ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ କିଏ କାହାକୁ ଦେବେ ଟକ୍କର୍‌, ଜାଣନ୍ତୁ

Published: Sep 3, 2020, 6:14 pm IST

ମୁମ୍ବାଇ : କରୋନା ପାଇଁ ଆଇପିଏଲ୍‌ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହେଉଛି । ଚଳିତଥର ଆଇପିଏଲ୍‌ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ପୋଗ୍ରାମ ବା ସିଡ୍ୟୁଲ୍‌ ସମ୍ପର୍କରେ ଆଜି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଚଳିତ ବର୍ଷ ଆଇପିଏଲ୍‌ ମାର୍ଚ୍ଚ 29ରେ ଆରମ୍ଭ ହେବାର ଥିଲା । ମାତ୍ର କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇରେ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି । ତେବେ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ସୂଚନା ରହିଛି । ଭାରତୀୟ କ୍ରିକେଟ୍‌ କଣ୍ଟୋଲ୍‌ ବୋର୍ଡ ଆଇପିଏଲ୍‌ର 13ତମ ସଂସ୍କରଣରେ ପ୍ରଥମ ମ୍ୟାଚ୍‌କୁ ଆହୁରି ଧମାକାଦାର କରିବାର ଯୋଜନା କରିଛନ୍ତି ।

ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ମଧ୍ୟରେ ମୁକାବିଲା ହେବ ବୋଲି ସୂଚନା ରହିଛି । ଗତ ଆଇପିଏଲ୍‌ର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ରହିଥିବାବେଳେ ଚେନ୍ନାଇ ସୁପର କିଙ୍ଗସ୍‌ ଉପବିଜେତା ରହିଥିଲେ ।

ଶନିବାର ଭିତରେ ବିସିସିଆଇ ଆଇପିଏଲ୍‌-2020ର ବହୁ ପ୍ରତୀକ୍ଷିତ ଆଇପିଏଲ୍‌ ସୂଚୀ  ବା ସିଡ୍ୟୁଲ୍‌ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି । ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟ ସେପେ୍ଟମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ଖେଳା ଯିବ । ଆଇପିଏଲ୍‌ର 60ଟି ମ୍ୟାଚ୍‌ ତିନୋଟି ସ୍ଥାନ  ଯଥା – ଆବୁଧାବୀ, ଦୁବାଇ ଓ ଶାରହାଜ୍‌ରେ 53 ଦିନ ପର୍ଯ୍ୟନ୍ତ ଖେଳାଯିବ ବୋଲି ସୂଚନା ରହିଛି ।

ଟୁର୍ଣ୍ଣାମେଣ୍ଟର ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍‌ର 2 ଖେଳାଳି ଓ 11ଜଣ ସପୋର୍ଟ ଷ୍ଟାଫ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏଥିପାଇଁ ବିସିସିଆଇ ଆଇପିଏଲ୍‌ ସିଡ୍ୟୁଲ୍‌ ବା ସୂଚୀରେ ବିଳମ୍ବ ହେଉଥିବାର ଜଣାପଡିଛି ।

ତେବେ ସିଏସ୍‌କେର 13 ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା ନେଗେଟିଭ୍‌ ଆସିଛି ବୋଲି  ଚେନ୍ନାଇ ସୁପର କିଙ୍ଗସ୍‌ ଫ୍ରାଞ୍ଚାଇଜ୍‌ର ସିଇଓ କେ.ଏସ୍‌ ବିଶ୍ବନାଥନ ସୂଚନା ଦେଇଛନ୍ତି । (ଏଜେନ୍ସି)

Related posts