Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର: ଆଇଏଏସ ସ୍ତରରେ ବୁଧବାର ଦିନ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ତିନିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ଵର, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲା। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେହି ଅନୁସାରେ

ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମର ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କଟକ ମହାନଗର ନିଗମର କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଏହା ସହିତ ବାଲେଶ୍ଵର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ଵର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ, ବଦଳିଲେ ବୋର୍ଡ ସଭାପତି

ଭୁବନେଶ୍ବର: ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରମାଶିଷ ହାଜରା ରାଜ୍ୟ ପଶୁସମ୍ପଦ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି।ସେହି ବ୍ୟାଚର ଆଇଏଏସ୍ ତଥା କଟକରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ବା ଆଇଜିଆର ଜ୍ୟୋତିପ୍ରକାଶ ଦାସ ନିଜ ଦାୟତ୍ୱ ସହ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ଦାୟିତ୍ୱ ତୁଲାଇବେ।

ସେହିପରି ରାଜ୍ୟ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ଥିବା ତଥା ୨୦୧୪ ବ୍ୟାଚ୍ ଆଇଏଏସ୍ ଡଃ ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ: ସ୍କୁଲ ଓ ଗଣଶିକ୍ଷା ବିଭାଗ ଗଲେ ସଂଗ୍ରାମ ମହାପାତ୍ର

ଭୁବନେଶ୍ଵର: ଆଜି ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଯାମିନୀ ଷଡଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଏହି ଦାୟିତ୍ଵରେ ଥିବା ସଂଗ୍ରାମ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ଵ ଦିଆଯାଇଛି।

ସେହିପରି ସମ୍ବଲପୁର ପୌର ନିଗମର କମିଶନର ଭାବେ ଶ୍ରୀବେଦଭୂଷଣ ନିଯୁକ୍ତି ପାଇଥିବା ବେଳେ ନୃସିଂହ ଚରଣ ସ୍ଵାଇଁଙ୍କୁ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା IAS ପରୀକ୍ଷା ଫଳ, ଇଶିତା କିଶୋର ଟପ୍ପର

UPSC Result 2023: ଆଜି ୟୁପିଏସସି ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏଥିରେ IAS, IFS, IPS ଫଳ ମଧ୍ୟ ରହିଛି। ତେବେ ପରୀକ୍ଷାରେ ଇଶିତା କିଶୋର ଟପ୍ପର ହୋଇଛନ୍ତି। ସେହିପରି ଗରିମା ଲୋହିଆ ଦ୍ୱିତୀୟ, ଉମା ହରତି ଏନ ତୃତୀୟ ଏବଂ ସ୍ମୃତି ମିଶ୍ର ଚତୁର୍ଥ ସ୍ଥାନରେ ଅଛନ୍ତି।

ମୟୂର ହାଜାରିକା ପଞ୍ଚମ ସ୍ଥାନରେ ଅଛନ୍ତି। ସେପ୍ଟେମ୍ବର 2022 ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ଜାନୁଆରୀ-ମେ 2023 ରେ କରାଯାଇଥିଲା। ନିଯୁକ୍ତି ପାଇଁ ମୋଟ 933 ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ, ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଖୁବ ଶିଘ୍ର ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ। ସେ ନେଇ ସାଧାରଣ ପ୍ରଶାସନ ତରଫରୁ ଚାଲିଛି ବଡ ପ୍ରସ୍ତୁତି। ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ବ ନେବା ପରେ ସେ ଏହି ପରିବର୍ତ୍ତନ କରିବେ।

ସୁତ୍ର ଅନୁସାରେ ପ୍ରଥମେ ସେ ସଚିବାଳୟର ବରିଷ୍ଠ ଅଧିକାରୀଙ୍କ ବିଭାଗ ଅଦଳ ବଦଳ କରିବେ। ଏଥିରେ ବିଭିନ୍ନ ବିଭାଗର ନିର୍ଦ୍ଦେଶକଠାରୁ ଆରମ୍ଭ କରି ପ୍ରମୁଖ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଏହି ବଦଳ କରାଯିବ।

