Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମଧ୍ୟବିତ୍ତଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗର ବିକାଶ ପାଇଁ ଆସିଲା ପାଞ୍ଚ ନବୀନ ଗ୍ୟାରେଣ୍ଟି

ଭୁବନେଶ୍ବର: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ବିଜେଡିର ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ କିଭଳି ଭାବେ ଗୁରୁତ୍ୱ ଦିଆଯାଇଛି, ତା ଉପରେ ବର୍ଣ୍ଣନା କରିଥିଲେ।

ମଧ୍ୟବିତ୍ତମାନେ ସମାଜର ମେରୁଦଣ୍ଡ। ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ବିଜେଡିର ଘୋଷଣା ପତ୍ରରେ ବିଭିନ୍ନ ପ୍ରତିଶ୍ରୁତି ରଖିଛନ୍ତି। ନବୀନ ସରକାରଙ୍କ ଦ୍ୱାରା ବିପିଏଲ ପରିବାର ପାଇଁ ପ୍ରଦାନ କରା ଯାଉଥିବା ଲୋକପ୍ରିୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଏସକେୱାଇ ନବିନ କାର୍ଡ ମାଧ୍ୟମରେ ସମାଜର ମଧ୍ୟବିତ୍ତ ବର୍ଗର ପରିବାର ପାଇଁ ଉପଲବ୍ଧ ହେବ।

ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର ନିଜର ଏକ ପକ୍କା ଘର ସ୍ବପ୍ନ ହୋଇଥିବାରୁ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବ୍ୟାଙ୍କରୁ କୋଡିଏ ଲକ୍ଷ ଟଙ୍କା ଲୋନ କରି ପାରିବେ ଯାହାର ସୁଧ ଉପରେ ରାଜ୍ୟ ସରକାରଙ୍କ ତରଫରୁ ରିହାତି ପ୍ରଦାନ କରାଯିବ। ସେହିପରି ମଧ୍ୟବିତ୍ତ ପରିବାରର ପିଲାମାନେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ଶିକ୍ଷା ଋଣ ନେଲେ ସେଥିରେ ମଧ୍ୟ ରାଜ୍ୟ ସରକାର ରିହାତି ପ୍ରଦାନ କରିବେ।

କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନୂଆ ଓ ବୃତ୍ତି  ଯୋଜନା ମାଧ୍ୟମରେ ବର୍ଷକୁ ଛାତ୍ରୀଙ୍କୁ ଚଉଦ ହଜାର ଓ ଛାତ୍ରଙ୍କୁ ବାର ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ପବ୍ଲିକ ପରିବହନ ଗୁଡିକରେ ଯଥା ସମସ୍ତ ସରକାରୀ ବସରେ ମଧ୍ୟବିତ୍ତଙ୍କ ପାଇଁ ରିହାତି ଦର ଲାଗୁ ହେବ।

ଡ଼ଃ ପଟ୍ଟନାୟକ କହିଥିଲେ, ଅନୁସୂଚିତ ଜନଜାତି, ଓବିସି ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରତିଶ୍ରୁତି ରହିଛି l ଅନୁସୂଚିତ ଜନଜାତି  ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ସମସ୍ତ ସୁବିଧା ଚାଲୁ ରହିବ ସଂଗେ ସଂଗେ ଏହି ବର୍ଗର ଯୁବକ ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟରେ ଆସନ୍ତା ଦଶ ବର୍ଷରେ ଦଶ ହଜାର କୋଟି ଟଙ୍କା ବ୍ୟୟର ଯୋଜନା କରା ଯାଇଛି।

ପ୍ରତି ବର୍ଷ ଏକ ହଜାର ଅନୁସୂଚିତ ବର୍ଗର ଏକ ହଜାର ଯୁବକ ଯୁବତୀଙ୍କୁ ଏକ ଲକ୍ଷରୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜରିଆରେ ରିହାତି ସୁଧ ହାରରେ ଋଣ ପ୍ରଦାନ କରାଯିବ l ଓବିସି ବର୍ଗର ଲୋକଙ୍କ ସ୍ଥିତି ଉପରେ ଏକ ସର୍ଭେ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରା ଯାଇଥିଲା କିନ୍ତୁ କେନ୍ଦ୍ର ସରକାର ସେ ଦିଗରେ ଟାଳ ଟୁଳ ନୀତି ଅଵଲମ୍ବନ କରୁଥିବାରୁ ରାଜ୍ୟ ସରକାର ସର୍ଭେ କାମ ଆରମ୍ଭ କରିଛନ୍ତି ଯାହାକୁ ସମାପ୍ତ କରାଯିବ।

