ଭୁବନେଶ୍ଵର: ଭୁବନେଶ୍ୱରରେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ରୁ ୯ ତାରିଖ ଯାଏଁ ଆୟୋଜିତ ହେବ ‘୩୨ତମ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଫେଷ୍ଟିଭାଲ-୨୦୨୬’। ଗୁରୁ କେଳୁଚରଣ ମହାପାତ୍ରଙ୍କ ଶତବାର୍ଷିକୀ ଜନ୍ମଜୟନ୍ତୀ ଅବସରରେ ‘ସୃଜନ’ ଓ ଶ୍ରୀ ଶ୍ରୀ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ସନ୍ଧ୍ୟା ୭ଟାରୁ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ଶାରୋନ ଲୋୱେନ୍, କେଶବ ଚନ୍ଦ୍ର ରାଉତ, ଧୀରେନ୍ଦ୍ରନାଥ ମଲ୍ଲିକ ଓ ମହାଶ୍ୱେତା ରାୟଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ପ୍ରଦାନ କରାଯିବ। ପାଞ୍ଚଦିନିଆ ଉତ୍ସବରେ ଶୁଭା ମୁଦ୍ଗଲ, ତେଜେନ୍ଦ୍ର ନାରାୟଣ ମଜୁମଦାର ଓ ଅନ୍ୟ କଳାକାରଙ୍କ ପରିବେଷଣ ଦେଖିବାକୁ ମିଳିବ।