ଏହାପରେ ଜିଲ୍ଲା ସ୍ତରରେ ମଧ୍ୟ ବଡ ଅଦଳବଦଳ କରାଯିବ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସେଥିପାଇଁ ସେ ଅପାରଗ ଜିଲ୍ଲାପାଳଙ୍କୁ ବଦଳି କରିବେ ବୋଲି ଜଣାପଡିଛି। ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏହି ପ୍ରସ୍ତୁତି କରାଯାଉଛି। ଖୁବ ଶିଘ୍ର ଏହି ଅଦଳବଦଳର ଘୋଷଣା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ପୂର୍ବାହ୍ନ ୯ ଘଟିକାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ଠାରୁ ନୂତନ ଜିଲ୍ଲାପାଳ ଦାଇତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଏହାପରେ ନୂତନ ଜିଲ୍ଲାପାଳ ସଦର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ। ପରେ ଜିଲ୍ଲାପାଳ ବିଜେବି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପୁଣି କାର୍ଯ୍ୟାଳୟକୁ ଫେରିଥିଲେ।

୨୦୧୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଶ୍ରୀ ଚକ୍ରବର୍ତ୍ତୀ ପୁର୍ବରୁ ବାଲେଶ୍ଵର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସମୟରେ ସେ ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟକୁ ବେସ୍ ସୁଚାରୁରୂପେ ପରିଚାଳନା କରିପାରିଥିଲେ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ।

ସୂଚନା ଥାଉକି ଗତ ସପ୍ତାହରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ବରିଷ୍ଠ ଆଇଏଏସ ଉଷା ପାଢୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର

ନୂଆଦିଲ୍ଲୀ: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଉଷା ପାଢୀ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର। ସାଧାରଣ ପ୍ରଶାସନ ଦିବସ ଉପଲକ୍ଷେ ତାଙ୍କୁ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।

ଉଷା ପାଢୀ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ନ ସଚିବ ରହିଛନ୍ତି। ତାଙ୍କ ସମୟରେ ଉଡାନ ପରି ଏକ ଲୋକପ୍ରିୟ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଦେଶର ଛୋଟଛୋଟ ସହରକୁ ବିମାନ ସଂଯୋଗ କରିବା ଉଦ୍ଦେଶ୍ୟ ଥିଲା। ଯାହାକୁ ଦକ୍ଷତାର ସହ ପରିଚାଳନା କରିଛନ୍ତି ଉଷା ପାଢୀ। ସେଥିପାଇଁ ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଛଅ ଜଣ ଆଇଏଏସଙ୍କୁ ମିଳିଲା ନୂଆବର୍ଷ ଭେଟି, ଅତିରିକ୍ତ ମୁଖ୍ୟ ଶାସନ ସଚିବକୁ ପଦୋନ୍ନତି

ଭୁବନେଶ୍ବର : ନୂଆବର୍ଷରେ ଓଡିଶାର ଛଅଜଣ ଆଇଏଏସଙ୍କୁ ମିଳିଛି ନୂଆବର୍ଷ ଭେଟି। ସେମାନଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ପଦବୀ ହେଉଛି ଆଇଏଏସର ସର୍ବୋଚ୍ଚ ପଦୋନ୍ନତି। ଯେଉଁମାନଙ୍କୁ ଏହି ପଦବୀକୁ ପଦନ୍ନୋତି ଦିଆଯାଇଛି ସେମାନେ ହେଲେ

1-ଅନୁ ଗର୍ଗ

2-ମଧୂସୁଦନ ପାଢୀ

3-ସତ୍ୟବ୍ରତ ସାହୁ

4-ବିଜୟ ଆରୋରା

5-ଜି ଶ୍ରୀନିବାସ

6-ଆରତୀ ଆହୁଜା

ଜି ଶ୍ରୀନିବାସ ଏବଂ ଆରତୀ ଆହୁଜା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ନୂଆ ମୁଖିଆ