ସମାଜରେ ବାସ କରୁଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଏଜିଙ୍ଗ ସେଣ୍ଟର ପ୍ରତିଷ୍ଠା କରାଯିବ ଯେଉଁଠି ସେମାନଙ୍କ ଅବସର ବିନୋଦନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ l ସେହିପରି ଦିବ୍ୟାଙ୍ଗ ମାନେ ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ରହିବେ ସେଥିପାଇଁ ଧ୍ୟାନ ଦିଆଯିବ।

ଦିବ୍ୟାଙ୍ଗ ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟରେ ଶହେ କୋଟି ଟଙ୍କାର ଏକ ଇମ୍ପାକ୍ଟ ଫଣ୍ଡ ପ୍ରତିଷ୍ଠା କରାଯିବ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ରାଜ୍ୟର ବିକାଶ ଧାରାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧ୍ୟାନ ଦେଇଛନ୍ତି, ଯାହା ବିଜେଡିର ଘୋଷଣାପତ୍ରରେ ସ୍ଥାନ ପାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ଅନ୍ୟତମ ଜାତୀୟ ମୁଖପାତ୍ର ଡ଼ଃ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ, ଓଡିଶାର ରହିଛି ତିନୋଟି ଆସନ

ଭୁବନେଶ୍ବର: ଆଜି ନିର୍ବାଚନ କମିଶନର ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ଫେବୃୟାରୀ ୨୭ ତାରିଖରେ ହେବ ଏହି ନିର୍ବାଚନ। ସେହିପରି ନାମାଙ୍କନ ପତ୍ର ଦାଖଲ ସମୟ ହେଉଛି ଫେବୃୟାରୀ ୧୫ ତାରିଖ, ପ୍ରାର୍ଥୀପତ୍ର ଯାଞ୍ଚ ୧୬ ତାରିଖରେ ହେବ। ଫେବୃୟାରୀ ୨୦ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ତାରିଖ ରହିଛି।

ଏଥିରେ ମୋଟ ୧୫ଟି ରାଜ୍ୟର ୫୬ ଆସନରେ ନିର୍ବାଚନ ହେବ। ସେଥିମଧ୍ୟରୁ ଓଡିଶାର ୩ଟି ଆସନରେ ମଧ୍ୟ ନିର୍ବାଚନ ହେବ। ଯେଉଁ ସାଂସଦଙ୍କ ଆସନ ଖାଲି ହେଉଛି ସେମାନେ ହେଲ ଅଶ୍ବନୀ ବୈଷ୍ଣବ, ଅମର ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦ। ଉତ୍ତର ପ୍ରଦେଶରେ ସର୍ବାଧିକ ୧୦ଟି ଆସନ ଖାଲି ହେଉଥିବା ବେଳେ ବିହାର ଓ ମହାରାଷ୍ଟ୍ରରେ ୬ ଟି ଲେଖାଏଁ ଆସନ ଖାଲି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଦୋକାନୀଙ୍କ ସହିତ ଅଛନ୍ତି: ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ଜାତୀୟ ଉଠାଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଇଡ଼କଲ ଅଡ଼ିଟୋରିୟମଠାରେ ରାଜ୍ୟ ସରକାରଙ୍କ କୋଭିଡ଼ ନିୟମ ପାଳନ ପୂର୍ବକ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଅମର ପଟ୍ଟନାୟକ କହିଲେ ଯେ, ରାଜ୍ୟ ସରକାର ଓଡ଼ିଶାରେ ଥିବା ଉଠାଦୋକାନୀମାନଙ୍କୁ କୋଭିଡ ସହାୟତା ଦେଇଥିବା ବେଳେ ଅନ୍ୟ ରାଜ୍ୟରେ ତାହା ଦିଆଯାଇନାହିଁ। କେନ୍ଦ୍ର ସରକାର ବହୁ ସମୟରେ ଉଠାଦୋକାନୀମାନଙ୍କ ସମସ୍ୟାକୁ ଅଣଦେଖା କରୁଥିବା ବେଳେ ରାଜ୍ୟ ସରକାର ସେସବୁ ପୂରଣ କରିଚାଲିଛନ୍ତି। ଆଗକୁ ମଧ୍ୟ ଉଠଦୋକାନୀମାନଙ୍କ ସମସ୍ୟାର ସମାଧନ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଭର୍ଚର୍ୁଆଲ ମାଧ୍ୟମରେ ସାସଂଦ ତଥା ଟ୍ରଷ୍ଟର ଉପଦେଷ୍ଟା ସୁବାସ ସିଂ କହିଲେ ଯେ, ସରକାର ସଦା ସର୍ବଦା ଉଠାଦୋକାନୀମାନଙ୍କ ସହିତ ଅଛନ୍ତି ଓ ରହିବେ ମଧ୍ୟ। ଯେକୌଣସି ସସମୟରେ ଉଠାଦୋକାନୀମାନଙ୍କର ସମସ୍ୟା ଦେଖାଦେବ, ତତ୍‌କ୍ଷଣାତ ସେସବୁ ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ର ସିଂ କହିଥିଲେ। ଅନ୍ୟତମ ଉପଦେଷ୍ଟା ତଥା ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ଗରୀବ ଉଠାଦୋକାନୀମାନଙ୍କ ତ୍ରାଣକର୍ତ୍ତା ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଫାଇଲନ ହେଉ ବା ହୁଡ୍‌ହୁଡ୍ ଅବା ମହାମାରୀ କରୋନା, ସବୁ ଦୈବଦୁର୍ବିପାକ ସମୟରେ ଉଠାଦୋକାନୀମାନଙ୍କ ପ୍ରତ୍ୟେକ ସମସ୍ୟାକୁ ନବୀନ ପଟ୍ଟନାୟକ ପୂରଣ କରି ଆସିଛନ୍ତି।

