Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ ୨୦୨୦: କୋଲକତାକୁ ହରାଇ ଚତୁର୍ଥ ସ୍ଥାନକୁ ଉନ୍ନତି ହେବା ଲକ୍ଷ୍ୟରେ ପଞ୍ଜାବ
ଆଜିର ଖବର

ଆଇପିଏଲ ୨୦୨୦: କୋଲକତାକୁ ହରାଇ ଚତୁର୍ଥ ସ୍ଥାନକୁ ଉନ୍ନତି ହେବା ଲକ୍ଷ୍ୟରେ ପଞ୍ଜାବ

October 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
KXIP, KKR face each other, crucial match for top 4 spot.

ଶାରଜା: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୪୬ ତମ ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ ବିପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବର ଲଢେଇ ହେବାକୁ ଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚଟି ଅତି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ତାଲିକାରେ କୋଲକତା (୧୨)ଚତୁର୍ଥ ସ୍ଥାନରେ ଥିବା ବେଳେ ପଞ୍ଜାବ (୧୦) ପଞ୍ଚମ ସ୍ଥାନରେ ରହିଛି। କୋଲକତା ଏହି ମ୍ୟାଚରେ ବିଜୟ ହେଲେ ନିଜର ସ୍ଥାନ ସୁରକ୍ଷିତ ରଖିପାରିବ। କିନ୍ତୁ ପଞ୍ଜାବର ବିଜୟ ହେଲେ ରନ ରେଟ ହାରରେ ଦଳ ଚତୁର୍ଥ ସ୍ଥାନକୁ ଉନ୍ନତି ହେବ।

କ୍ରମାଗତ ଚାରିଟି ବିଜୟ ସହିତ କିଙ୍ଗସ ଏକାଦଶ ପଞ୍ଜାବ ସମସ୍ତଙ୍କୁ ଚକିତ କରିଛି। ଦୁଇ ଦଳ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚରେ କେକେଆର୍ ପଞ୍ଜାବ ଏକାଦଶକୁ ଦୁଇ ରନ୍ ରେ ପରାସ୍ତ କରିଥିଲା​​। କିନ୍ତୁ ବର୍ତ୍ତମାନ ଖେଳରେ ଅନେକ ପରିବର୍ତ୍ତନ ଆସିଥିବାର ଦେଖିବାକୁ ମିଳୁଛି।

କିଙ୍ଗସ ଏକାଦଶ ପଞ୍ଜାବ ଗତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କମ ସ୍କୋର (୧୨୬) ଟାର୍ଗେଟରେ ବିଜୟୀ ହେବା ପରେ ବୋଲରମାନଙ୍କ ମନୋବଳ ବୃଦ୍ଧି ହୋଇଛି। ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କୁ ନେଇ ଗଠିତ କିଙ୍ଗସ ଏକାଦଶ ପଞ୍ଜାବ ଟପ୍ ଅର୍ଡର ନିୟମିତ ଭାବରେ ଭଲ ପ୍ରଦର୍ଶନ କରିଆସୁଛି ଏବଂ କ୍ରିସ୍ ଗେଲଙ୍କ ପ୍ରତ୍ୟାବର୍ତ୍ତନ ସେମାନଙ୍କ ବ୍ୟାଟିଂକୁ ଆହୁରି ଦୃଢ କରିଛି। ନିକୋଲାସ୍ ପୁରାନ୍ ଭଲ ଫର୍ମରେ ଅଛନ୍ତି କିନ୍ତୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅସଫଳତା ଦଳ ପାଇଁ ପୁଣି ଏକ ଚିନ୍ତାର କାରଣ ହେବ। ସେମାନଙ୍କର ବୋଲିଂ ପ୍ରାୟତଃ ଅଭିଜ୍ଞ ମହମ୍ମଦ ଶାମି ଏବଂ ରବି ବିଷ୍ଣୁଙ୍କ ଉପରେ ନିର୍ଭର କରୁଥିଲେ ମଧ୍ୟ ହାଇଦ୍ରାବାଦ ବିପକ୍ଷରେ ଆରଶଦୀପ ସିଂ ଏବଂ କ୍ରିସ୍ ଜୋର୍ଡାନ ଅନ୍ତିମ ଦୁଇ ଓଭରରେ ଚମତ୍କାର ବୋଲିଂ କରି ଦଳକୁ ବିଜୟରେ ପହଞ୍ଚାଇଥିଲେ।

ଅନ୍ୟପକ୍ଷରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଆଠ ୱିକେଟ୍ ରେ ପରାସ୍ତ ହେବା ପରେ କେକେଆର୍ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଯାହାକି ପରବର୍ତ୍ତୀ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ୫୯ ରନ୍ ର ଦଳ ସହଜ ବିଜୟ କରିଛି। ଶୁବମାନ ଗିଲ ଏବଂ ନୀତୀଶ ରାଣାଙ୍କୁ ନେଇ ସେମାନଙ୍କର ଟପ୍ ଅର୍ଡର ଫର୍ମରେ ଅଛି। ନିକଟରେ କିଛି ମ୍ୟାଚ ହରାଇଥିବା ସୁନୀଲ ନାରାୟଣ ଗତ ଖେଳରେ ୬୪ ରନ୍ ର ଧୂଆଁଧାରା ପାଳି ଖେଳିଥିଲେ। ଡିସିଙ୍କ ବିରୋଧରେ ପେସର୍ ପ୍ୟାଟ୍ କମିନ୍ସ ଏବଂ ସ୍ପିନର ବରୁଣ ଚକ୍ରବର୍ତ୍ତୀ (୫/୨୦), ଯିଏ ବଲ୍ ସହିତ ଏକ ଅଭୂତପୂର୍ବ ପ୍ରଦର୍ଶନ କରି ଦଳକୁ ସହଜ ବିଜୟ ଦେଇଥିଲେ।

ଆଇପିଏଲ ୨୦୨୦
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.