ଭୁବନେଶ୍ବର: ନୂଆବର୍ଷରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମାଙ୍କୁ ନୂଆ ଦାୟିତ୍ବ ମିଳିଛି। ସେହିପରି ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ଆସିଛନ୍ତି ନୂଆ ସଚିବ। ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ମିଳିଛି ସେମାନେ ହେଲେ

1- ରାଜ କୁମାର ଶର୍ମା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

2-ସଂଜୀବ ଚୋପ୍ରା- ଅତିରିକ୍ତ ମୁଖ୍ୟ ଶାସନ ସଚିବ କୃଷି ଉତ୍ପାଦନ କମିଶନର, ପୂର୍ବପରି ସେ ଗୃହ ବିଭାଗ ଦାୟିତ୍ବରେ ରହିବେ।

3-ମଧୁସୂଦନ ପାଢୀ- ପ୍ରିନସପାଲ ସଚିବ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ

4-ସତ୍ୟବ୍ରତ ସାହୁ- ପ୍ରିନସପାଲ ସଚିବ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ

5-ରଂଜନା ଚୋପ୍ରା- ଏସଟି ଏସି ଉନ୍ନୟନ ପ୍ରିନସପାଲ ସଚିବ ସହିତ ତାଙ୍କୁ ଏମଏସଏମଇ ର ଅତିରିକ୍ତ ଦାୟିତ୍ବ ପ୍ରଦାନ

6- ହେମନ୍ତ ଶର୍ମା-  ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବପରି ତାଙ୍କର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଇପିକଲର ଅଧ୍ୟକ୍ଷ ରହିବେ।

7-ବିଷ୍ଣପଦ ସେଠୀ- ସ୍କୁଲ ଓ ଗଣଶିକ୍ଷା ବିଭାଗର  ପ୍ରିନସପାଲ ସଚିବ ଏଥିସହିତ ବାଣିଜ୍ୟ ଓ ପରିବହନ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ଦାୟିତ୍ବ

8-ସୁରେଶ ବୈଷିଷ୍ଠ-ଅଫିସର ଅନ ସ୍ପେଶାଲ ଡିୟୁଟି , ସାଧାରଣ ପ୍ରଶାସନ ବିଭାଗ

9-ଭାସ୍କରଜ୍ୟୋତି ଶର୍ମା- ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ, ସେ ପୂର୍ବପରି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଦାଟିତ୍ବରେ ରହିବେ।

10-ଭୂପେନ୍ଦ୍ର ସିଂ ପୁନଲା- ଇଡିକୋର ଏମଡି ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବ ପରି  ଏମଡି ଇପିକୋଲ, ଏମଡି ଓଏଫଡିସିରେ କାର୍ଯ୍ୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ହେଲା ଅଦଳ ବଦଳ: ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ଏହି ଦାୟିତ୍ଵ

ଭୁବନେଶ୍ଵର: ରାଜ୍ୟରେ ଆଜି ଆଇଏଏସ ସ୍ତରରେ ଅଦଳ ବଦଳ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଇଏଏସ ଅଧକାରୀ ପରାଗ ଗୁପ୍ତାଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ମିଳିଛି। ସେହିଭଳି ବିଜୟ ଆରୋରାଙ୍କୁ ଜିଏ ଏବଂ ପିଜି ବିଭାଗର ଓଏସଡି ଦାୟିତ୍ଵ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା: ୫ ଆଇଏଏସ ଅଧିକାରୀଙ୍କୁ ୫ଟି ଜିଲ୍ଲା ଦାୟିତ୍ଵ

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଅଧିକ ପ୍ରଭାବିତ ହେଉଥିବା ୫ ଟି ଜିଲ୍ଲାକୁ ୫ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦିଆଯାଇଛି। ଆଇଏଏସ ଅଧିକାରୀ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ଵ ଦିଆଯାଇଥିବା ବେଳେ ଶାଶ୍ଵତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ଦିଆଯାଇଛି।

ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ବିଶାଳ କୁମାର ଦେବ ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ କୁମାର ବଶିଷ୍ଠଙ୍କୁ ରାଜ୍ୟ ସରକାର ଦାୟିତ୍ଵ ଦେଇଛନ୍ତି।

Categories
ବିଶେଷ ଖବର ମତାମତ

ଦଳବଦଳ ତଥା ଅବସର ପରେ ରାଜନୀତିରେ ଯୋଗଦାନ, ରାଜନୀତି ପ୍ରତି ପ୍ରତିବଦ୍ଧତା ନା ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ!