ଅନ୍ୟତମ ଅତିଥି ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ଯେ, ରାଜଧାନୀରେ ଭେଣ୍ଡିଂଜୋନ ପ୍ରତିଷ୍ଠା ହେବା ଦିନଠାରୁ ନବୀନ ବାବୁ ସବୁ ସମୟରେ ଉଠାଦୋକାନୀମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆସିଛନ୍ତି। ଏବେ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ନବୀନ ପଟ୍ଟନାୟକ ୬୦କୋଟି ଟଙ୍କାର ନୂତନ ଭେଣ୍ଡିଂଜୋନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ଆଡ଼ଭୋକେଟ ବିଭୂପ୍ରସାଦ ତ୍ରିପାଠୀ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ଷ୍ଟ୍ରିଟ ଭେଣ୍ଡର୍ସ ଆଇନ୍ ଅନୁଯାୟୀ ଟାଉନ ଭେଣ୍ଡିଂ କମିଟି ଗଠନ କରିବା କଥା, କିନ୍ତୁ ତାହା ଆଜିପର୍ଯ୍ୟନ୍ତ କରାଗଲା ନାହିଁ। ଅନ୍ୟତମ ଆଡ଼ଭୋକେଟ ଶ୍ରୀନିବାସ ମହାନ୍ତି କହିଲେ ଯେ, ରାଜ୍ୟ ସରକାର ଆଇନ୍‌କୁ ଠିକ୍ ଭାବରେ କାର୍ଯ୍ୟକାରୀ ନକରିବାରୁ ବହୁ ଗରୀବ ଉଠାଦୋକାନୀମାନେ ବାଧ୍ୟ ହୋଇ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ସରକାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଆଡ଼ଭୋକେଟ ମ୍ୟାଡ଼ମ କବିତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ନିରଞ୍ଜନ ପାଣ୍ଡେ, ଧନେଶ୍ୱର ବାରିକ, ଜୟଦେବ ସାହୁ, ଭରତ ସାହୁ, କୈଳାସ ଚନ୍ଦ୍ର ସ୍ୱାଇଁ, ବିପିନ ବିହାରୀ ଜେନା, ମହମ୍ମଦ କଇଁମ୍ ଖାନ, ଡ଼ମ୍ବରୁଧର ପ୍ରଧାନ, ଅନୁ ମିଶ୍ର, ଶାନ୍ତନୁ କୁମାର ସାହୁ, ମନୋଜ କୁମାର ସାହୁ, ବିଜୟ ସେନାପତି, ବସନ୍ତ କୁମାର ରାଉତ, ସୂର୍ଯ୍ୟମଣି ସାହୁ, ଶ୍ୟାମଚନ୍ଦ୍ରର କଅଁର, ଗିରିଧାରୀ ପଣ୍ଡା, ଗୋଲପୀ ବଇରିଗଞ୍ଜନ, ଶୁଭଲକ୍ଷ୍ମୀ ମହାନ୍ତି, ମନୋଜ ପ୍ରଧାନ, ଅନମୋଲ୍ ଖାନ, ଗୀତା ବିଶ୍ୱାସ ପ୍ରମୁଖ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଉଠାଦୋକାନୀ ମନୋଜ ପ୍ରଧାନଙ୍କୁ ତାଙ୍କର ଉପନ୍ୟାସ ଲେଖା ପାଇଁ ‘ଉଠାଦୋକାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।