପବିଜେତା ରହିଥିଲେ ।

ଶନିବାର ଭିତରେ ବିସିସିଆଇ ଆଇପିଏଲ୍‌-2020ର ବହୁ ପ୍ରତୀକ୍ଷିତ ଆଇପିଏଲ୍‌ ସୂଚୀ  ବା ସିଡ୍ୟୁଲ୍‌ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି । ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟ ସେପେ୍ଟମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ଖେଳା ଯିବ । ଆଇପିଏଲ୍‌ର 60ଟି ମ୍ୟାଚ୍‌ ତିନୋଟି ସ୍ଥାନ  ଯଥା – ଆବୁଧାବୀ, ଦୁବାଇ ଓ ଶାରହାଜ୍‌ରେ 53 ଦିନ ପର୍ଯ୍ୟନ୍ତ ଖେଳାଯିବ ବୋଲି ସୂଚନା ରହିଛି ।

ଟୁର୍ଣ୍ଣାମେଣ୍ଟର ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍‌ର 2 ଖେଳାଳି ଓ 11ଜଣ ସପୋର୍ଟ ଷ୍ଟାଫ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏଥିପାଇଁ ବିସିସିଆଇ ଆଇପିଏଲ୍‌ ସିଡ୍ୟୁଲ୍‌ ବା ସୂଚୀରେ ବିଳମ୍ବ ହେଉଥିବାର ଜଣାପଡିଛି ।

ତେବେ ସିଏସ୍‌କେର 13 ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା ନେଗେଟିଭ୍‌ ଆସିଛି ବୋଲି  ଚେନ୍ନାଇ ସୁପର କିଙ୍ଗସ୍‌ ଫ୍ରାଞ୍ଚାଇଜ୍‌ର ସିଇଓ କେ.ଏସ୍‌ ବିଶ୍ବନାଥନ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଆଜିଠୁ ବିଶ୍ବକପ୍‌ ମହାସମର : ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁକାବିଲା କରିବେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା

ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ କ୍ରିକେଟ ବିଶ୍ବକପ୍‌। ୪୫ ଦିନ ବ୍ୟାପୀ ଆଇସିସିର ଏହି ମେଗା ଇଭେଣ୍ଟରେ ୧୦ ଟି ଟିମ୍‌ ଭାଗ ନେବାକୁ ଯାଉଛନ୍ତି। ଓଭାଲ୍‌ରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ମ୍ୟାଚ୍‌ ପୂର୍ବରୁ ଡେଲ୍‌ ଷ୍ଟେନ୍‌ ଆହତ ହୋଇ ବାଦ୍‌ ପଡିବା ଦକ୍ଷିଣଆଫ୍ରିକା ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଆୟୋଜକ ଇଂଲଣ୍ଡ ସହଜ ବିଜୟ ସହିତ ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି। ଭାରତୀୟ ସମୟ ୩.୦୦ ରେ ମ୍ୟାଚ୍‌ ଆରମ୍ଭ ହେବ। କେଭିନ୍‌ ପିଟରସନ୍‌, ଶିବାନୀ ଦାଣ୍ଡେକର ଏବଂ ପ୍ୟାଡ୍ଡି ମେକ୍‌ଗନିସେସ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିବେ।
ସ୍ଥାନ : ଦ ଓଭାଲ , ଲଣ୍ଡନ
ସମୟ- ଅପରାହ୍ନ ୩.୦୦