ସମୀକ୍ଷାବ୍ୟୁରୋ

ଭାରତର ସପ୍ତଦଶ ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଇତିମଧ୍ୟରେ ସମାପ୍ତ ହୋଇଗଲାଣି। ଏ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନୀ ପ୍ରକ୍ରିୟାରେ ସାରାଂଶ ଆମେ ଏଇୟା ଲକ୍ଷ୍ୟ କଲୁ ଯେ,  ରାଜନୀତିରେ କୌଣସି ବ୍ୟକ୍ତିବିଶେଷ ବା କୌଣସି ଅନୁଷ୍ଠାନ ବିରୋଧରେ ଅଭିଯୋଗ କରିବା କୌଣସି ମୌଳିକ ବିଧିଶସ୍ତ୍ର ଭିତରେ ଆସେ ନାହିଁ। ଆଜିର ନୈତିକତା ହୁଏତ ଆସନ୍ତାକାଲିର ରୁଗ୍ଣ ମାନସିକତା ହୋଇପାରେ। ସବୁ ନିଜ ନିଜର ପସନ୍ଦ ଉପରେ ନିର୍ଭର କରେ। ଚଳିତ ଥର ଓଡ଼ିଶା ରାଜନୀତିରେ ବହୁତ ବ୍ୟତିକ୍ରମ ଦେଖାଦେଇଛି। ବହୁ ରାଜନୈତିକ ବ୍ୟକ୍ତିବିଶେଷ ମାନେ ନିଜ ନିଜର ଦଳ ପରିବର୍ତ୍ତନ କରିଛନ୍ତି।  କିନ୍ତୁ ଅନେକ ସମୟରେ ଦେଖାଦେଇଛି ଯେ, ବର୍ଷ ବର୍ଷ ଧରି ରାଜନୈତିକ ଦଳ ଦ୍ଵାରା ଉପକୃତ ହୋଇଥିବା ବ୍ୟକ୍ତି ହଠାତ ଦଳ ଛାଡିବା ଓ ଅନ୍ୟ ଦଳକୁ  ଯିବା ପରେ ପୂର୍ବ ଦଳରେ କେବଳ ଖଳ ପ୍ରକୃତି ର ଲୋକ ଅଛନ୍ତି ବୋଲି ହଠାତ ଆବିଷ୍କାର କରିବା  ହୁଏତ ସମ୍ପୃକ୍ତ ବ୍ୟକ୍ତିକୁ ବ୍ୟାକ ଫୁଟ କୁ ନେଇ ଯାଇପାରେ। କେବଳ ସ୍ମୃତି ରେ ସୀମିତ କରି ଦେଇ ପାରେ।  ସିଧା ସିଧା କହିବାକୁ ଗଲେ ଦଳ ଛାଡିଲା ପରେ ଦିନେ ଯେଉଁମାନେ ସମ୍ପୃକ୍ତ ଦଳରେ ରହି ଶାସନ କରୁଥିଲେ ତାଙ୍କୁ ଏବେ ସେହି ଦଳରେ କେବଳ ଖଳ ପ୍ରକୃତିର ଲୋକ ଥିବା ଭଳି ଅନୁଭୂତ ହେଉଛି ଯାହା କି ଦରକାର କରୁଥିବା ଏକ ପ୍ରକୃତ ଦକ୍ଷତା ପଛରେ ବିଜ୍ଞତା ର ଦୃଶ୍ୟମାନ ହୁଏ।

