ଆଇପିଏଲ୍: ଅରେଞ୍ଜ କ୍ୟାପ୍ ଓ ପର୍ପଲ କ୍ୟାପ୍ ଦୌଡରେ କେ.ଏଲ୍ ରାହୁଲ ଏବଂ କାଗିସୋ ରାବାଡା

Published: Oct 23, 2020, 12:41 pm IST

ଦୁବାଇ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୪୦ ଟି ମ୍ୟାଚ୍ ଶେଷ ହେବା ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପେସର୍ କାଗିସୋ ରାବାଡା ସମ୍ପୃକ୍ତ ବ୍ୟାଟିଂ ଏବଂ ବୋଲିଂ ତାଲିକାରେ ଶୀର୍ଷରେ ରହିଛନ୍ତି।

୧୦ ଟି ମ୍ୟାଚରେ ୫୪୦ ରନ୍ ସ୍କୋର କରିଥିବା ରାହୁଲ ଅରେଞ୍ଜ କ୍ୟାପ୍ ଧରିଛନ୍ତି। ତାଙ୍କ ପଛରେ ଦିଲ୍ଲୀ କ୍ୟାପିଟାଲର ଓପନର୍ ଶିଖର ଧାୱନ ଅଛନ୍ତି, ଯିଏ ୧୦ ଟି ମ୍ୟାଚରୁ ୪୬୫ ରନ୍ ସଂଗ୍ରହ କରିଛନ୍ତି। ଦୁଇ ଶତକ ସମେତ। ୧୦ ଟି ମ୍ୟାଚରେ ୩୯୮ ରନ୍ ସହ ମୟଙ୍କ ଅଗ୍ରୱାଲ ତୃତୀୟ ସ୍ଥାନରେ ରହିଛନ୍ତି

ବୋଲରଙ୍କ ତାଲିକାରେ ରାବାଡା ୧୦ ଟି ମ୍ୟାଚରେ ୨୧ ଟି ୱିକେଟ୍ ନେଇଛନ୍ତି ଏବଂ ପର୍ପଲ କ୍ୟାପ୍ କରିଛନ୍ତି। କିଙ୍ଗ୍ସ ଏକାଦଶର ମହମ୍ମଦ ଶାମି ୧୦ ଟି ମ୍ୟାଚରୁ ୧୬ ଟି ୱିକେଟ ଏବଂ ରାଜସ୍ଥାନ ରୟାଲ୍ସର ଜୋଫ୍ରା ଅର୍ଚ୍ଚର ୧୧ ଟି ମ୍ୟାଚରୁ ୧୫ ଟି ୱିକେଟ ହାସଲ କରି ପରବର୍ତ୍ତୀ ସ୍ଥାନରେ ଅଛନ୍ତି।

ଗତକାଲି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିଜୟ ପରେ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛି। ସମୁଦାୟ୧୦ ଟି ମ୍ୟାଚରୁ ଦଳକୁ ଆଠ ପଏଣ୍ଟ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ୧୦ ଟି ମ୍ୟାଚ ଖେଳି ୧୪ ପଏଣ୍ଟ ହାସଲ କରିବା ସହ ଟୁର୍ଣ୍ଣାମେଣ୍ଟ ତାଲିକାରେ ଶୀର୍ଷରେ ରହିଛି। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ଟି ମ୍ୟାଚରୁ ୧୪ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ଥିବା ବେଳେ  ମୁମ୍ବାଇ ଇଣ୍ଡିଆନ୍ସ ୯ଟି ମ୍ୟାଚରୁ ୧୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

 

Related posts