ବର୍ତ୍ତମାନ ଅନେକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଅବସର ପରେ ରାଜନୀତିରେ ଯୋଗ ଦେଇଛନ୍ତି ବା ଦେବାକୁ ଉତ୍ସୁକ ଅଛନ୍ତି। କୌଣସି ଦଳରେ ଯୋଗଦାନ ପରେ ସେମାନେ ଅତୀତରେ ଯେଉଁ ସରକାର ଭିତରେ ରହି କାମ କରିଥିଲେ ସେହି ସରକାର ବିରୋଧରେ ସେମାନେ ହଠାତ ପ୍ରତିକ୍ରିୟାଶୀଳ ହୋଇ କ୍ରୁର ଯୁକ୍ତି ବାଢୁଛନ୍ତି ସତେ ଯେମିତି ସେମାନେ ଏତେ ବର୍ଷ ଧରି ସରକାରୀ ସୁବିଧାକୁ ଉପଭୋଗ କଲା ପରେ ଏକପ୍ରକାର ଅଣନିଶ୍ବାସୀ ହୋଇ ଯାଇଥିଲେ। ବର୍ତ୍ତମାନ ସେହିଦିନକୁ ମନେ ପକାଇ ସେହି ଦିନ ଗୁଡିକ ଭୟାନକ ଏବଂ ଏକ ଦୁଃସ୍ଵପ୍ନ ଥିଲା ବୋଲି ବଖାଣିବାରେ ଲାଗିଛନ୍ତି।

ତେବେ  ପ୍ରଶ୍ନ ଉଠେ ଏତେ ଦିନ ଧରି ସେମାନେ ରାଜ୍ୟରେ ହେଉ କି କେନ୍ଦ୍ର ରେ ହେଉ ରହି ପାରିଲେ କେମିତି, ଯଦି ସମଗ୍ର ରାଜନୈତିକ କଳ ଆଜି ରୋଗଗ୍ରସ୍ତ ଏବଂ ପ୍ରଦୂଷିତ। ସେମାନେ ସେହି ସମୟରେ କୌଣସି ଛଳନାର ପ୍ରଶୟ ନ ନେଇ  ଚାକିରି ଛାଡି ରାଜନୀତିକୁ ଆସି ପାରିଥାନ୍ତେ।

ଆଇଏଏସ ଏବଂ ଆଇପିଏସ ଭଳି ପଦବୀରେ ଥାଇ ମୌଳିକ ରାଜନୀତି ସହ ନିଜର ବୃତ୍ତିଗତ ଲକ୍ଷ୍ୟକୁ ମେଳ ଖୁଆଇ ନ ପାରି ସରକାରକୁ ଭର୍ତ୍ସନା କରି ଦୁଇଜଣ ପୂର୍ବତନ ଅଧିକାରୀ ଏବେ ରାଜନୀତିରେ ଯୋଗ ଦେଇଛନ୍ତି। ସେମାନେ ସାଧାରଣ ଲୋକଙ୍କ ସମସ୍ୟା ଓ  କଥା କୁ ନେଇ ରାଜନୀତି କରିବା ପରିବର୍ତ୍ତେ  ଅତୀତରେ ଶାସନ କଳ ସହିତ ଥିବା ଆକ୍ରୋଶ କୁ ନେଇ ରାଜନୀତି କରୁଛନ୍ତି। ଯେତେବେଳେ ଶିକ୍ଷାନୁଷ୍ଠାନ ପାଇଁ ନୂତନ ଡ୍ରେସ କୋଡ ଲାଗୁ କରାଗଲା,ସମ୍ପୃକ୍ତ ବିଭାଗ ଶାଢୀଗୁଡିକ ଓଡିଶା ବାହାରୁ ଆମଦାନୀ କରିଥିଲା କିନ୍ତୁ ପ୍ରକୃତରେ ଆମ ଓଡିଶାର ସମ୍ବଲପୁରୀ ବସ୍ତ୍ର ଯାହାର ସାରା ଭାରତରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ତାକୁ ଜାଣିଶୁଣି ନିଜ ଲାଭ ପାଇଁ ଅଣଦେଖା କରାଯାଇଥିଲା। ଲୋକେ କିଛି ଜାଣି ପାରୁନାହାନ୍ତି ଭାବି ଲୋକଙ୍କୁ ଭକୁଆ ବନେଇବାର ମାନସିକତା  କୌଣସି ବର୍ତ୍ତମାନ ରାଜନୈତିକ ଦଳ ଦ୍ଵାରା ଅନୁପ୍ରାଣିତ ହୋଇ ଆଜିକାଲି ରାଜନୀତି ରେ ଏକ ରୁଗ୍ଣ ଦାର୍ଶନିକତା ରେ ପରିଣତ ହେଲାଣି।

ତେବେ ଓଡ଼ିଶାର ରାଜନୀତିରେ ଏଥର ଛଅଜଣ ରାଜ୍ୟ ପ୍ରଶାସକମାନେ ମଇଦାନକୁ ଓହ୍ଲାଇଛନ୍ତି। ଓଡ଼ିଶାର ପ୍ରମୁଖ ଦଳ ବିଜେଡ଼ି ଓ ବିଜେପିର ପ୍ରମୁଖ ପ୍ରାର୍ଥୀ ଭାବେ ରାଜ୍ୟ ପ୍ରଶାସନର ପ୍ରମୁଖ ଶାସକମାନେ ଉଭା ହୋଇଛନ୍ତି। ବିଜେପିର ଭୁବେନଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଆଇଏଏସ୍ ଅଫିସର ଅପରାଜିତା ଷଡଙ୍ଗୀ ରାଜନୀତିକୁ ଓହ୍ଲାଇଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ବିଜେଡ଼ିର ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ। ସେହିପରି ବିଜେପି ତରଫରୁ ସିଆରପିଏଫ୍‌ ଡିଜିପି ପ୍ରକାଶ ମିଶ୍ରଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଦୁଇ ପ୍ରମୁଖ ଦଳର ଦୁଇ ବରିଷ୍ଠ ନେତା। ବିଜେଡ଼ି ତରଫରୁ ଭର୍ତ୍ତୃହରି ମହତାବ ଓ କଂଗ୍ରେସରୁ ରହିଛନ୍ତି ପଞ୍ଚାନନ କାନୁନ୍‌ଗୋ। ସେହିପରି ବିଜେଡ଼ିର ଅନ୍ୟତମ ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ପୂର୍ତ୍ତ ବିଭାଗର ସଚିବ ଥିବା ନଳିନକାନ୍ତ ନିକଟରେ ପ୍ରଶାସନିକ ସେବାରୁ ଅବ୍ୟାହତି ନେଇ ରାଜନୀତିରେ ପ୍ରବେଶ କରିଛନ୍ତି। ତାଙ୍କୁ ସମ୍ବଲପରୁ ଆସନରୁ ବିଜେଡ଼ି ପ୍ରାର୍ଥୀ କରାଇଛି। ସେହିପରି ବିଜେଡ଼ିର ଅନ୍ୟତମ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମଧ୍ୟ ଯାଜପୁର ଲୋକସଭା ସିଟ୍‌ରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ବିଜେପି ତରଫରୁ ଅମୀୟ ମଲ୍ଲିକ ଓ କଂଗ୍ରେସର ମାନସ ଜେନା। ବିଜେଡ଼ିର ଆଠମଲ୍ଲିକରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପ୍ରଶାସକ ରମେଶ ଚନ୍ଦ୍ର ସାଇ। ତାଙ୍କ ବିରୋଧରେ ରହିଛନ୍ତି ବିଜେପିର ଭାଗିରଥୀ ପ୍ରଧାନ ଓ କଂଗ୍ରେସର ବିଜୟାନନ୍ଦ। ତେବେ ଏହି ପ୍ରମୁଖ ପ୍ରଶାସକମାନେ ପ୍ରଶାସନିକ ସେବାରେ ଯେପରି ନିଜକୁ ଯୋଗ୍ୟ ରୂପେ ପ୍ରତିପାଦିତ କରିଥିଲେ, ସେପରି ରାଜନୀତି କ୍ଷେତ୍ରରେ ପ୍ରମାଣିତ କରିବେ, ନା ରାଜନୀତି କରିବେ ସେ କଥା ଆଗାମୀ ସମୟ କହିବ!!

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )